ବଣାମୁଣ୍ଡା କେବଳ ଜଳାଶୟ ନୁହେଁ ଗରିବଙ୍କ ଅନ୍ନଦାତା

ଦେଉଛି ପେଟକୁ ଦାନା, ଚାଷକୁ ପାଣି, ଖାଇବାକୁ ତାଜା ମାଛ

କଳାହାଣ୍ଡି : ପୂର୍ବକାଳରେ ଲୋକେ ପୋଖରୀ ଖୋଳା ଓ ଦେଉଳ ତୋଳାକୁ ସବୁଠାରୁ ବେଶି ପୁଣ୍ୟ କାର୍ଯ୍ୟ ବୋଲି ବିବେଚନା । ସମାଜର ସଂମ୍ଭାନ୍ତ ଲୋକେ ନିଜ ଜୀବନ କାଳରେ ଜଳାଶୟ ଖନନ, ଆମ୍ର କାନନ ପ୍ରତିଷ୍ଠା, ଧର୍ମଶାଳା ନିର୍ମାଣ, ମଠ ମନ୍ଦିର ପ୍ରତିଷ୍ଠା ଆଦି ଅନେକ ଜନହିତକର କାର୍ଯ୍ୟ କରୁଥିଲେ । ଏସବୁ ମଧ୍ୟରୁ ଜଳାଶୟର ଗୁରୁତ୍ବ ଆଜି ଆମେ ଅନୁଭବ କରିପାରିବା । ଜଳାଶୟ କେବଳଯେ ସ୍ନାନ ଶୌଚ ପାଇଁ ଉଦ୍ଦିଷ୍ଟ ତା’ନୁହଁ ଏହା ଏହା ଗରିବ ମଣିଷ ପାଇଁ ଅର୍ଣ୍ମଦାତା, ପଥିକ ପାଇଁ ଅମୃତର ବିନ୍ଦୁ, ଧାର୍ମିକ ମଣିଷ ପାଇଁ ଗଂଗା । ଆଜି ଆମେ ଏପରି ଏକ ଜଳାଶୟର କଥା ବର୍ଣ୍ମନା କରିବାକୁ ଯାଉଛୁ ଯାହା କେଉଁ ଆବାହମାନ କାଳରୁ ସଂପୃକ୍ତ ଜନବସତୀ ପାଇଁ ପାଳଟିଛି କରୁଣାର ଧାରା । ଏହି ଜଳାଶୟ ହେଉଛି ବଣାମୁଣ୍ଡା ବା କମଳାସାଗର । ନର୍ଲା ବ୍ଲକ ଅଧିନସ୍ଥ ତୁଳାପଡାରେ ରହିଛି ଏହି ବିରାଟ ଜଳାଶୟ । ଏହି ଜଳାଶୟ କେବଳ ପାଣି ନୁହେଁ ଲୋକଙ୍କ ଜିବନ ଜୀବିକା କୁ ମେଣ୍ଟାଇ ଆସୁଛି କାହିଁ କେଉଁ କାଳରୁ । ପାଣି ବିନା ନର୍ଲା ବ୍ଲକର ଅନେକ ଚାଷ ଉଜୁଡି ଯାଉଥିବା ବେଳେ ଏହା ତୁଲାପଡା ଚାଷୀଙ୍କ ପାଇଁ ପାଳଟିଛି ଆଶିର୍ବାଦ । ବଣାମୁଣ୍ଡାର ଜଳ ପ୍ଲାବିତ ହୋଇ କୃଷି କ୍ଷେତ୍ରରେ ଢେଉ ମାରେ ସୁନାର ଫସଳ । କୃତଜ୍ଞ ଚାଷୀ ଦେବତା ଜ୍ଞାନରେ ପ୍ରଣାମ କରେ ଏହି ଜଳାଶୟକୁ । ଏହା ତାକୁ ବାରମାସୀ ଅାହାର ଯୋଗାଇ ଦିଏ ।

