ନୂଆପଡା: ନୂଆପଡା ଜିଲ୍ଲା କୋମନା ପୁଲିସ ବିଭିନ୍ନ ସ୍ଥାନରେ ଚଢାଉ କରି ବେଆଇନ କଫ୍ ସିରପ ଜବତ କରିଛି।ଏହି ବେଆଇନ କଫ ସିରପ ଜବତ ଘଟଣାରେ ପୁଲିସ ୩ ଜଣଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତମାନେ ହେଲେ ପେଣ୍ଡରାବନ୍ଧ ଗାଁର କାହ୍ନୁଚରଣ ତ୍ରିପାଠୀ, ଭେଲାଗାଁର ଉଗ୍ରସେନ ସାହୁ ଓ ଇନ୍ଦୁରାମ ଶବର । ପୁଲିସ ସମସ୍ତ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି।