ଅବକାରୀ ନୀତିର ଖୋଲାଖୋଲି ଉଲ୍ଲଙ୍ଘନ : ଚଢା ଦରରେ ବିଦେଶୀ ମଦ ବିକ୍ରି !

ସୋନପୁର, (ସୁଶାନ୍ତ କୁମାର ସାହୁ ) : ଦେଶର କେତେକ ରାଜ୍ୟରେ ମଦ ବନ୍ଦ ରହିଛି । ଓଡ଼ିଶାରେ ମଦ ବନ୍ଦ ପାଇଁ ଆନ୍ଦୋଳନ ଜୋର ଧରିଥିଲେ ମଧ୍ୟ କୌଣସି ସୁଫଳ ମିଳୁନାହିଁ । ଅନ୍ୟପକ୍ଷରେ ରାଜ୍ୟ ସରକାର ନୂଆ ଅବକାରୀ ନୀତି ପ୍ରସ୍ତୁତ କରି ବର୍ଷିକିଆ ବଦଳରେ ଏପ୍ରିଲ ୨୦୧୯ରୁ ଜୁଲାଇ ୩୧ ୨୦୧୯ ପର୍ଯ୍ୟନ୍ତ ୪ ମାସିଆ ନୀତି ନିର୍ଦ୍ଧାରଣ କରିଛନ୍ତି । ମଦରୁ ସରକାର ହଜାର ହଜାର କୋଟି ଟଙ୍କାର ରାଜସ୍ୱ ଆଦାୟ କରୁଥିଲେ ହେଁ ରାଜସ୍ୱ ଆଦାୟ ଆଳରେ ଅବକାରୀ ନୀତି ନିୟମ ଉଲଂଘନ କରୁଥିବା ଦେକାନୀଙ୍କ ପ୍ରତି ସରକାର ଆଖି ବୁଜି ଦେଇଥିବା ନେଇ ତୀବ୍ର ଅସନ୍ତୋଷ ପ୍ରକାଶ ପାଉଛି । ନିର୍ଦ୍ଧାରିତ ମୂଲ୍ୟ ଠାରୁ ଅଧିକ ଦରରେ ମଦ ବିକ୍ରି କରାଯାଇ ପାରିବ ନାହିଁ ବୋଲି ଅବକାରୀ ନୀତି ରହିଛି । ଅବକାରୀ ଆଇନର ଉଲ୍ଲଂଘନ କଲେ କଡ଼ାକଡ଼ି ଦଣ୍ଡର ପ୍ରାବଧାନ ରହିଛି । କିନ୍ତୁ ଏହାକୁ ଭୃକ୍ଷେପ ନକରି ସୋନପୁର ସହର ଓ ଜିଲ୍ଲାରେ ଥିବା କେତେକ ଲାଇସେନ୍ସପ୍ରାପ୍ତ ବିଦେଶୀ ମଦ ଦୋକାନୀ ଚଢା ଦରରେ ମଦ ବିକ୍ରି କରି ମାଲାମାଲ ହେଉଛନ୍ତି । ଏହା କେବଳ ସୋନପୁର ନୁହଁ ପଶ୍ଚିମ ଓଡିଶାର ଅନେକ ସ୍ଥାନରେ ଖୁଲମଖୁଲା ଚାଲିଛି । ଅନ୍ୟପକ୍ଷରେ ଅବକାରୀ ବିଭାଗ ନିରବବ୍ରଷ୍ଟା ସାଜିଥିବା ନେଇ ତୀବ୍ର ଅସନ୍ତୋଷ ପ୍ରକାଶ ପାଉଛି ।

ଚେଇଁ ଶୋଇଛି ପ୍ରଶାସନ : ଅବକାରୀ ମନ୍ତ୍ରୀ ଦୃଷ୍ଟି ଦେବେକି ?

ସୋନପୁର ରେ ଅବକାରୀ ନୀତିର ଉଲଂଘନ କରାଯାଇ ଜୋର ଜବରଦସ୍ତ ଗ୍ରାହକଙ୍କ ଠାରୁ ପ୍ରତ୍ୟେକ ମଦ ବୋତଲ ପିଛା ୧୦- ୨୦ ଟଙ୍କା ଓ ବ୍ରାଣ୍ଡେଡ୍‍ ମଦ ବୋତଲ ପିଛା ୨୦-୩୦ ଟଙ୍କା ଅଧିକ ଦରରେ ବିକ୍ରି କରାଯାଉଛି । ଗ୍ରାହକ ଚାହିଁଲେ କ୍ୟାସମେମୋ ନେବାର ନିୟମ ଥିଲେ ହେଁ ଚଢା ଦରରେ ମଦ ବିକ୍ରି କରୁଥିବା ଦୋକାନୀ ବିଲ୍‍ ଦେବାକୁ ନାରାଜ ପ୍ରକାଶ କରୁଛନ୍ତି । ଅବକାରୀ ନୀତି ଅନୁସାରେ ସମସ୍ତ ବିଦେଶୀ ମଦ ଦେକାନ ଆଗରେ ଗ୍ରାହକଙ୍କୁ ସୂଚନା ସମ୍ପର୍କିୟ ଦର ତାଲିକା ଲଗାଇବାର ନିୟମ ରହିଛି । ହେଲେ ଲୋକଙ୍କୁ ବିଭ୍ରାନ୍ତ କରିବା ଉଦ୍ଦେଶ୍ୟରେ ଦୋକାନୀ ଦର ତାଲିକା ଲଗାଇବାକୁ ପଛଘୁଞ୍ଚା ଦେଉଛନ୍ତି । ଏ ସମ୍ପକୟଙ୍କର ସୁବର୍ଣ୍ଣପୁର ଜିଲା ଅବକାରୀ ଅଧିକ୍ଷକଙ୍କୁ ପଚାରିବାରୁ ବେଆଇନ ଭାବେ ଅଧିକ ଦରରେ ମଦ ବିକ୍ରି କରୁଥିବା ଦୋକନୀ ବିରୋଧରେ ଅଭିଯୋଗ କକଲେ କଡ଼ାକଡ଼ି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି । ବିଭାଗୀୟ ଉଚ୍ଚ କର୍ତ୍ତୁପକ୍ଷ ତୁରନ୍ତ ଏଥିପ୍ରତି ଦୃଷ୍ଟି ଦେଇ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବାକୁ ଦାବି ହେଉଛି ।

For latest news & updates, click on bell button and subscribe to notifications.

Like us on Facebook👇

http://facebook.com/odiabarta

Subscribe us on Youtube👇

http://tiny.cc/odiabarta

Join our whatsapp group👇

http://bit.ly/odiabartagroup2

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in

Leave a Reply

Your email address will not be published. Required fields are marked *

error: You are not allowed to copy this content. Thank you.