ଆଜି ସରକାର ଗରିବଙ୍କ ପାଇଁ ଚାଉଳ ବଣ୍ଟନ କରୁଛନ୍ତି । ଦିନ ଥିଲା ଚାଉଳ ଗଣ୍ଡାକ ପାଇଁ ଲୋକେ ନାହିଁ ନଥିବା ପରିଶ୍ରମ କରିସୁଦ୍ଧା ଉପାସରେ ଦିନ କାଟୁଥିଲେ । ସେହି ସମୟରେ ଏହି ବଣାମୁଣ୍ଡା ଲୋକଙ୍କୁ କେତେ ଯେ ସହାୟ ହୋଇଛି ତାହାର ତୁଳନା ନାହିଁ । ଅତୀତ ସମୟରେ ଯେତେବେଳେ ଲୋକେ ଭୋକ ଉପାସରେ ଦନି କାଟୁଥିଲେ ସେତେବେଳେ ଏଠାରେ ଦିନ ତମାମ୍ ମାଛ ମାରୁଥିଲେ । ସଂଧ୍ୟାରେ ପ୍ରତିବଦଳରେ ବଣାମୁଣ୍ଡା ଦେଉଥିଲା ପେଟକୁ ଦାନା ସ୍ୱରୁପ ଦିମୁଠା ଚାଉଳ । ବଣାମୁଣ୍ଡାର ଦାନରୁ ଘରେ ଚୁଳି ଜଲୁଥିବାରୁ ଜାଣତ ଅଜାଣତରେ ସେହି ଜଳାଶୟ ପ୍ରତି କୃତଜ୍ଞତା ଜ୍ଞାପନ ପରୁଥିଲେ ଅନେକ ପରିବାର । ସେମାନଙ୍କ ପାଇଁ ସେହି ସମୟରେ ଦେବତାର ଆସନରେ ବସିଥିଲା ବଣାମୁଣ୍ଡା । ଯୁଗ ସହ ସମୟର ପରିବର୍ତନ ହୋଇଛି ତାସହ ଜୀବନ ଜୀବିକାର ମଧ୍ୟ କିନ୍ତୁ ଆଜି ବି ନିଜର ଗୁଜୁରାଣ ମେଂଟାଇବା ପାଇଁ କେତେକ ଲୋକେ ଚିଙ୍ଗୁଡି ଧରୁଥିବା ଦେଖିବାକୁ ମିଳିଛି ।

ନିକଟ ଅତୀତରେ ତୁଳାପଡାରେ ଶିକ୍ଷାନୁଷ୍ଠାନ ଗଢି ତୋଳିବାରେ ବଣାମୁଣ୍ଡାର ପ୍ରଚ୍ଛନ ହାତ ରହିଛି । ବେସରକାରୀ ଶିକ୍ଷାନୁଷ୍ଠାନକୁ ମା କ୍ଷୀର ଖୁଆଇ ଶିଶୁକୁ ବଡ କଳାଭଳି ଗଢିଛି ବଣାମୁଣ୍ଡା । ଏହାର ଗୌରବ ଓ ଇତିହାସକୁ କେହି ଭୂଲି ପାରିବେନାହିଁ ।
ଦୀର୍ଘ ବର୍ଷ ହେଲା ବଣାମୁଣ୍ଡା ରେ ମାଛ ଚାଷ କରୁଛି ତୁଳାପଡା ମତ୍ସ୍ୟ କମିଟି । ସଭାପତି ନୌକା ମାଝୀ ଓ ସଂପାଦକ କୈଳାସ ପଧାନଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ତଥା ଗ୍ରାମବାସୀଙ୍କ ସହଯୋଗରେ ସଂଗ୍ରହ ହେଉଛି କ୍ୱିଣ୍ଟାଲ କ୍ୱିଣ୍ଟାଲ ତାଜା ମାଛ । ସର୍ବ ସାଧାରଣଙ୍କୁ ସୁଲଭ ମୂଲ୍ୟରେ କେଜି ୧୨୦ ଟଙ୍କାରେ ଯୋଗାଉଛି ତାଜା ରୋହି, ଭାକୁର, ମୀରକାଲ, ଗ୍ରାସକପ୍, ତଥା ଦେଶୀ ମାଛ ବାଳିଆ, କାଏଲ ଆଦି । ହାଇବ୍ରିଡ ମାଛର ଓଜନ ସର୍ବାଧିକ ୮ କେଜି ହୋଇଥିବା ବେଳେ ସର୍ବ ନିମ୍ନ ୧ କେଜି ହୋଇଛି । ସେହିପରି ଛୋଟ ମାଛ ଦୁଇ ପ୍ରକାର ମୂଲ୍ୟରେ ବିକ୍ରୟ ହେଉଛି । ମିଶାଗୋଳା ଛୋଟ ମାଛ ଟେଙ୍ଗଣି, ଫପ୍ସି, ପୁଟିିଆ, ଟୁରୁ, ଲେତ୍ରା, ବଏଁରା, ଖକ୍ସି କେଜି ୬୦ଟଙ୍କାରେ ଦିଆ ଯାଉଥିବା ବେଳେ ଏକ ପ୍ରକାର ଜର୍ଡା ଝୁରିକୁ କେଜି ୮୦ ଟଙ୍କାରେ ଲୋକଙ୍କୁ ଦିଆ ଯାଉଛି । ମାଛ କହିଲେ ଓ ଏହାର ମଜା ନେବାକୁ ହେଲେ ସାରା ଅଂଚଳ ବଣାମୁଣ୍ଡାକୁ ହିଁ ପ୍ରତିକ୍ଷା କରିଥାନ୍ତି । ମାଛ ଧରାରେ ସହାୟ ହେଉଥିବା ଲୋକଙ୍କୁ ମାଗଣାରେ ମାଛ ଭାଗ ଦିଆ ଯାଉଛି । ମାଛ ବଳିଲେ ଗାଡି ସାହାଯ୍ୟରେ ଗାଁ ଗାଁ ବୁଲି ଆହୁରି କମ ଦରରେ ବିକ୍ରୟ କରାଯାଉଛି ।

