ବସ୍-ବାଇକ ମୁହାମୁହିଁ, ୩ ବାଇକ୍ ଆରୋହୀ ମୃତ

ସଇଁତଲା,୧୯।୧୧: ବଲାଙ୍ଗୀର ଜିଲ୍ଲା ସଇଁତଲା ଥାନା ବଡ଼ମାଳ ଫାଣ୍ଡି ଅନ୍ତର୍ଗତ ବରାହମାଲରେ ରାତି ସାଢ଼େ ୧୦ଟାରେ ଏକ ଘରୋଇ ବସ୍ ସହ ଏକ ବାଇକ ମୁହାଁମୁହିଁ ଧକ୍କା ହେବା ଫଳରେ ୩ଜଣ ବାଇକ ଆରୋହୀଙ୍କ ମୃତ୍ୟୁ ଘଟିଛି ।

 

ମୃତକମାନେ ହେଲେ ସଇଁତଲା ବ୍ଲକ୍ କୁଇକେଡା ପଞ୍ଚାୟତ କମରଲଗା-କୁଜାରପଡା ଗାଁର କାର୍ତ୍ତିକ ମହାକୁର(୩୦), ଗଣ୍ଡପତ୍ରାପାଲିର ଶେଷଦେବ ସ୍ୱାଇଁ(୪୦) ଓ ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକ କୁଡାପଦର ଗାଁର ସୁଦାମ କୁଅଁର(୨୪) । ମୃତକଙ୍କ ପରିବାର ଓ ଉତ୍ତ୍ୟକ୍ତ ଅଞ୍ଚଳବାସୀ କ୍ଷତିପୂରଣ ଦାବିରେ ରାସ୍ତାରୋକ କରିଥିଲେ । ପ୍ରଶାସନ ପକ୍ଷରୁ ସହାୟତା ପ୍ରତିଶ୍ରୁତି ପରେ ରାସ୍ତାରୋକ ପ୍ରତ୍ୟାହୃତ ହୋଇଥିଲା ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.