କୁସୁମଖୁଣ୍ଟି ଠାରେ ପଞ୍ଚ ଦିବସୀୟ ଫୁଟବଲ ଟୁର୍ଣ୍ଣାମେଣ୍ଟ ଉଦ୍ଘାଟିତ

କୋକସରା,୧୯/୧୧:

କୋକସରା ବ୍ଲକ ଅନ୍ତର୍ଗତ କୁସୁମଖୁଣ୍ଟି ଖେଳ ପଡିଆ ଠାରେ ପଞ୍ଚ ଦିବସୀୟ ଫୁଟବଲ ଟୁର୍ଣ୍ଣାମେଣ୍ଟ ଆରମ୍ଭ ହୋଇଛି । ଏହି କ୍ରିଡା ଉପଲକ୍ଷେ ଉଦ୍ଘାଟନୀ ଉତ୍ସବ ଏକ ମନୋଜ୍ଞ ପରିବେଷ ମଧ୍ୟରେ ଅନୁଷ୍ଠିତ ହୋଇଛି ।

ଏହି ଉତ୍ସବରେ  ଆୟୋଜକ କୁସୁମଖୁଣ୍ଟି ଯୁବ ଅନୁଷ୍ଠାନର କାର୍ଯ୍ୟକର୍ତା ସଦସ୍ୟଙ୍କ ସହ ଆମନ୍ତ୍ରୀତ ଅତିଥି ଓ ଖେଲାଳି ମାନେ ଯୋଗ ଦେଇଥିଲେ । ଏହି ଟୁର୍ଣ୍ଣାମେଣ୍ଟର ଉଦ୍ଙାଟନ ସ୍ଥାନୀୟ ସରପଞ୍ଚ ତଥା ଯୁବ ନେତା ସୁଶୀଲ କୁମାର ଶବର କରିଥିବା ବେଳେ ବିଭିନ୍ନ ଦିବସରେ ବହୁ ବିଶିଷ୍ଟ ବ୍ୟକ୍ତି ମାନେ ଯୋଗଦେଇ ଖେଲାଳି ମାନଙ୍କୁ ଉତ୍ସାହିତ କରିବେ ବୋଲି ଜଣାପଡିଛି ।

ପ୍ରଥମ ମ୍ୟାଚ୍ ଡଙ୍ଗରିଗୁଡା ଓ ଟେମରା ଦଳ ମଧ୍ୟରେ ଆରମ୍ଭ ହୋଇଛି । ଆଜିଠାରୁ ଆରମ୍ଭ ହୋଇଥିବା ଏହି ଟୁର୍ଣାମେଣ୍ଟରେ ୧୬ଟି ଦଳ ଯୋଗଦେବାର କାର୍ଯ୍ୟକ୍ରମ ରହିଛି । ଫାଇନାଲ ଖେଳ ଆସନ୍ତା ୨୩ ତାରିଖରେ ହେବ ବୋଲି ଆୟୋଜକ ମାନଙ୍କ ଠାରୁ ପ୍ରକାଶ ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.