ବିଶାଳ ରକ୍ତଦାନ ଶିବିର ପାଇଁ ମହିଳା କଲେଜରେ ପ୍ରସ୍ତୁତି ବୈଠକ; ଛାତ୍ରୀଙ୍କୁ ସଚେତନ କଲେ ଏସପି

ଓଡ଼ିଆ ବାର୍ତ୍ତା/ ସୁବର୍ଣ୍ଣପୁର (ରାଜ କିଶୋର ତ୍ରିପାଠୀ): ଆଜି ସୁବର୍ଣ୍ଣପୁର ଜିଲ୍ଲା ମୋ ସରକାର ଆମ ପୋଲିସ ମାଧ୍ୟମରେ ଆଗାମୀ ଅଗଷ୍ଟ ୪ ତାରିଖ ଦିନ ହେବାକୁ ଥିବା ବିଶାଳ ରକ୍ତ ଦାନ ଶିବିର ଆୟୋଜନ କରିବା ସକାଶେ ସୋନପୁର ବିଜୁ ପଟ୍ଟନାୟକ ମହିଳା କଲେଜ ରେ ଏକ ପ୍ରସ୍ତୁତି ବୈଠକ ଓ ମୋଟିଭେସନ୍ କାର୍ଯକ୍ରମ ଅନୁଷ୍ଟିତ ହୋଇ ଯାଇଛି । ଏହି କାର୍ଯକ୍ରମରେ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଅମରେଶ ପଣ୍ଡା ଯୋଗ ଦେଇ ରକ୍ତ ଦାନ ର ଉପକାରିତା, ରକ୍ତ ଦାନ ପ୍ରତି ସଚେତନତା ତଥା ରକ୍ତ ଦାନ ପ୍ରତି ଯୁବ ପିଢ଼ି ଙ୍କୁ କିପରି ଅଧିକ ରୁ ଅଧିକ ଆଗ୍ରହ ବୃଦ୍ଧି କରା ଯାଇ ପାରିବ ସେ ବିଷୟ ରେ +୩ ଛାତ୍ରୀ ଙ୍କୁ ପ୍ରେରଣା ପ୍ରଦାନ କରିଥିଲେ । ଏବଂ ଆମେ ଦୁର୍ଘଟଣା ରେ ରାସ୍ତା ରେ ରକ୍ତ ନ ଦେଇ ରୋଗୀ ଙ୍କୁ ରକ୍ତ ଦେଇ ଜୀବନ ବଞ୍ଚାଇବା ବୋଲି ଉତ୍ସାହିତ ଉତ୍ସାହିତ କରି ସଡ଼କ ସୁରକ୍ଷl ଉପରେ ମଧ୍ୟ ଶ୍ରୀ ପଣ୍ଡା ସଚେତନ କରିଥିଲେ l ଏହି ମହତ କାର୍ଯ୍ୟକ୍ରମ ରେ ଛାତ୍ରୀ ଙ୍କ ସହିତ ତାଙ୍କ ପରିବାର ସ୍ୱଜନ, ଜିଲ୍ଲାର ସମସ୍ତ ସାମାଜିକ ସଂଗଠନ ଓ ନୁଆଁ ରକ୍ତ ଦାତା ଙ୍କୁ କିପରି ସାମିଲ କରା ଯାଇ ପାରିବ ଏଥିପାଇଁ ସଭାରେ ଉପସ୍ଥିତ କଲେଜ ଅଧ୍ୟକ୍ଷl ରିତାରାଣୀ ପୂଜାରୀ, ଇଂରାଜୀ ଅଧ୍ୟକ୍ଷ ମଦନ ସୁନ୍ଦର ଖେତୀ, ଖିରୋଦ ମେହେର, ପୁର୍ଣିମା ମିଶ୍ର, ଅଧ୍ୟାପିକା ସଂଜୁ ରାଣୀ ସିଂ, ସାମ୍ବାଦିକ ମନୋରଞ୍ଜନ ତ୍ରିପାଠୀ, ରକ୍ତ ଦାତା ମନୋଜ ପଣ୍ଡା, ନିବେଦନ କରିଛନ୍ତି । ଅଧ୍ୟାପକ ଶ୍ରୀ ଖେତୀଙ୍କ ସମେତ ସମସ୍ତ ଛାତ୍ରୀ ଏସପି ଶ୍ରୀ ପଣ୍ଡା ଙ୍କୁ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା ଜ୍ଞାପନ କରିଥିବା ବେଳେ ଛାତ୍ରୀ ନେତ୍ରୀ ଶିବାନୀ ପଣ୍ଡା ଧନ୍ୟବାଦ ଅର୍ପଣ କରି ଏସପି ଙ୍କ ଉପସ୍ଥିତି ରେ ଆଜି ଆମେ ଖୁବ ଉତ୍ସାହ ପାଇଛୁ ଏବଂ ଆମ ମନ ରେ ଭୟ ଦୂର ହୋଇ ରକ୍ତ ଦାନ ପାଇଁ ଖୁବ ସାହସ ପାଇଛୁ କହି ୧୦୦ ୟୁନିଟ ରକ୍ତ ଦେବୁ ବୋଲି ସଂକଳ୍ପ ନେଇଛନ୍ତି l ବରିଷ୍ଠ କିରାଣୀ ଚେର ବୁଇ ହୋତା ସଭା ଆୟୋଜନ ରେ ସହଯୋଗ କରିଥିବା ବେଳେ ଦୁଇ ଶହରୁ ଉର୍ଧ୍ଵ ଛାତ୍ରୀ ଯୋଗ ଦେଇ ହାତ ରେ ପ୍ଲା କାର୍ଡ ଧରି ରକ୍ତ ଦାନ ପାଇଁ ସଚେତନ କରିଥିଲେ l

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.