ମଣିପୁର ହିଂସା ପ୍ରତିବାଦରେ ଆଦିବାସୀ ସଂଘ ପକ୍ଷରୁ ଦାବିପତ୍ର

ଓଡ଼ିଆ ବାର୍ତ୍ତା/ ସୁବର୍ଣ୍ଣପୁର (ରାଜ କିଶୋର ତ୍ରିପାଠୀ): ଆଦିବାସୀ କଲ୍ୟାଣ ସଂଘ ସୁବର୍ଣ୍ଣପୁର ଜିଲ୍ଲା ପକ୍ଷରୁ ମଣିପୁର ହିଂସାର ପ୍ରତିବାଦ ସହ ଏପରି କାର୍ଯ୍ୟ କରିଥିବା ଦୁର୍ଦ୍ଧାନ୍ତ ଅପରାଧୀ ମାନଙ୍କୁ କଠୋର ଦଣ୍ଡରେ ଦଣ୍ଡିତ କରିବା ପାଇଁ ମହାମହିମ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ସୁବର୍ଣ୍ଣପୁର ଜିଲ୍ଲାପାଳ ବିମଳେନ୍ଦୁ ରାୟଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଛି। ଆଦିବାସୀ ମହିଳା ମାନଙ୍କୁ ନ୍ୟାୟ ପ୍ରଦାନ ସହ ଅମାନବୀୟ ଭାବେ ପୋଲିସର ଉପସ୍ଥିତିରେ ଗଣ ଦୁଷ୍କର୍ମ କରିଥିବା ଅଭିଯୁକ୍ତମାନଙ୍କୁ ଚିହ୍ନଟ କରି ସେମାନଙ୍କ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସଂଘ ଦୃଢ଼ ଦାବି ଉପସ୍ଥାପନ କରିଛି। ଦାବିପତ୍ର ପ୍ରଦାନ ସମୟରେ ଜିଲ୍ଲା ଆଦିବାସୀ କଲ୍ୟାଣ ସଂଘ ସଭାପତି ଯୋଗୀନ୍ଦ୍ର ଭୋଇ, ଉପସଭାପତି ଗୁପ୍ତେଶ୍ୱର ମଲ୍ଲିକ, ସଂପାଦକ ଲମ୍ବୋଦର ଧରୁଆ, ସହ ସଂପାଦକ ନରୋତ୍ତମ ଆଢ଼ବାକ୍, କୋଷାଧକ୍ଷ ରୋହିତ କୁଅଁର, ତରଭା ବ୍ଲକ ସଭାପତି ବଲଭଦ୍ର କୁଅଁର, ସମ୍ପାଦକ କପୂର୍ଚ୍ଚନ ଭୋଇ, ବିନିକା ବିରଞ୍ଚି କୁଅଁର, ଡୁଙ୍ଗୁରିପାଲି ବ୍ଲକ ସଭାପତି ଶ୍ୟାମସୁନ୍ଦର ଭୋଇ, ଉଲୁଣ୍ଡା ବ୍ଲକ ସଭାପତି ନଦନ ବାରିକ, ବିରମହାରାଜପୁର ସଭାପତି ଶ୍ୟାମ ପ୍ରଧାନ ତଥା ଜିଲ୍ଲା ଆଦିବାସୀ କଲ୍ୟାଣ ସଂଘର ସମସ୍ତ କର୍ମକର୍ତ୍ତା ଓ ଆଦିବାସୀ ଭାଇମାନେ ଉପସ୍ଥିତ ଥିଲେ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

      

Udyog Nursery
Udyogi Nursery

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.