କୁମାରସ୍ୱାମୀ ମହୋତ୍ସବ ଉଦଯାପିତ

ଦେବଗିରି ସାଂସ୍କୃତିକ ଅନୁଷ୍ଠାନର ୨୬ତମ ବାର୍ଷିକ ଉତ୍ସବ

କଳାହାଣ୍ଡି,୨୪ା୧୧: ରାଜ୍ୟର ଅଗ୍ରଣୀ ସଂସ୍ଥା ଦେବଗିରି ସାଂସ୍କୃତିକ ଅନୁଷ୍ଠାନର ୨୬ତମ ବାର୍ଷିକ ଉତ୍ସବ ତଥା କୁମାରସ୍ୱାମୀ ମହୋତ୍ସବ ଉଦଯାପିତ ହୋଇଯାଇଛି । ଉଦଯାପନୀ ସମାରୋହରେ ନର୍ଲା ବ୍ଲକ୍ ଅଧ୍ୟକ୍ଷା ମନୋରମା ମହାନ୍ତି ମୁଖ୍ୟ ଅତିଥି, ପୂର୍ବତନ ମନ୍ତ୍ରୀ ପ୍ରଦୀପ୍ତ କୁମାର ନାଏକ ଓ ମଦନପୁର ରାମପୁର ଜିଲ୍ଲାପରିଷଦ ସଦସ୍ୟ ପୁଷ୍ପେନ୍ଦ୍ର ସିଂଦେଓ ବିଶିଷ୍ଟ ଅତିଥି, ନର୍ଲା ସରପଞ୍ଚ ସଂଘର ସଭାପତି ଚିରଞ୍ଜିବୀ ଗୌଡ଼ିଆ, ନର୍ଲା ଥାନାଧିକାରୀ ରମଣୀ ରଞ୍ଜନ ଦଳାଇ, ନର୍ଲା ବ୍ଲକ୍ ଉପାଧ୍ୟକ୍ଷ ଦୁର୍ଗାପ୍ରସାଦ ମହାନ୍ତି (ମୁନା), ବିଶିଷ୍ଟ ଉଦ୍ୟୋଗପତି ବିମଳ କେଡିଆ, ଦେବଗିରି ସାଂସ୍କୃତିକ ଅନୁଷ୍ଠାନର ମୁଖ୍ୟ ଉପଦେଷ୍ଟା ବିଜୟ ଧଙ୍ଗଡ଼ାମାଝୀ ଓ କଳାହାଣ୍ଡି ଜିଲ୍ଲାପରିଷଦ ଉପାଧ୍ୟକ୍ଷ ଭବସିନ୍ଧୁ ମଙ୍ଗରାଜ ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ । ଅନୁଷ୍ଠାନର ସଭାପତି ସଞ୍ଜୟ ଧଙ୍ଗଡ଼ାମାଝୀଙ୍କ ଅଧ୍ୟକ୍ଷତାରେ ଆୟୋଜିତ ସମାରୋହରେ କଳାହାଣ୍ଡି ଯୁବ ଲେଖକ ସମାବେଶର ଆବାହକ ସୁଶୀଲ କୁମାର ବାଗ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ଅନୁଷ୍ଠାନର ଯୁଗ୍ମ-ସଂପାଦକ ସୁଧୀର କୁମାର ଧଙ୍ଗଡ଼ାମାଝୀ ମଞ୍ଚ ପରିଚାଳନା କରିଥିଲେ । ଏହି ଅବସରରେ ବିଶିଷ୍ଟ ଗାଳ୍ପିକ ମନୋଜ ମହାନ୍ତିଙ୍କୁ ଦେବଗିରି ସାହିତ୍ୟ ସମ୍ମାନ, ବିଶିଷ୍ଟ ନାଟ୍ୟକର୍ମୀ ନାଟ୍ୟଭୂଷଣ ପ୍ରଦୀପ ଧଙ୍ଗଡ଼ମାଝୀଙ୍କୁ ଦେବଗିରି ନାଟ୍ୟ ସମ୍ମାନ, ପ୍ରମେୟ ସହ-ସମ୍ପାଦକ ଅଜୟ ସିଂହ ଠାକୁରଙ୍କୁ ଦେବଗିରି ସାମ୍ବାଦିକତା ସମ୍ମାନ, ସଫଳ ଚାଷୀ ବୈଷ୍ଣବ ମାଝୀଙ୍କୁ ଦେବଗିରି କୃଷି ସମ୍ମାନ, ଅବସରପ୍ରାପ୍ତ ସୈନିକ ଖଗେଶ୍ୱର ସାହୁଙ୍କୁ ଦେବଗିରି ଦେଶସେବା ସମ୍ମାନ, ସମାଜସେବୀ ଧନେଶ୍ୱର ସାହୁଙ୍କୁ ଦେବଗିରି ସମାଜସେବା ସମ୍ମାନ, ମଞ୍ଚ କଳାକାର ଶରତ ଭୋଇଙ୍କୁ ଦେବଗିରି କଳା ସମ୍ମାନ, ବିଶିଷ୍ଟ ଘୁମୁରା ଶିଳ୍ପୀ କମ୍ବୁପାଣି ବାଗଙ୍କୁ ଦେବଗିରି ଲୋକନୃତ୍ୟ ସମ୍ମାନ ପ୍ରଦାନ କରାଯାଇଥିଲା । ସେହିପରି ବିସ୍ମିଲ୍ଲା ଖାଁ ଯୁବ ପୁରସ୍କାର ପ୍ରାପ୍ତ ଲୋକ କଳାକାର ସର୍ବେଶ୍ୱର ଭୋଇ, ‘ଓଡ଼ିଆ ବାର୍ତ୍ତା ଡଟ୍ ଇନ୍’ର ସମ୍ପାଦକ ସୁନୀଲ କୁମାର ଧଙ୍ଗଡ଼ାମାଝୀ, ଦେବଗିରି ମଞ୍ଚର ରୂପକାର ସରୋଜ ଆର୍ଟ୍ ଏଣ୍ଡ୍ ଗ୍ରୁପ୍, ଯୁବ ସମାଜସେବୀ ସମୀର କୁମାର ଚାନ୍ଦ, କେନ୍ଦ୍ର ସାହିତ୍ୟ ଅକାଦେମୀ ଯୁବ ପୁରସ୍କାର ପ୍ରାପ୍ତ କବି ଜୟଦ୍ରଥ ସୁନା ପ୍ରମୁଖଙ୍କୁ ସମ୍ବର୍ଦ୍ଧନା ଦିଆଯାଇଥିଲା । ପରେପରେ ଆୟୋଜିତ ନୃତ୍ୟ ଆସରକୁ ଯୁବନେତା ମନୋଜ ପଟ୍ଟନାୟକ ଉଦ୍ଘାଟନ କରିଥିବା ବେଳେ ମଞ୍ଚ ଉପସ୍ଥାପକ ସୁଧୀର ନାଏକଙ୍କ ସଂଯୋଜନାରେ ରାଜ୍ୟର ବିଭିନ୍ନ ପ୍ରାନ୍ତରୁ ଆସିଥିବା କଳାକାରମାନେ ଅଂଶଗ୍ରହଣ କରିଥିଲେ ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.