ଗ୍ରୀଷ୍ମ ଋତୁ : କାହା ପାଇଁ କିପରି

ଭୂପୃଷ୍ଠରେ ପ୍ରତ୍ୟେକ ଋତୁର ବିଶେଷତା ରହିଛି । ପୂର୍ବରୁ ଛଅ ଋତୁର ବର୍ଣ୍ଣନା ରହିଥିଲା । ମାତ୍ର ବିଶ୍ୱ ଜଳବାୟୁରେ ପରିବର୍ତ୍ତନ ଯୋଗୁଁ ଭୂପୃଷ୍ଠ ଉଷ୍ଣତର ହେବା ସହ ଗ୍ରୀଷ୍ଣ ଋତୁର ସମୟ ବଢ଼ି ଚାଲିଛି । ମୁଖ୍ୟତ ଗ୍ରୀଷ୍ଣ, ବର୍ଷା ଓ ଶୀତ ତିନୋଟି ଋତୁ ଅନୁଭୂତ ହେଉଛି । ପ୍ରତ୍ୟେକ ଋତୁର ମହତ୍ତ୍ୱ ମଧ୍ୟ ଭିନ୍ନ ଭିନ୍ନ । ଗ୍ରୀଷ୍ଣ ଲହରୀ କାହାପାଇଁ ଦାରୁଣ ପରିସ୍ଥିତି ସୃଷ୍ଟି କରୁଥିବା ସମୟରେ ତୃଷାର୍ତ୍ତକୁ ଜଳଦାନ ଦେଇ କିଏ ପୁଣ୍ୟଲାଭର ପଥ ସୁଗମ କରୁଛି ତ ଆଉ କାହା ପାଇଁ ଜୀବନ ଜୀବିକାର ସାଧନ ସୃଷ୍ଟି କରୁଛି ।

ପେଟପାଟଣାର ସମୟ

ପ୍ରବଳ ଗ୍ରୀଷ୍ଣ ପ୍ରବାହ ଯୋଗୁଁ ଲୋକେ ଘରୁ ବାହାରୁ ନଥିବା ସମୟରେ ଆଇସକ୍ରିମ ବିକାଳି, ଆଖୁରସ ବିକ୍ରେତା, ଗୁପ୍ ଚୁପ୍ ବିକ୍ରେତା ଆଦି କ୍ଷୁଦ୍ର ବ୍ୟବସାୟୀଙ୍କ ପାଇଁ ଏହା ବାସ୍ତବରେ ପେଟ ପାଟଣାର ସମୟ ବୋଲି କହନ୍ତି ସୋନପୁର ସଦର ନିବାସୀ ଶ୍ରୀ ସାହୁ । ସେ ପ୍ରତିଦିନ ନିଜ ଠେଲା ରେ ମିଶିନ ଲଗାଇ ଆଖୁ ରସ ସୋନପୁର ସଦର ର ବ୍ଲକ ଛକ ଓ ସହରର ବିଭିନ୍ନ ଜାଗାରେ ବିକ୍ରି କରନ୍ତି । ଯେତିକି ଖରା ହେବ ବିକ୍ରୀ ମଧ୍ୟ ସେତିକି ଅଧିକ ହୋଇଥାଏ ବୋଲି ସେ କହିଥାନ୍ତି । ସେ କୁହନ୍ତି ଗ୍ରାମାଞ୍ଚଳ ଅପେକ୍ଷା ସହରାଞ୍ଚଳରେ ଏହାର ଭଲ ଚାହିଦା ଅଛି ଏବଂ ସେ ପ୍ରତିଦିନ ୬୦ରୁ ଶହେ ଲିଟର ପର୍ଯ୍ୟନ୍ତ ଆଖୁ ରସ ବିକ୍ରି ନିଜର ଗୁଜୁରାଣ ମେଣ୍ଟାଉଛନ୍ତି ।

ଥଣ୍ଡେ ଥଣ୍ଡେ କୁଲ କୁଲ !

ମଣିଷ ହୁଅନ୍ତୁ ବା ପଶୁ ସଭିଏଁ ଗ୍ରୀଷ୍ଣ ପ୍ରବାହରୁ ରକ୍ଷା ପାଇବା ପାଇଁ ପ୍ରୟାସ କରିଥାନ୍ତି । ଏଥି ସକାଶେ ବିଭିନ୍ନ ପଶୁ କ୍ଷୀଙ୍କ କ୍ଷେତ୍ରରେ ଜୈବିକ ବ୍ୟବସ୍ଥା ରହିଥାଏ । ମାତ୍ର ମଣିଷ ଖରାରୁ ରକ୍ଷା ପାଇବା ପାଇଁ ଏୟାର କଣ୍ଡିସନର ଏୟାର କୁଲର ଆଦି ବ୍ୟବହାର କରିବା ସାଙ୍ଗକୁ ଆଇସକ୍ରିମ ପରି ଥଣ୍ଡା ଜିନିଷ ଅଧିକ ପସନ୍ଦ କରିଥାଏ । ଛୋଟ ଛୋଟ ଶିଶୁଙ୍କ ପ୍ରଥମ ପସନ୍ଦ ଥାଏ ଜଳ କ୍ରିଡା ।

