ପଶ୍ଚିମ ଓଡ଼ିଶା ଯାଦବ ବିକାଶ ପରିଷଦ ଅଧ୍ୟକ୍ଷଙ୍କ ସୋନପୁର ଗସ୍ତ

ଓଡିଆ ବାର୍ତ୍ତା/ ସୋନପୁର (ସର୍ଜନ ପାଣ୍ଡେ): ପଶ୍ଚିମ ଓଡ଼ିଶା ଯାଦବ ବିକାଶ ପରିଷଦର ଅଧ୍ୟକ୍ଷ ତଥା ବିଜେପି ନେତା ବଲରାମ ସିଂ ଯାଦବ ସୋନପୁର ଗସ୍ତ କରି ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେଇଛନ୍ତି । ସେ ଉଲୁଣ୍ଡା ବ୍ଲକ ଅନ୍ତର୍ଗତ ବଡମାଳ ଖେଳପଡ଼ିଆରେ ଚାଲିଥିବା ଫୁଟବଲ ଟୁର୍ଣ୍ଣାମେଣ୍ଟରେ ଅତିଥି ଭାବେ ଯୋଗଦେଇଥିଲେ ।

ପରେ ସୋନପୁରର ଇଷ୍ଟଦେବୀ ମାଁ ସୁରେଶ୍ୱରୀଙ୍କୁ ସମେତ ସହରର ବିଭିନ୍ନ ଦୁର୍ଗାମଣ୍ଡପକୁ ଯାଇ ଦେବୀ ଦୁର୍ଗାଙ୍କ ଦର୍ଶନ କରିଥିଲେ । ଏହି ଗସ୍ତ ସମୟରେ ସୋନପୁର ବିଜେପିର ବରିଷ୍ଠ ନେତା ତଥା ଆଇନଜୀବୀ ବଳଦେବ ବେଦବାଗ, କେଶରୀୟା ହିନ୍ଦୁବାହିନୀର ଜିଲ୍ଲା ସଭାପତି ବ୍ୟାସଦେବ ମିଶ୍ର, ସୁରେଶ ମିଶ୍ର ଓ ଅନ୍ୟାନ୍ୟ କର୍ମକର୍ତ୍ତା ଉପସ୍ଥିତ ଥିଲେ ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.