ନୂଆଦିଲ୍ଲୀ : ବରିଷ୍ଠ ନିର୍ବାଚନ କମିଶନର ସୁନୀଲ ଅରୋଡା ଆସନ୍ତା ଡିସେମ୍ବର ୨ ତାରିଖରେ ମୁଖ୍ୟ ନିର୍ବାଚନ କମିଶନର ଭାବେ କାର୍ଯ୍ୟଭାର ଗ୍ରହଣ କରିବେ । ସେଦିନ ବର୍ତ୍ତମାନର ମୁଖ୍ୟ ନିର୍ବାଚନ କମିଶନର ଓପି ରାଓ୍ଵତ ଅବସର ଗ୍ରହଣ କରିବେ । ଆଜି ରାଷ୍ଟ୍ରପତି ରାମନାଥ କୋବିନ୍ଦ ଶ୍ରୀ ଅରୋଡାଙ୍କ ନିଯୁକ୍ତିକୁ ମଂଜୁରୀ ଦେଇଛନ୍ତି ।