ଆଞ୍ଚଳିକ ସାମ୍ବାଦିକ ସଂଘ କଳାହାଣ୍ଡି ର କର୍ମକର୍ତା ଚୟନ

 

କର୍ଲାମୁଣ୍ଡା,୨୫/୧୧:

କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକ ଅନ୍ତର୍ଗତ ଯୋରାଡବରା ଆମ୍ବ ବଗିଚା ଠାରେ ଆଜି ହେମନ୍ତ ଦାସ ଙ୍କ ସଭାପତିତ୍ବରେ ଏକ ସଭାର ଆୟୋଜନ କରାଯାଇଥିଲା।ଏଥିରେ ସାମ୍ବାଦିକଙ୍କ ବିଭିନ୍ନ ସମସ୍ୟାର ସମାଧାନ ପାଇଁ ବୈଠକ ହେବା ସହ ନୁତନ କର୍ମକର୍ତା ଚୟନ ପାଇଁ ଶ୍ରୀ ଦାଶ ଆହ୍ବାନ ଦେଇଥିଲେ। ସର୍ବ ସମ୍ମତି କ୍ରମେ ଆଞ୍ଚଳିକ ସାମ୍ବାଦିକ ସଂଘ ର ସଭାପତି ଭାବେ ହେମନ୍ତ କୁମାର ଦାଶ , ଉପ ସଭାପତି ଭିକାରି ଗଉଡ, ସଂପାଦକ ନବୀନ କିଶୋର ସାହୁ, ସହ ସଂପାଦକ ଅଜୟ ସେନାପତି, ଯୁଗ୍ମ ସଂପାଦକ ବୁଦ୍ଧେଶ୍ବର ଚୌଧୁରୀ, କୋଷାଧକ୍ଷ ତ୍ରିଲୋଚନ ସାହୁ, ପ୍ରସାର ଓ ପ୍ରଚାର ହିରୋଜ ସାହୁ, ଖିରୋଦ୍ର ସାହୁ , ଉପଦେଷ୍ଟା କାହ୍ନୁ ଚରଣ ସାହୁ, ସନ୍ତୋଷ ବାରିକ , ଉମାଶଙ୍କର ମିଶ୍ର , ଗୋପବନ୍ଧୁ ସାହୁ, ଯଶୋବନ୍ତ ସାହୁ, ସୁରଥ ହେର୍ନା, ଜିତୁ ସାହୁଙ୍କୁ ଚୟନ କରାଯାଇଥିଲା।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.