ରକ୍ତଦାନ ସଚେତନତା ମିଶନ

ଧର୍ମଗଡ,୨୫/୧୧:

ସୋସିଆଲ ଆକ୍ଟିଭିଷ୍ଟ ଅଫ କଳାହାଣ୍ଡି ସ୍ଵେଚ୍ଛାସେବୀ   ସଂଗଠନ ତରଫରୁ   କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକ ର  ୭ଟି  ଗ୍ରାମରେ  ରକ୍ତ ଦାନ ସଚେତନତା ମିଶନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ବ୍ଲକ ର ୭ଟି ଗ୍ରାମ ଯଥା ଗରଗାଵ.ବଡ଼ଚେରଗାଁ.କର୍ଲ୍ଲା. ଫଟାମୁଣ୍ଡ. ଗୁଣ୍ଡରୀ. ସୀତାପୁର.ଏବଂ କୁଟୁରବାହିଲି  ଗାଁକୁ ବୁଲି ରକ୍ତ ଦାନ ର ମହତ୍ୱ ଓ  ଉପକାରିତା ବିଷୟରେ ସମସ୍ତଙ୍କୁ ବୁଝାଇଥିଲେ ଏବଂ ଆସନ୍ତାକାଲି ସେଠି ଥିବା ବଜାରରେ ଏବଂ

ଅନ୍ୟାନ୍ୟ ଗ୍ରାମରେ ଏହି କାର୍ଯ୍ୟକ୍ରମ  ପ୍ରେରଣା ଧ୍ଵନି ସହିତ ଆୟୋଜନ କରାଯିବ  ବୋଲି ସଂଗଠନର ସଭାପତି କହିଥିଲେ । ଏହି ରାଲିରେ ବିଭିନ୍ନ ଗ୍ରାମର ଲୋକମାନେ ତଥା ଗ୍ରାମର ସ୍କୁଲ ଛାତ୍ର ଛାତ୍ରୀ  ଉତ୍ସାହ ର ସହିତ ଯୋଗେ ଦେଇ କାର୍ଯ୍ୟକ୍ରମ ସଫଳ କରିଥିଲେ ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.