ତେବେ ଏ କ୍ଷେତ୍ରରେ ମଣିଷର ପୂର୍ବୁରୁଷ କୁହାଯାଉଥିବା ମାଙ୍କଡ଼ ମଧ୍ୟ କିଛି କମ ନୁହନ୍ତି । ଅଞ୍ଚଳରେ ଦେଖାଯାଉଥିବା ହନୁମାଙ୍କଡ଼ ଏବଂ ପାତି ମାଙ୍କଡ଼ ମାନେ ମଧ୍ୟ ଆଇସକ୍ରିମ ଖାଇବାକୁ ପସନ୍ଦ କରୁଛନ୍ତି । ତେବେ ଏଥି ସକାଶେ ସେମାନେ ଆଇସକ୍ରିମ ବାଲାଠାରୁ ଆଇସକ୍ରିମ କିଣିବା ପରିବର୍ତ୍ତେ ଛୋଟ ଛୁଆଙ୍କ ଠାରୁ ଲୁଟି ଖାଇବାକୁ ଅଧିକ ପସନ୍ଦ କରୁଥିବା ଦେଖାଯାଉଛି ।

ସାଥି ଚୟନ ସହ ନୀଡ଼ ବାନ୍ଧିବାର ସମୟ

ବାସ୍ତବରେ ପଶୁ ପକ୍ଷୀମାନେ ମୌସୁମୀ ଆଗମନର ପୂର୍ବାଭାଷ ପାଇଥାନ୍ତି । ବର୍ଷା ଆଗମନର ପୂର୍ବରୁ ସେମାନେ ବସାବାନ୍ଧିବା ଆରମ୍ଭ କରିଥାନ୍ତି । ପ୍ରବଳ ଗ୍ରୀଷ୍ମରେ ମୌସୁମୀର ଠିକ୍‍ ପୂର୍ବରୁ ପୁରୁଷ ବାୟା ଚଢ଼େଇ ବସା ବାନ୍ଧିଥାଏ । ପୁରୁଷ ବାୟା ଚଢ଼େଇର ବସା ବାନ୍ଧିବାର ଦକ୍ଷତା, କୌଶଳ ଓ ସ୍ଥିରତା ତାର ସାଥୀ ଚୟନର ମାପ କାଠି ହୋଇଥାଏ ।

ବସା ବାନ୍ଧିବା ସମୟରେ ସମ୍ଭାବ୍ୟ ସାଥୀ ବାରମ୍ବାର ବସା ପରିଦର୍ଶନ କରିଥାଏ । ଯେଉଁ ପୁରୁଷ ବସା ବାନ୍ଧିବାରେ ଦକ୍ଷ ହୋଇଥାଏ ଏବଂ ବସାଟି ସମ୍ଭାବ୍ୟ ମୌସୁମୀ ଝଡ଼ର ମୁକାବିଲା ପାଇଁ ସଠିକ ଜଣାପଡ଼େ ମାଈ ବାୟା ପକ୍ଷୀଟି ସେହି ପୁରୁଷ ପକ୍ଷୀକୁ ସାଥୀ ରୂପେ ଚୟନ କରିଥାଏ । ତେବେ ପୁରୁଷ ବାୟାକୁ ସାଥୀ ରୂପେ ଗ୍ରହଣ କରିବା ପୂର୍ବରୁ ମାଈ ବାୟା ଚଢ଼େଇଟି ମାଟି ଓ ଗୋବର ଲେପ ଦେଇ ବସାଟିକୁ ସୁନ୍ଦର କରିଥାଏ । ତତ୍‍ ଉପରାନ୍ତେ ସହବାସ ପାଇଁ ସମ୍ମତି ପ୍ରଦାନ କରିଥାଏ । ଏଣୁ ଗ୍ରୀଷ୍ମ ପ୍ରବାହକୁ ଭୃକ୍ଷେପ ନ କରି ପୁରୁଷ ବାୟା ଚଢ଼େଇ ନିଜର ସମ୍ଭାବ୍ୟ ସାଥୀ ଚୟନ ପାଇଁ ଏବେ ନୀଡ଼ ବାନ୍ଧିବାରେ ବ୍ୟସ୍ତ ଥିବା ଦେଖାଯାଇଛି ।

ଉପସ୍ଥାପନା :

ସୁଶାନ୍ତ କୁମାର ସାହୁ

 

ସୋନପୁର ଜିଲ୍ଲା ପ୍ରତିନିଧି


For latest news & updates, click on bell button and subscribe to notifications.

Like us on Facebook👇

http://facebook.com/odiabarta

Subscribe us on Youtube👇

http://tiny.cc/odiabarta

Join our whatsapp group👇

http://bit.ly/odiabartagroup2

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in

Leave a Reply

Your email address will not be published. Required fields are marked *

error: You are not allowed to copy this content. Thank you.