ଅଲ୍ ଓଡିଶା ଫୁଟବଲ୍ ଟୁର୍ଣ୍ଣାମେଣ୍ଟ ମାଟିଗାଁର ଉଦ୍ଘାଟନୀ ମ୍ୟାଚ୍ 

 

 

ଜୁନାଗଡ,୨୦/୧୧:

କଳାହାଣ୍ଡି ଜିଲ୍ଲା ଜୁନାଗଡ ବ୍ଲକ ମାଟିଗାଁରେ ଆୟୋଜିତ ହୋଇଥିବା ଅଲ୍ ଓଡିଶା ଫୁଟବଲ୍ ଟୁର୍ଣ୍ଣାମେଣ୍ଟର ଉଦ୍ଘାଟନୀ ଉତ୍ସବ ମହା ସମାରେହରେ ଆଜି ଅନୁଷ୍ଠିତ ହୋଇଯାଇଛି । ମାଟିଗାଁ ଫୁଟବଲ୍ ଅଗ୍ରାନାଇଜେସନ ସଭାପତି ନାରାୟଣ ପାଣ୍ଡେଙ୍କ ସଭାପତିତ୍ବରେ ଆୟୋଜିତ ଉଦ୍ଘାଟନୀ ଉତ୍ସବରେ ମୂଖ୍ୟ ଅତିଥୀ ଭାବେ ସମାଜସେବୀ ଦୂର୍ଯ୍ୟୋଧନ କାଣ୍ଡ ,

ସମ୍ମାନୀତ ଅତିଥି ଭାବେ ସମାଜସେବୀ ନେତ୍ରାନନ୍ଦ ମହାନ୍ତୀ , ମାଟିଗାଁ ସରପଞ୍ଚ ତଥା ଆବାହକ ଦୂର୍ଯ୍ୟୋଧନ ମାଝୀ , ଦୂଖି ଦଳପତି , ଅବସରପ୍ରାପ୍ତ ଶିକ୍ଷକ ଗୋପିନାଥ ପାଣ୍ଡେ , ସମାଜସେବୀ ଅଚ୍ୟୁତ ଦଣ୍ଡସେନା , ସାମ୍ବାଦିକ ରାକେସ ବେମାଲ , ଉପ ସଭାପତି ଭଗବାନ ଦଳପତି , ସଂପାଦକ ରାମଚନ୍ଦ୍ର ନାଏକ , ସହ ସଂପାଦକ ସରତ ଚଲାନ , କୋଷାଧ୍ୟକ୍ଷ୍ୟ ପଦ୍ମ ଲୋଚନ ଦଣ୍ଡସେନା ପ୍ରମୂଖ ମଞ୍ଚାସିନ ଥିଲେ । ଧନ୍ୟବାଦ ପ୍ରଦାନ କରିଥିଲେ ସଞ୍ଜିବ ପଧାନ । 

ଉଦ୍ଘାଟନୀ ମ୍ୟାଚ୍ ର ପ୍ରଥମ ପର୍ଯ୍ୟାୟ ଧର୍ମଗଡ ଓ କେସିଙ୍ଗା ସିକେରପଡା ମଧ୍ୟରେ ଅନୁଷ୍ଠିତ ହୋଇଥିଲା । ଏଥିରେ ଧର୍ମଗଡ ୨-୦ ଗୋଲରେ ସିକେରପଡାକୁ ହରାଇ ବିଜୟୀ ହୋଇଥିଲା । ସେହିପରି ଦ୍ବୀତିୟ ମ୍ୟାଚ୍ ବୋର୍ଡା ଓ କର୍ଲାକୋଟ ମଧ୍ୟରେ ହୋଇଥିଲା । ଏହି ମ୍ୟାଚ୍ ରେ ବୋର୍ଡା ୩-୦ ଗୋଲ୍ ରେ ବିଜେତା ହୋଇଥିଲା ।

ମ୍ୟାଚ୍ ର କମେଣ୍ଟ୍ରି କରିଥିଲେ ସିନ୍ଧୁରାମ ଗୁରୁ । ଏହି ଟୁର୍ଣ୍ଣାମେଣ୍ଟରେ ୧୨ଟି ଦଳ ଯୋଗ ଦେଇଥିବାବେଳେ ଫାଇନାଲ୍ ମ୍ୟାଚ୍ ୨୪ ତାରିଖରେ ହେବ ବୋଲି ଆୟୋଜକ ମାନେ ପ୍ରକାଶ କରିଛନ୍ତି ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.