ଚକ୍ ଦେ ଇଣ୍ଡିଆ

ପୁରୁଷ ହକି ବିଶ୍ବକପ୍ ପାଇଁ ଓଡିଶା ମାଟିରେ ପାଦ ଥାପିଥିବା ଖେଳାଳି ମାନଙ୍କ ସହ କରମର୍ଦନ କରୁଛନ୍ତି ମୂଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ୨୦୧୮ରେ ପୁରୁଷ ହକି ବିଶ୍ବକପ୍ ର ଆୟୋଜକ ହୋଇଛି ଓଡିଶା । ୨୮ ନଭେମ୍ବରରୁ ୧୬ ଡିସେମ୍ବର ପର୍ଯ୍ୟନ୍ତ କଳିଙ୍ଗ ଷ୍ଟାଡିୟମରେ ଚାଲିବ ହକି ମହାସମର । ଏଥିରେ ୧୬ଟି ଦଳ ଅଂଶ ଗ୍ରହଣ କରିବେ । ସମସ୍ତ ଯୋଦ୍ଧା ଭୂବନେଶ୍ବର ପହଞ୍ଚି ସାରିଛନ୍ତି । ୨୭ ତାରିଖରେ ଉଦ୍ଘାଟନୀ ଉତ୍ସବ ଅନୁଷ୍ଠିତ ହେବ , ଏଥିରେ ଉଭୟ ପ୍ରାଚ୍ୟ ଓ ପାଶ୍ଚାତ୍ୟ ସଂଗୀତର ମହାମିଳନ ହେବ । ଏହି ଉତ୍ସବରେ ଏଆର୍ ରହମାନ୍ , ବଲିଉଡ୍ ସୁପର୍ ଷ୍ଚାର୍ ସାହାରୁଖ୍ ଖାନ୍ , ଧକ୍ ଧକ୍ ଗାର୍ଲ ମାଧୁରୀ ଦୀକ୍ଷିତ୍ ମୂଖ୍ୟ ଆକର୍ଷଣ ହେବେ । ମାଧୁରୀ ଭାରତ ମାତା ଭାବେ ଉଭାହେବେ । ପୁରୁଷ ହକି ବିଶ୍ବକପ୍ ପାଇଁ ରାଜଧାନୀ ଭୂବନେଶ୍ବର ସୁନ୍ଦର ଭାବେ ସଜେଇ ହେଇଛି ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.