ଲାଂଜିଗଡରେ ମା’ ଠାକୁରାଣୀଙ୍କ ପ୍ରସିଦ୍ଧ ଚୈତ୍ର ପର୍ବ ଆରମ୍ଭ 

ଲାଂଜିଗଡ,୭/୪ : ଭାରତୀୟ ସଂସ୍କୃତି ପରଂପରାରେ ଚୈତ୍ର ମାସର ଭୂମିକା ଗୁରୁତ୍ବପୂର୍ଣ୍ଣ । ପ୍ରଚଣ୍ଡ ରୌଦ୍ର ତାପ ସମୟରେ ଧାର୍ମିକ ପୃଷ୍ଠଭୂମି ଉପରେ ଆଧାରିତ ବିଭିନ୍ନ ପର୍ବପର୍ବାଣୀ, ଲୋକ ଅନୁଷ୍ଠାନ ଓ ଅଭିଚାରତନ୍ତ୍ର ଆମର ଜନଜୀବନର ଧାରା ସହ ଓତଃପ୍ରେତ ଭାବେ ଜଡିତ ହୋଇ ଆସିଛି । ପ୍ରାଚୀନ ବନବାସୀ ସମାଜ ଠାରୁ ବର୍ତ୍ତମାନର ଆଧୁନିକ ସମାଜ ପର୍ଯ୍ୟନ୍ତ ସମସ୍ତେ ଏହି ପର୍ବପର୍ବାଣୀ ଓ ଦେବତା ମାନଙ୍କୁ ଗଭୀର ଭକ୍ତି ଶ୍ରଦ୍ଧାର ସହ ଆରଧନା କରିଥାନ୍ତି । ଏସବୁ ମାଧ୍ୟମରେ ଆଦ୍ଧ୍ୟାତ୍ମିକତାର ବାତାବରଣ ସୃଷ୍ଟିହୋଇ ପଲ୍ଲୀ ଓ ବନବାସୀ ଜୀବନକୁ ସରସ ସୁନ୍ଦର କରି ଗଢି ତୋଳିବାରେ ସହାୟକ ହୋଇପାରିଛି । ପ୍ରାଚୀନ ପର୍ବପର୍ବାଣୀ, ଜାନିଯାତ୍ରା ସବୁ ବିଜ୍ଞାନ ସମ୍ମତ ବାର୍ତ୍ତା ବହନ କରିବାସହ ଭକ୍ତିମୟ ପରିବେଶ ସୃଷ୍ଟି କରିପାରିଥାଏ । ସେହି କ୍ରମରେ ଲାଂଜିଗଡ ଠାରେ ପରଂପରିକ ରିତିନିତି ଅନୁସାରେ ପାଳିତ ହେଇ ଆସୁଥିବା ମା’ ଠାକୁରାଣୀଙ୍କ ପ୍ରସିଦ୍ଧ ଚୈତ୍ରପର୍ବ ଆରମ୍ଭ ହୋଇଯାଇଛି। ଶନିବାର ଲାଞ୍ଜିଗଡ ରାଜା ଘରୁ ଘଣ୍ଟ ସିଙ୍ଗାର ହୋଇ ମନ୍ଦିର ଆସିବା ପରେ ଆଜି(ରବିବାର) ଠାରୁ ନଗର ପରିକ୍ରମା କରିଛନ୍ତି। ମା’ଠାକୁରାଣୀଙ୍କ ଚୈତ୍ର ଘଣ୍ଟ ୩୫ରୁ ଅଧିକ ଗ୍ରାମ ପରିକ୍ରମା କରିବା ପରେ ୧୫ ତାରିଖ ଦିନ ଏହି ପର୍ବ ସମ୍ପନ୍ନ ହେବବୋଲି ଠାକୁରାଣୀ କମିଟି ସଭାପତି ରାଜେନ୍ଦ୍ର ପ୍ରତାପ ସିଂଦେଓ କହିଛନ୍ତି। ଦେବୀ ପୂଜକ ଚିତ୍ତ ପୁଝାରୀ ଏହି ଘଣ୍ଟକୁ ଧରି ଗାଁ ଗାଁ ପରିକ୍ରମା କରିଥାନ୍ତି। ଏହି ଘଣ୍ଟ ଯାତ୍ରାକୁ ଠାକୁରାଣୀ କମିଟି ସଭାପତି ରାଜେନ୍ଦ୍ର ପ୍ରତାପ ସିଂଦେଓ, ସଂପାଦକ କାମରାଜ ଦଳବେହେରା, କୋଷାଧ୍ୟକ୍ଷ୍ୟ ଚନ୍ଦ୍ରଧ୍ୱଜ ପେସନିଆ ଓ କମିଟିର ସମସ୍ତ କର୍ମକର୍ତା ସହଯୋଗ କରିଛନ୍ତି।

ଲାଂଜିଗଡ ପ୍ରତିନିଧି ଦୂଃଖିଶ୍ୟାମ ନାଗଙ୍କ ରିପୋର୍ଟ odiabarta.in
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in

Leave a Reply

Your email address will not be published. Required fields are marked *

error: You are not allowed to copy this content. Thank you.