ଝାରସୁଗୁଡ଼ା: ଝାରସୁଗୁଡ଼ା ତହସିଲ ଅଫିସରେ କାର୍ଯ୍ୟରତ ଡାଟା ଏଣ୍ଟ୍ରି ଅପରେଟର ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଗିରଫ ହୋଇଛନ୍ତି।
ଡାଟା ଏଣ୍ଟ୍ରି ଅପରେଟର କବି ଚରଣ ନାୟକ, ବାସୁଦେବ ମହାନନ୍ଦଙ୍କ ଠାରୁ ଆରଓଆର ସଂଶୋଧନ ପାଇଁ ୩୦ ହଜାର ଟଙ୍କା ଦାବି କରିଥିଲେ। ବାସୁଦେବ ଏନେଇ ଭିଜିଲାନ୍ସଙ୍କ ଦ୍ୱାରସ୍ଥ ହେବା ପରେ ଯୋଜନା ଅନୁଯାୟୀ ଲାଞ୍ଚ ଅର୍ଥ ଦେଉଥିବା ବେଳେ ଭିଜିଲାନ୍ସ ହାତରେ ଧରପଡିଥିଲେ।
ଭିଜିଲାନ୍ସ ଡ଼ିଏସପି ଦିଲିପ କରଙ୍କ ନେତୃତ୍ୱରେ ଏକ ଟିମ ତହସିଲ ଅଫିସରେ ଚଢାଉ କରି ୩୦ହଜାର ଟଙ୍କା ଜବତ କରିବା ସହ ଅଭିଯୁକ୍ତ କବି ଚରଣ ନାୟକଙ୍କୁ ଧରିଥିଲେ।