ଟ୍ରେନ ଧକ୍କାରେ ହାତୀ ମୃତ, ଡ୍ରାଇଭର ନାଁରେ ମାମଲା ରୁଜୁ

କେନ୍ଦୁଝର: କେନ୍ଦୁଝର ସଦର ରେଞ୍ଜ ନରଣପୁର ବିଟ୍ ରାମଚନ୍ଦ୍ରପୁର ନିକଟରେ ଟ୍ରେନ୍‌ ଧକ୍କାରେ ଗତକାଲି ଏକ ମାଈହାତୀର ମୃତ୍ୟୁ ହୋଇଥିଲା। ଏହି ଘଟଣାରେ ଟ୍ରେନ୍‌ ଡ୍ରାଇଭରଙ୍କ ନାଁରେ ବନ ବିଭାଗ ମାମଲା ରୁଜୁ କରିଛି। ବନ ବିଭାଗର କହିବାନୁଯାୟୀ, ଡ୍ରାଇଭରଙ୍କୁ ପୂର୍ବରୁ ସର୍ତକ ସୂଚନା ଦିଆଯାଇଥିଲା । ହେଲେ ସେ ଟ୍ରେନ୍‌ର ଗତି କମ୍‌ କରି ନଥିଲେ । ହାତୀ ଚଳପ୍ରଚଳ ଅଂଚଳରେ ସନ୍ଧ୍ୟା ୭ ଟାରୁ ସକାଳ ୬ ଟା ପର୍ଯ୍ୟନ୍ତ ଟ୍ରେନ୍‌ର ବେଗ କମ୍‌ କରିବା ଉଚିତ। କିନ୍ତୁ ଡ୍ରାଇଭର ସତର୍କ ସୂଚନା ପାଇବା ପରେ ମଧ୍ୟ ଟ୍ରେନ୍‌ର ବେଗ କମ କରି ନଥିଲେ ।ଏହି ଘଟଣାକୁ ନେଇ ରେଳ ବିଭାଗ ଏବଂ ବନ ବିଭାଗ ମଧ୍ୟରେ ଆରୋପ ପ୍ରତ୍ୟାରୋପ ଲାଗିରହିଛି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.