ପାନୀୟ ଜଳ ଅଭାବର ଶିକାର ପାତ୍ରବସା ଦଳିତବସ୍ତି ବାସିନ୍ଦା

କଲମପୁର,୧୬/୫ : କଳାହାଣ୍ଡି ଜିଲ୍ଲା କଲମପୁର ବ୍ଲକ ଅନ୍ତର୍ଗତ ପଣ୍ଡିଗାଁ ପଞ୍ଚାୟତ ଅଧିନସ୍ତ ପାତ୍ରବସା ଗାଁରେ ଥିବା ଦଳିତବସ୍ତିରେ ପାନୀୟ ଜଳର ଅଭାବ ଦେଖାଦେଇଛି । ଫଳରେ ପାନୀୟ ଜଳ ନିମନ୍ତେ ଦଲିତବସ୍ତି ବାସିନ୍ଦାର ଲୋକମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖିନ ହୋଇଆସୁଛନ୍ତି । ପାତ୍ରବସା ଗାଁର ଜନସଂଖ୍ୟା ୧ ହଜାରରୁ ଉର୍ଦ୍ଧ ରହିଥିବା ବେଳେ ଭୋଟରଙ୍କ ସଂଖ୍ୟା ୬ ଶହରୁ ଉର୍ଦ୍ଧ ବୋଲି ଜଣାଯାଇଛି । ଏଥିରେ ବିଭିନ୍ନ ସଂପ୍ରଦାୟର ଲୋକ ବସବାସ କରିଆସୁଛନ୍ତି ସେଥି ମଧ୍ୟରେ ଦଳିତ ସଂପ୍ରଦାୟ ଅନ୍ୟତମ । ଏହି ଦଳିତ ସଂପ୍ରଦାୟର ୬୦ରୁ ଉର୍ଦ୍ଧ ପରିବାର ରହିଆସୁଥିବା ବେଳେ ପ୍ରାୟ ଶତାଧିକ ଜନସଂଖ୍ୟା ରହିଛନ୍ତି । ଏମାନଙ୍କ ନିମନ୍ତେ ପଡାରେ ସରକାରଙ୍କ ତରଫରୁ ଗୋଟିଏ ନଳକୂପ ଯୋଗାଇ ଦିଆଯାଇଛି । ତେବେ ଏହି ନଳକୂପ ବାରମ୍ବାର ଅଚଳ ହୋଇପଡୁଛି । କେତେ ବେଳେ ପାଣି ବାହାରୁ ନଥିବା ବେଳେ କେତେ ବେଳେ ଯାନ୍ତ୍ରିକ ତୃଟି ଯୋଗୁଁ ଅଚଳ ହୋଇ ପଡୁଛି । ଚଳିତ ଗ୍ରୀଷ୍ମ ଋତୁ ଆରମ୍ଭରେ ନଳକୂପ ତିନି ଥର ଅଚଳ ହୋଇ ସଜଡା ଯାଇଥିବା ବେଳେ ଏବେ ୮ ଦିନ ହେଲା ନଳକୂପ ଅଚଳ ହୋଇପଡିଛି । ବସ୍ତି ବାସିନ୍ଦା ମାନେ ଏନେଇ ବିଭାଗୀୟ କାର୍ଯ୍ୟକର୍ତ୍ତା ମାନଙ୍କୁ ଜଣାଇ ଆସୁଥିଲେ ମଧ୍ୟ ଏଯାଏଁ କୌଣସି ସୁଫଳ ମିଲିପାରିନାହିଁ । ଏତେ ସଂଖ୍ୟକ ଲୋକମାନଙ୍କୁ ଗୋଟିଏ ନଳକୂପ ପ୍ରର୍ଯ୍ୟାପ୍ତ ହେଉନଥିବାରୁ ଅନ୍ୟ ଏକ ନଳକୂପ ରାଧାକୃଷ୍ଣ ମନ୍ଦିର ପାର୍ଶରେ ଥିବା ଦଲିତ ବସ୍ତିରେ ଯୋଗାଇ ଦେବାକୁ ଦିର୍ଘ ଦିନ ହେଲା ଦାବି ହୋଇଆସୁଛି । ବସ୍ତିର ଲୋକମାନେ ସରପଞ୍ଚ ବନଜା ବାସିନୀ ମହାପାତ୍ରଙ୍କୁ ଲିଖିତ ଭାବରେ ଜଣାଇଥିବା ପ୍ରକାଶ କରିଛନ୍ତି । ସରପଞ୍ଚ ଏହାକୁ ବିଚାରକୁ ନେଇ ଗତ ଫେବ୍ରୁଆରୀ ମାସ ୧୩ ତାରିଖ ଦିନ ଗ୍ରାମ ସଭାରେ ପାରିତ କରେଇ ନୂତନ ନଳକୂପ ଯୋଗାଇଦେବାକୁ ପ୍ରତିଶୃତି ଦେଇଛନ୍ତି । ଏଥି ସହ ସରପଞ୍ଚ ଶ୍ରୀମତୀ ମହାପାତ୍ର ଗାଁ ବିଦ୍ୟାଳୟ ନିକଟରେ ଏକ ସୋଲାର ପ୍ଲାଣ୍ଟ ମଧ୍ୟମରେ ୫ଲକ୍ଷ ଟଙ୍କା