ଗାନ୍ଧୀଜୀଙ୍କ ୧୫୦ତମ ଜୟନ୍ତୀ ପାଇଁ ବିଭିନ୍ନ କାର୍ଯ୍ୟକ୍ରମ

ନୂଆଦିଲ୍ଲୀ, ୨୭/୧୧: କେନ୍ଦ୍ର ସରକାର ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ୧୫୦ତମ ଜୟନ୍ତୀକୁ ଆକର୍ଷଣୀୟ ଭାବରେ ପାଳନ କରିବାକୁ ଯୋଜନା କରୁଛନ୍ତି । ଏଥିରେ ଗ୍ଲୋବାଲ ସାଇକେଲ କାର୍ଯ୍ୟକ୍ରମ, ଶୁଦ୍ଧ ଶାକାହାରୀ ଖାଦ୍ୟ ମେଳା, ବିଶ୍ୱର ୧୫୦ ଜଣ ପ୍ରସିଦ୍ଧ ଲେଖଙ୍କ ଦ୍ୱାରା ଲିଖିତ ‘ଗାନ୍ଧୀ ସାହିତ୍ୟ’ ପ୍ରସ୍ତୁତ ଏବଂ ବିଦେଶରେ ଖାଦୀର ପ୍ରଚାର ସହିତ ସ୍ୱାସ୍ଥ୍ୟ ସଂବନ୍ଧୀୟ କାର୍ଯ୍ୟକ୍ରମ ସାମିଲ ଅଛି ।

ଗାନ୍ଧୀଙ୍କ ଉପରେ ଅନ୍ତର୍ଜାତୀୟ ସ୍ତରରେ ମହତ୍ୱ ବଢ଼ାଇବା ପାଇଁ ବହୁଗୁଡ଼ିଏ କାର୍ଯ୍ୟକ୍ରମର ଆୟୋଜନ କରିବାକୁ ଯୋଜନା ଚାଲିଛି । ଏଥିରେ ବିଶ୍ୱର ଜଣାଶୁଣା କଳାକାର ଏକତ୍ର ହୋଇ ଗୁଜରାତିରେ ‘ବୈଷ୍ଣବ ଜନ’ ଭଜନ ପରିବେଷଣ କରିବେ । ସେହିଭଳି ବିଶ୍ୱର ପ୍ରସିଦ୍ଧ କୋଠାର କାନ୍ଥରେ ଗାନ୍ଧିଜୀଙ୍କ ଡିଜିଟାଲ ପ୍ରୋଜେକ୍ଟଶନ ପ୍ରଦର୍ଶିତ ହେବ । ସରକାର ଚଳିତ ବର୍ଷ ଗାନ୍ଧୀ ଡାକ ଟିକେଟ ଜାରି କରିବା ପାଇଁ ବିଶ୍ୱର ପ୍ରମୁଖ ଦେଶ ସହିତ ସଂପର୍କ କରିଛନ୍ତି ।

ଜୁନ ୩ରୁ ବିଶ୍ୱ ସାଇକେଲ ଚାଳନା ଦିବସ ଅବସରରେ ଗାନ୍ଧୀ ସାଇକେଲଚାଳନା କାର୍ଯ୍ୟକ୍ରମ ଆୟୋଜିତ ହେବ । ସେହିପରି ମିଶନ ଜରିଆରେ ଅନଲାଇନ ସାଧାରଣଜ୍ଞାନ ଏବଂ ଶାକାହାରୀ ଖାଦ୍ୟ ମେଳା ଆୟୋଜନ କରାଯିବ ।

ଗାନ୍ଧୀ ସାହିତ୍ୟ ସଂକଳନ ପାଇଁ ବିଶ୍ୱର ପ୍ରସିଦ୍ଧ ରାଜନେତା, ସାମ୍ବାଦିକ, କଳାକାର ଏବଂ ବ୍ୟବସାୟୀ ସମେତ ୧୫୦ ବ୍ୟକ୍ତିଙ୍କ ସହିତ ଯୋଗାଯୋଗ କରାଯାଇଛି । ଏକବିଂଶ ଶତାଦ୍ଦୀ ପାଇଁ ଗାନ୍ଧିଜୀଙ୍କ ସ୍ୱପ୍ନ କ’ଣ ଥିଲା, ଏହାରି ଉପରେ ଲେଖିବାକୁ କୁହାଯାଇଛି । ଗାନ୍ଧୀ ସାହିତ୍ୟ ସଂକଳନର ଅନୁବାଦ ବିଶ୍ୱର ବିଭିନ୍ନ ବିଶ୍ୱବିଦ୍ୟାଳୟରେ କରାଯିବ ।

ଇଣ୍ଡିଆନ ମିଶନ ଯୋଗେ ଆଗାମୀ ଏକ ବର୍ଷରେ ୧୨ ସ୍କୁଲରେ ପ୍ରତିଯୋଗିତା ହେବ । ବିଶ୍ୱ ପରିବେଶ ଦିବସରେ ସମସ୍ତ ଇଣ୍ଡିଆନ ମିଶନ ଏବଂ ପୋଷ୍ଟ ୨୦୧୯ ଜୁନ ୫ରେ ୧୫-୧୫୦ ବୃକ୍ଷରୋପଣ କରିବେ ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.