ଚାଲିଗଲା ସିଆରପିଏଫର ସାହାସି କୁକୁର ଆଲେକ୍ସ୍ : ସମ୍ମାନର ସହ କରାଗଲା ଶେଷକୃତ୍ୟ

ରାୟଗଡ,୭/୪ : ରାୟଗଡ ସହରର ଇନ୍ଦିରା ନଗରସ୍ଥିତ ୪ର୍ଥ ବାଟାଲିୟନ ହେଡ୍ କ୍ୱାଟର୍ସ ପରିସରରେ ଶନିବାର ଦିନ ସକାଳ ସାଢେ ୫ଟାରେ ସିଆରପିଏଫ ଡଗ୍ ସ୍କାର୍ଡର ସିପାହୀ କୁକୁର ଆଲେକ୍ସର ସମୟରେ ମୃତ୍ୟୁ ହୋଇଯାଇଥିବା ବେଳେ ତାହାର ଶେଷ କୃତ୍ୟ ସଂପନ୍ନ କରାଯାଇଛି । ସେ କିଛି ଦିନ ଧରି ଅସୁସ୍ଥ ରହିଥିବାରୁ ତାହାର ମୃତ୍ୟୁ ହୋଇଥିବା ଜଣାପଡିଛି । ୪ର୍ଥ ବାଟାଲିୟନ ସିଆରପିଏଫର କମାଣ୍ଡଡେଂଟ ୱାଇ.କେ.ରାଜପୁତ, ସେକେଣ୍ଡ-ଇନ୍-କମାଣ୍ଡଡେଂଟ ଏସ.କେ.ଠାକୁର, ଶ୍ରୀମତି ମିତୁ ରଏ, ଡେପୁଟି କମାଣ୍ଡଡେଂଟ ରାମନିବାସ ତ୍ୟାଗୀଙ୍କ ସମେତ ବହୁ ପଦାଧିକାରୀ ଓ ଯବାନମାନେ ସିପାହୀ କୁକୁର ଆଲେକ୍ସକୁ ଶହୀଦ ଯବାନଙ୍କୁ ଦିଆଯାଉଥିବା ସମ୍ମାନରେ ସଲାମୀ ସଚ୍ଚ ରୁ ସହଶ୍ର ସଚ୍ଚ ସଲାମୀ ପ୍ରଦାନ କରିଥିଲେ ।

ସାହାସି କୁକୁର ଆଲେକ୍ସର ମୃତ୍ୟୁପରେ ସିଆରପିଏଫ କ୍ୟାମ୍ପ ପରିସରରେ ଏକ ଶୋକାକୂଳ ପରିବେଶ ସୃଷ୍ଟି ହୋଇଥିଲା । ଏ ନେଇ ସିଆରପିଏଫ ପକ୍ଷରୁ ଦିଆଯାଇଥିବା ସୂଚନା ପ୍ରକାରେ ଆଲେକ୍ସର ଜନ୍ମ ୨୦୧୨ ମସିହାରେ ହୋଇଥିବା ବେଳେ ସେ ବେଲିଜିୟମ୍ ସେଫର୍ଡ କିସମର ଗୋଟିଏ ପୁରୁଷ କୁକୁର ଥିଲା । ସେ ୨୦୧୩ ମସିହାରେ ୪ର୍ଥ ବାଟାଲିୟନ ସିଆରପିଏଫର ଡଗସ୍କାର୍ଡରେ ଯୋଗ ଦେଇଥିବା ବେଳେ ବିଭିନ୍ନ ଅପରେସନ୍ ଡ୍ୟିୁଟି କାର୍ଯ୍ୟରେ ନିୟୋଜିତ ହେଉଥିଲା ।