ମାଛ ଧରିବା ଦିନ ଏହି ଅଂଚଳରେ ଭାନପୁର, ତୁଳାପଡା, ସେରଗଡ, ବାଲିସିଙ୍ଗା, ନର୍ଲା, ବାଗପୁର, କୁରମେଲ, ମ.ରାମପୁର୍ ଆଦି ପଂଚାୟତର ବିଭିନ୍ନ ଗାଁରୁ ହଜାରହଜାର ସଂଖ୍ୟାରେ ଗ୍ରାହକ ଆସି ମାଛ କିଣୁଛନ୍ତି । ପ୍ରତିବଦଳରେ ଗାଁ କମିଟି ୪ ଲକ୍ଷରୁ ଉଦ୍ଧ୍ୱର୍ ଟଙ୍କା ଉପାର୍ଜନ କରିପାରୁଛି । ହେଲେ ଏତେବଡ ଉପକାରୀ ଜଳାଶୟ ପାଇଁ ସରକାରୀ ପ୍ରୋତ୍ସାହନ ନାହିଁ । ଅଂଚଳର ଭାତ ହାଣ୍ଡି ଆଜି ଦିନକୁ ଦିନ ପୋତି ହୋଇ ଆସୁଥିବା କାରଣରୁ ସଂଚିତ ପାଣି ବୃଦ୍ଧି ନପାଇ ଦିନକୁ ଦିନ କମିବାରେ ଲାଗିଛି । ସରକାର ଚାହିଁଲେ ଏହି ଜଳାଶୟରେ କୋଟିକୋଟି ଟଙ୍କା ଖର୍ଚ୍ଚ କରିପାରିବେ ଯାହା ବର୍ତମାନ ଠାରୁ ୨ଗୁଣ ପାଣି ଅଧିକ ରହିପାରିବା ସହିତ ଏହା ଅଂଚଳର ବିକାଶରେ ଆହୁରି ସହାୟକ ହୋଇପାରିବ ବୋଲି ଅଂଚଳବାସୀ ମତ ଦିଅନ୍ତି । ସେହିପରି ଅସୁରଗଡ ସାଗର ମଧ୍ୟ ତଦୃପ ଜନସାଧାରଣଙ୍କ ସହାୟ ହୋଇପାରୁଛି । ହେଲେ ଏଥିପ୍ରତି କାହାର ଆନ୍ତରିକତା ନଥିବା ଭଳି ପ୍ରତିୟମାନ ହେଉଛି । ନର୍ଲା ବ୍ଲକରେ ପ୍ରକୃତିଦତ୍ତ ଓ ସ୍ଥାୟୀ ଏହି ଦୁଇଟି ଭାତହାଣ୍ଡି ପ୍ରତି ସରକାରଙ୍କ ଦୃଷ୍ଟି ପଡୁ ବୋଲି ଅନେକେ ମତ ଦେଇଛନ୍ତି ।

ପ୍ରସ୍ତୁତି ଓ ଉପସ୍ଥାପନା :

ମନୋଜ କୁମାର ଷଡଙ୍ଗୀ

ସ୍ବତନ୍ତ୍ର ପ୍ରତିନିଧି odiabarta.in

For latest news & updates, click on bell button and subscribe to notifications.

Like us on Facebook👇

http://facebook.com/odiabarta

Subscribe us on Youtube👇

http://tiny.cc/odiabarta

Join our whatsapp group👇

http://bit.ly/odiabartagroup2

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in

Leave a Reply

Your email address will not be published. Required fields are marked *

error: You are not allowed to copy this content. Thank you.