ବଲାଙ୍ଗୀର,୨୬/୧୧:
ବିଜୁ ଯୁବ ବାହିନୀ ବାଞ୍ଜିପଦର ଗ୍ରାମ ପଞ୍ଚାୟତ ଆନୁକୂଲ୍ୟରେ ଭିଷ୍ମସେନ୍ ମହାକୁର ଙ୍କ ଆବାହକତ୍ବରେ ଏକ “ମିନି ମାରାଥନ” ହକି ପାଇଁ ଦୌଡ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।
ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବାଞ୍ଜିପଦର ଗ୍ରାମ ପଞ୍ଚାୟତ ସରପଞ୍ଚ ଶ୍ରୀଯୁକ୍ତ ନବ କିଶୋର ନାଏକ ଯୋଗଦାନ କରିଥିବା ବେଳେ ସମ୍ମାନିତ ଅତିଥି ଭାବେ ବିଜେଡି ପଞ୍ଚାୟତ ସଭାପତି ଶ୍ରୀଯୁକ୍ତ ବିନୋଦ ମହାକୁର ଓ ସମାଜ ସେବୀ ଶ୍ରୀଯୁକ୍ତ ପଦୁଲାଭ ପୋଢ ଯୋଗ ଦେଇଥିଲେ । ଦିନେସ୍ କୁମାର ନାଗ ସମସ୍ତ କାର୍ଯ୍ୟ ସମ୍ପାଦନା କରିଥିବା ବେଳେ କୋଷାଧ୍ୟକ୍ଷ ତ୍ରୀମନ୍ ବିଶି ଧନ୍ୟବାଦ ଅର୍ପଣ କରିଥିଲେ ।
ଉକ୍ତ ମିନି ମାରାଥନ ହକି ପାଇଁ ଦୌଡ ପ୍ରତିଯୋଗିତା ରେ ପ୍ରଦୀପ ମାଝୀ ପ୍ରଥମ, ହିମାଂଶୁ ମାଝୀ ଦ୍ବିତୀୟ ଓ ଗୋପବନ୍ଧୁ ମାଝୀ ତୃତୀୟ ସ୍ଥାନ ଅଧିକାର କରିଥିଲେ । ସମସ୍ତ ଅଂଶଗ୍ରହଣ କାରି ମାନଙ୍କୁ ଟ୍ରଫି ପ୍ରମାଣପତ୍ର ପ୍ରଦାନ କରାଯାଇଥିଲା ।