ଆକ୍ସେଲ ଗତ ୨୦୧୪ ମସିହା ଫେବୃୟାରୀ ୬ତାରିଖରେ ରାୟଗଡ ଜିଲ୍ଳାର ବିଷମକଟକ ଥାନା ଅନ୍ତର୍ଗତ ନିଶିଖାଲ ଗ୍ରାମ ଅଂଚଳରେ ସିଆରପିଏଫର କୁମ୍ଭିଂ ଅପରସେନ ସମୟରେ ଦୁଇଟି ଆଇଡି ବୋମା, ମାର୍ଚ୍ଚ ୧ତାରିଖରେ ଶେଷଖାଲ ଥାନା ଅର୍ନ୍ତଗତ ଲାଶିମା ଗ୍ରାମ ନିକଟ ଅଂଚଳରେ ଦୁଇଟି ଆଇଡି ବୋମା, ୨ଶହ ମିଟର ବିଦ୍ୟୁତ ତାର ଏବଂ ଅନ୍ୟାନ୍ୟ ସମାଗ୍ରୀ ଏବଂ ଏପ୍ରିଲ ୧୪ତାରିଖରେ ହାସକୁ ଗ୍ରାମ ନିକଟ ଜଙ୍ଗଲରୁ ୧୦ଟି ଜିଲେଟିନ୍, ୧୦କେଜି ୟୁରିଆ ମିଶ୍ରିତ ଏବଂ ଇଲେକ୍ଟ୍ରିକ୍ ଡେଟୋନେଟର ଉଦ୍ଧାର କରି ଯବାନମାନଙ୍କ ଜୀବନ ଓ ଅସ୍ତ୍ରଶସ୍ତ୍ରକୁ ସୁରକ୍ଷିତ କରୁଥିବା ବେଳେ ୨୦୧୬ମସିହା ନଭେମ୍ବର ୩ତାରିଖରେ ମୁନିଗୁଡା ଥାନା ଅନ୍ତର୍ଗତ ରାଜ୍ୟ ରାଜ୍ୟପଥ-୫ର ବୁର୍ଜୁଗୁଡା ଗ୍ରାମ ନିକଟରେ ଅଷ୍ଟମ ବାଟାଲିୟନ ସିଆରପିଏଫ ଦ୍ୱାରା କରାଯାଇଥିବା ସ୍ୱତନ୍ତ୍ର ଅପରେସନରେ ଦୁଇଟି ଆଇଡି ବୋମା ଉଦ୍ଧାର କରିଥିବା ବେଳେ ଏହି ସମୟରେ ଗୋଟିଏ ଆଇଡି ବୋମା ବିସ୍ପୋରଣ ହୋଇଯାଇଥିଲା । ଫଳରେ ଆକ୍ସେଲ ଗୁରୁତର ଆହାତ ହୋଇଥିଲେ ମଧ୍ୟ ଚିକିତ୍ସା ପରେ ସୁସ୍ଥ ଅବସ୍ଥାକୁ ଫେରିଆସିଥିଲା । ଯାହାକୁ ନେଇ ସିଆରପିଏଫ ଡିଜିଙ୍କ ତରଫରୁ ଆକ୍ସେଲ ଓ ତାଙ୍କ ଟିମକୁ ପୁରସ୍କାର କରାଯାଇଥିଲା ।

ସେହିପରି ଚଳିତ ବର୍ଷର ଫେବୃୟାରୀ ୨ତାରିଖରେ କଲ୍ୟାଣସିଂହୁପୁର ଥାନା ଅର୍ନ୍ତଗତ ତୁଲୁଆ ଗ୍ରାମ ଅଂଚଳରୁ ଇ/୪ ବାଟାଲିୟନର ସ୍ୱତନ୍ତ୍ର ଅପରେସନ ସମୟରେ ୧୫ଟି ଜିଲେଟିନ୍ ଓ ୧୫ଟି ଡିଟୋନେଟର ସହ ଅନ୍ୟାନ୍ୟ ସମାଗ୍ରୀ ଉଦ୍ଧାର କରିବାରେ ମୁଖ୍ୟ ଭୂମିକା ଗ୍ରହଣ କରିଥିଲା । ସେହିପରି ଗତ ମାର୍ଚ୍ଚ ମାସର ୮ତାରିଖରେ ବିଷମକଟକ ଥାନା ଅର୍ନ୍ତଗତ ଗୋତିଗୁଡା ଗ୍ରାମ ଦେଇ ଯାଇଥିବା ରାଜ୍ୟ ରାଜପଥ-୫ର ଏକ କଲର୍ଭଟ ତଳେ ମାଓବାଦୀମାନେ ଖଂଜିଥିବା ଦୁଇଟି ଆଇଡି ବୋମା,ତାର ସହ ଅନ୍ୟାନ୍ୟ ସାମଗ୍ରୀ ଉଦ୍ଧାର କରି ସ୍ୱତନ୍ତ୍ର ଅପରେସନରେ ଯାଇଥିବା ଯବାନମାନଙ୍କ ଜୀବନକୁ ସୁରକ୍ଷିତ କରିପାରିଥିଲା ।

ସ୍ବତନ୍ତ୍ର ପ୍ରତିନିଧି ଶିବ ନାରାୟଣ ଗୌଡଙ୍କ ରିପୋର୍ଟ odiabarta.in

ଲେଟେଷ୍ଟ ନ୍ୟୁଜ୍ ଅପଡେଟ୍ ପାଇବା ପାଇଁ ଆମ ହ୍ଵାଟ୍ସଆପ ଗ୍ରୁପ ଜଏନ୍ କରନ୍ତୁ👇

https://chat.whatsapp.com/IBSnOQ6qsPPJUVoq1ko4wG

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in

Leave a Reply

Your email address will not be published. Required fields are marked *

error: You are not allowed to copy this content. Thank you.