ଜୁନାଗଡ,୨୫/୧୧:
ଜୁନାଗଡ ବ୍ଲକ ମାଟିଗାଁରେ ଆୟୋଜିତ ହୋଇଥିବା ଅଲ୍ ଓଡିଶା ଫୁଟବଲ୍ ଟୁର୍ଣ୍ଣାମେଣ୍ଟର ଉଦ୍ଜାପନୀ ଉତ୍ସବ ମହା ସମାରେହରେ ଅନୁଷ୍ଠିତ ହୋଇଯାଇଛି । ମାଟିଗାଁ ଫୁଟବଲ୍ ଅଗ୍ରାନାଇଜେସନ ସଭାପତି ନାରାୟଣ ପଣ୍ଡାଙ୍କ ସଭାପତିତ୍ବରେ ଆୟୋଜିତ ଉଦ୍ଜାପନୀ ଉତ୍ସବରେ ମୂଖ୍ୟ ଅତିଥୀ ଭାବେ ଗୋଲାମୁଣ୍ଡା ବ୍ଲକ ଅଧ୍ୟକ୍ଷ ତୁଲେଶ୍ବର ନାଏକ , ସମ୍ମାନୀତ ମାଟିଗାଁ ସରପଞ୍ଚ ଦୂର୍ଯ୍ୟୋଧନ ମାଝୀ , ସମାଜସେବୀ ଲକ୍ଷ୍ମୀକାନ୍ତ ନାଏକ ପ୍ରମୂଖ ଉପସ୍ଥିତ ଥିଲେ ।
ଟୁର୍ଣ୍ଣାମେଣ୍ଟର ଫାଇନାଲ ମ୍ୟାଚ୍ ନବରଙ୍ଗପୁର ଓ ବଲାଙ୍ଗୀର ମଧ୍ୟରେ ଅନୁଷ୍ଠିତ ହୋଇଥିଲା । ନବରଙ୍ଗପୁର ୧-୦ ଗୋଲ୍ ରେ ବଲାଙ୍ଗୀରକୁ ହରାଇ ବିଜେତା ହୋଇଥିଲା । ଖେଳ ପରିଚାଳନା କରିଥିଲେ ରେଫରୀ ସନ୍ତୋଷ ପ୍ରଧାନ ଓ ଉପେନ୍ଦ୍ର ଶବର ।
ଏହି ଟୁର୍ଣ୍ଣାମେଣ୍ଟକୁ ଅର୍ଗାନାଇଜେସନର ଉପ ସଭାପତି ଭଗବାନ ଦଳପତି , ସଂପାଦକ ରାମଚନ୍ଦ୍ର ନାଏକ , ସହ ସଂପାଦକ ସରତ ଚଲାନ , କୋଷାଧ୍ୟକ୍ଷ୍ୟ ପଦ୍ମ ଲୋଚନ ଦଣ୍ଡସେନା ପ୍ରମୂଖଙ୍କ ସହ ସମସ୍ତ ସଦସ୍ୟ ସହଯୋଗ କରିଥିଲେ ।
ଜୁନାଗଡରୁ ରାକେସ ବେମାଲଙ୍କ ରିପୋର୍ଟ ଓଡିଆ ବାର୍ତ୍ତା