ସାମାନ୍ୟ ଅଦିନିଆ ବର୍ଷାରେ ଉବୁଟୁବୁ ରାୟଗଡ ସହର

ରାୟଗଡ,୭/୪ : ଶନିବାର ସଂଧ୍ୟାରେ ହୋଇଥିବା ସାମାନ୍ୟ ବର୍ଷାରେ ଉବୁଟୁବୁ ହୋଇଛି ରାୟଗଡ ସହର । ବିଶେଷ କରି ସହରର ମୁଖ୍ୟ ବଜାର ନିକଟସ୍ଥ ଶାରଳା ଛକ, ଜିଲ୍ଳା ମୁଖ୍ୟ ଚିକିତ୍ସାଳୟ ସମ୍ମୁଖ ରାସ୍ତା ସମେତ ଜିଲ୍ଳାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖ ରାସ୍ତା ଉପରେ ଲହଡି ଭାଙ୍ଗୁଥିଲା ନାଳ ନର୍ଦ୍ଦମାର ପାଣି । ଯାହାକୁ ନେଇ ଏହି ରାସ୍ତାଗୁଡିକରେ ଯାତାୟାତ ବାଧାପ୍ରାପ୍ତ ହୋଇଥିଲା । ରାୟଗଡ ପୈାର ପରିଷଦର ପରିମଳ ବିଭାଗ ପକ୍ଷରୁ ସପ୍ତାହ ସପ୍ତାହ ଧରି ନାଳ ନର୍ଦ୍ଦମାଗୁଡିକରେ ଅଳିଆ ଆର୍ବଜନାଗୁଡିକ ସଠିକ୍ ଭାବେ ସଫା କରାଯାଉ ନ ଥିବାରୁ ସାମାନ୍ୟ ବର୍ଷା ହେଲେ ବର୍ଷା ପାଣିର ସ୍ରୋତରେ ନାଳ ଜାମ ହେଉଥିବା ଯୋଗୁଁ ଅପରିଷ୍କାର ଆର୍ବଜନା ସହ ନାଳପାଣି ସବୁ ରାସ୍ତା ଉପରକୁ ଉଠି ଆସୁଛି । ତେବେ ବର୍ଷା ଋତୁ ନ ଥିଲେ ମଧ୍ୟ ଅଦିନିଆ ବର୍ଷା ଯୋଗୁଁ ସହରର ଏପରି ଅବସ୍ଥା ହେଉଥିବା ବେଳେ ଆଗକୁ ବର୍ଷା ଦିନ ଥିବା ବେଳେ ପୈାର ପରିଷଦ ପକ୍ଷରୁ କିପରି ଏହାର ନିରାକରଣ କରାଯିବ ବୋଲି ସହରବାସୀ ଆଲୋଚନ କରୁଛନ୍ତି । ଏପରିିକି ସୋସିଆଲ ମିଡିଆରେ ସହରର ବିଭିନ୍ନ ସ୍ଥାନଗୁଡିକରେ ବର୍ଷା ଯୋଗୁଁ ନାଳପାଣି ରାସ୍ତା ଉପରକୁ ଆସୁଥିବା ଦୃଶ୍ୟର ଫୋଟ ଉତୋଳନ କରି ପୋଷ୍ଟିଂ କରାଯାଇଥିବା ଦେଖିବାକୁ ମିଳିଛି ।

ସ୍ବତନ୍ତ୍ର ପ୍ରତିନିଧି ଶିବ ନାରାୟଣ ଗୌଡଙ୍କ ରିପୋର୍ଟ odiabarta.in
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in

Leave a Reply

Your email address will not be published. Required fields are marked *

error: You are not allowed to copy this content. Thank you.