ବଲାଙ୍ଗୀର,୨୨/୧୧: ବଲାଙ୍ଗୀର ଟାଉନ ଥାନା ବନବିଭାଗ ତନଖି ଫାଟକ ନିକଟରେ ପୂର୍ବତନ ଏସପି ବିଷ୍ଣୁପ୍ରସାଦ ପାଢ଼ୀଙ୍କୁ କିଛି ଦୁର୍ବୃତ୍ତ ମରଣାନ୍ତକ ଆକ୍ରମଣ କରିଛନ୍ତି। ଗତକାଲି ଶ୍ରୀ ପାଢ଼ୀ ମର୍ଣ୍ଣିଂ ୱାକ୍ରୁ ଫେରୁଥିବା ବେଳେ ଆକ୍ରମଣର ଶିକାର ହୋଇଥିଲେ।୩ ଜଣ ଦୁର୍ବୃତ୍ତ ବାଇକରେ ଆସି ତାଙ୍କୁ ଟାଙ୍ଗିଆରେ ଆକ୍ରମଣ କରିବା ସହ ଟଙ୍କା ଲୁଟି ନେଇଥିବା ଅଭିଯୋଗ ହୋଇଛି । ଗୁରୁତର ଅବସ୍ଥାରେ ତାଙ୍କୁ ସ୍ଥାନୀୟ ମେଡିକାଲରେ ଭର୍ତ୍ତି କରାଯାଇଛି । ଅଭିଯୋଗ ଆଧାରରେ ଟାଉନ ଥାନା ପୁଲିସ ତନାଘନା ଜାରି ରଖିଛି।