ଭଇଁରିପାଲି ଆଞ୍ଚଳିକ ଯାଦବ ସମାଜର ନୂଆଖାଇ ଭେଟଘାଟ

ଓଡ଼ିଆ ବାର୍ତ୍ତା/ ଜୟପାଟଣା (ଧନେଶ୍ଵର ପୁଞ୍ଜି): ଭଇଁରିପାଲି ଆଞ୍ଚଳିକ ଯାଦବ ସମାଜ ପକ୍ଷରୁ ନୂଆଖାଇ ଭେଟଘାଟ ୨୦୨୨ ଅନୁଷ୍ଠିତ ହୋଇଯାଇଛି । ଜୟପାଟଣା ବ୍ଲକ ଭଇଁରିପାଲି ଗଦି ସମାଜ ପକ୍ଷରୁ ଆୟୋଜିତ ଏହି ସମାରୋହର ଆଞ୍ଚଳିକ ଯାଦବ ସମାଜ ଉପସଭାପତି ବୃନ୍ଦାବନ ରାଉତଙ୍କ ତତ୍ତ୍ଵାବଧାନରେ ଅନୁଷ୍ଠିତ ହୋଇଥିଲା । ଏନେଇ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଭଇଁରିପାଲି ଆଞ୍ଚଳିକ ଯାଦବ ସମାଜ ସଭାପତି ଅଶ୍ବିନୀ କୁମାର ରାଉତ ଓ ସମ୍ମାନିତ ଅତିଥି ଭାବେ ବରିଷ୍ଠ ଯାଦବ କୁଞ୍ଜବିହାରୀ ରାଉତ ଯୋଗ ଦେଇ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ । ଏଥିରେ ନୂଆଖାଇ ଭେଟଘାଟ ହେବା ସହିତ ସମାଜର ବିଭିନ୍ନ ସମସ୍ୟା ଉପରେ ଆଲୋଚନା କରାଯାଇଥିଲା । ଏଥିରେ ଭଇଁଁରିପାଲି ଆଞ୍ଚଳିକ ଯାଦବ ସମାଜର ବିଭିନ୍ନ ଗଦି ସମାଜ ସଦସ୍ୟମାନେ ଉପସ୍ଥିତ ରହିଥିଲେ । ଆଞ୍ଚଳିକ ଯାଦବ ସମାଜର କାର୍ଯକାରୀ କମିଟି ସଦସ୍ୟ ପିତାମ୍ବର ରାଉତ, ତ୍ରିନାଥ ରାଉତ, ଲାଲଧର ରାଉତ, ନିରନ ରାଉତ, ଧନେଶ୍ଵର ପୁଞ୍ଜି, ହିମାଞ୍ଚଳ ରାଉତ, ରୁପଧର ରାଉତ, ପୂର୍ବତନ ସଭାପତି ପରମାନନ୍ଦ ରାଉତ, ବିରବର ପୁଞ୍ଜି, ମହେଶ୍ୱର ରାଉତ, ଆଞ୍ଚଳିକ ଯାଦବ ସମାଜ ସମ୍ପାଦକ ସନ୍ତୋଷ ରାଉତ ପ୍ରମୁଖ ଉପସ୍ଥିତ ରହି ନିଜ ନିଜର ମତାମତ ପ୍ରଦାନ କରିଥିଲେ । ଏହି ଅବସରରେ ଭଇଁରିପାଲି ଆଞ୍ଚଳିକ ଯାଦବ ଭବନ ନିର୍ମାଣ ପାଇଁ ଦୁଇ ଡିସିମିଲ ଜମି ଦାନ କରିଥିବା ହରି ବାଗଙ୍କୁ ସ୍ବତନ୍ତ୍ର ଭାବରେ ସମ୍ବର୍ଦ୍ଧିତ କରାଯାଇଥିଲା । ବର୍ତ୍ତମାନର ସମୟରେ ଯାଦବମାନେ ଅଧିକ ସୁସଙ୍ଗଠିତ ଓ ସଂସ୍କାରିତ ହେବାସହ ରାଜନିତି କ୍ଷେତ୍ରରେ ମଧ୍ୟ ସ୍ଥିତି ସୁଦୃଢ କରିବା ପାଇଁ ଏହି ସମାବେଶରେ ଆହ୍ବାନ ଦିଆଯାଇଛି ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.