ଯାଦବ ସମାବେଶ ଓ କର୍ମକର୍ତ୍ତା ଚୟନ

କଳାହାଣ୍ଡି: ଲାଞ୍ଜିଗଡ ବ୍ଳକ ବଳଭଦ୍ରପୁର ନିକଟସ୍ଥ କଦମଗୁଡା ଆମ୍ବତୋଟାଠାରେ ଏକ ବିଶାଳ ଯାଦବ ସମାବେଶ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଛତ୍ରପୁର, ଲାଞ୍ଜିଗଡ, ଜଗନ୍ନାଥପୁର, ତ୍ରିଲୋଚନପୁର ଓ ବିଜେପୁର ପଞ୍ଚାୟତର ମହିଳା ଓ ଯୁବ ଯାଦବ ସଂଗଠନର ପଂଚାୟତ ସ୍ତରୀୟ ନୂତନ କର୍ମକର୍ତ୍ତା ଚୟନ କରାଯାଇଥିଲା ।


ସମାବେଶରେ ଲାଞ୍ଜିଗଡ ବ୍ଲକ ଯାଦବ ମହାସଭାର ସଭାପତି ରଘୁବୀର ନାଗ, ଉପସଭାପତି ଶୋଭାବନ ଛତର, ସମ୍ପାଦକ ଧବଳେଶ୍ଵର ଠେଲା, ସହ-ସମ୍ପାଦକ କୁଶ ପୋଢ, କୋଷାଧ୍ୟକ୍ଷ ଲକ୍ଷ୍ମୀଧର ଚଣ୍ଡୀ ଓ ଯୁବ ଯାଦବ ସଭାପତି ଡିଲେସ କୁମାର ନାଗ, ସମ୍ପାଦକ ନୃପମଣି ଛତର, କୋଷାଧ୍ୟକ୍ଷ ବୁଧିଆ ବଗର୍ତ୍ତୀ, ସୀମାଞ୍ଚଳ ସଗରିଆ ପ୍ରମୁଖଙ୍କ ସମେତ ବହୁ ଯାଦବ ନେତା ଓ ଜନସାଧାରଣ ଯୋଗ ଦେଇଥିଲେ ।

ଏଥିରେ ପାଞ୍ଚଶହରୁ ଉର୍ଦ୍ଧ୍ଵ ଯାଦବ ସଭ୍ଯସଭ୍ଯାଙ୍କ ସମାଗମ ହୋଇଥିଲା । ଶେଷରେ ବ୍ଲକ ସଭାପତି ରଘୁବୀର ନାଗ ଧନ୍ୟବାଦ ଅର୍ପଣ କରିଥିଲେ ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.