ବ୍ୟୟ କରାଇ ଉଠା ପାଇପ୍ ଜଳ ବସ୍ତିବାସିନ୍ଦା ଲୋକ ମାନଙ୍କୁ ଯୋଗଇ ଦିଆଯିବ ଏବଂ ଏଥି ପାଇଁ ସମସ୍ତ ପ୍ରସ୍ତୁତି ସରିଛି । ଏହା ଖୁବ୍ ସିଘ୍ର କାର୍ଯ୍ୟକାରୀ ହେବ ବୋଲି ମଧ୍ୟ ସେ ପ୍ରତିଶୃତି ଦେଇଛନ୍ତି । ତେବେ ଏସବୁ ସତ୍ତ୍ବେ ମଧ୍ୟ ୨ ମାସ ବିତିଯାଇ ଗ୍ରୀଷ୍ମ ପ୍ରବାହ ସମୟରେ ବସ୍ତିବାସିନ୍ଦା ଲୋକମାନେ ପାନୀୟ ଜଳ ନିମନ୍ତେ ଡହକ ବିକଳ ହୋଇ ଚାଲିଛନ୍ତି । ନଳକୂପ କି ଉଠା ପାଇପ୍ ଜଳ ଯୋଗାଣ ବ୍ୟବସ୍ଥାର ଶୁଭାରମ୍ଭ ଆଜିପର୍ଯ୍ୟନ୍ତ ହୋଇପାରୁ ନାହିଁ । ଏନେଇ ସରପଞ୍ଚ ଶ୍ରୀମତି ମହାପାତ୍ର ସହ ଯୋଗଯୋଗ ହୋଇପାରୁ ନଥିବାରୁ ତାଙ୍କ ପ୍ରତିକ୍ରିୟା ମିଳିପାରି ନଥିବା ବେଳେ ପଞ୍ଚାୟତ କାର୍ଯ୍ୟନିର୍ବାହି ଅଧିକାରୀ ସୁଶାନ୍ତ କୁମାର ବଣିଆ କହିଛନ୍ତି ଯେ, ଏଥର ନଳକୂପ ଅଚଲଥିବା ଖବର ଆମ ପାଖରେ ନାହିଁ, ଗତଥର ସେମାନେ ଲିଖିତ ଭାବେ ଜଣାଇଥିଲେ ଆମେ ମରାମତି କିରିଦେଇଥିଲୁ । ଆଉ ରହିଲା ନୂତନ ନଳକୂପ ପାଇଁ ସେମାନେ ଲିଖିତ ଭାବେ ଜଣାଇଛନ୍ତି ତାହା ପଞ୍ଚାୟତ ସଭାରେ ପାରିତ ହୋଇଯାଇଛି । ଆଉ ଉଠା ପାଇପ୍ ଜଳ ଯୋଗାଣ ବ୍ୟବସ୍ଥା ନିମନ୍ତେ ଏସ୍କନ୍ ପ୍ଲାନ ତିଆରି କରି ପଠାଯାଇଛି, ତାହା ଆସିଲେ କାର୍ଯ୍ୟକାରୀ କରାଯିବ ବୋଲି କହିଛନ୍ତି । ତେବେ ଏହି ବସ୍ତି ବାସିନ୍ଦା ଲୋକ ମାନେ କେବେ ପାନୀୟ ଜଳ ଅଭାବରୁ ମୁକ୍ତି ପାଇବେ ତାହା ଦେଖିବାକୁ ବାକି ରହିଲା ।

କଲମପୁରରୁ ତୁଲାରାମ ବେହେରାଙ୍କ ରିପୋର୍ଟ odiabarta.in

For latest news & updates, click on bell button and subscribe to notifications.

Like us on Facebook👇

http://facebook.com/odiabarta

 

Subscribe us on Youtube👇

http://tiny.cc/odiabarta

 

Join our whatsapp group👇

http://bit.ly/odiabartagroup2

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in

Leave a Reply

Your email address will not be published. Required fields are marked *

error: You are not allowed to copy this content. Thank you.