ବାଇକ ଧକ୍କାରେ ବୃଦ୍ଧା ମୃତ ଘଟଣା; ଦୁର୍ଘଟଣାକାରୀ ଗିରଫ ଓ କ୍ଷତିପୂରଣ ମିଳିବା ପରେ ରାସ୍ତା ଅବରୋଧ ହଟିଲା

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ସୁଶାନ୍ତ କୁମାର ଦଳେଇ): ଆଜି ସକାଳ ସମୟରେ କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକ କେଗାଁ ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ସମ୍ମୁଖରେ ଏକ ବାଇକ ଧକ୍କାରେ ଜଣେ ସାନଚେରଗାଁ ଗ୍ରାମର ମଦନା ମାଝି (୬୫) ନାମକ ଜଣେ ବୃଦ୍ଧାଘଟଣାସ୍ଥଳରେ ମୃତ୍ୟୁ ବରଣ କରିଥିଲେ। ଦୁର୍ଘଟଣା ଘଟାଇ ବାଇକ ଛାଡି ଦୁର୍ଘଟଣାକାରୀ ଫେରାର ମାରିଥିବା ବେଳେ ଘଟଣା ସ୍ଥଳରେ ଉତ୍ତେଜନା ପ୍ରକାଶ ପାଇଥିଲା। ଉକ୍ତ ଦୁର୍ଘଟଣାକାରୀକୁ ଗିରଫ କରିବା ସହିତ କ୍ଷତିପୂରଣ ଦାବିରେ ପରିବାର ଲୋକେ ଓ ସ୍ଥାନୀୟ ଲୋକେ ରାସ୍ତା ଅବରୋଧ କରିଥିଲେ। କେଗାଁ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଲୋକଙ୍କୁ ବୁଝାସୁଝା କରିଥିଲେ ମଧ୍ୟ କୌଣସି ସୁଫଳ ମିଳିପାରି ନଥିଲା। ଦୁର୍ଘଟଣା ଘଟାଇ ଥିବା ମଦଭାଟିର ବିହାରୀ କର୍ମଚାରୀକୁ ପୋଲିସ ଗିରଫ କରିବା ସହିତ ସମ୍ପୃକ୍ତ ଭାଟି ପକ୍ଷରୁ ୩ଲକ୍ଷ ଟଙ୍କା କ୍ଷତିପୂରଣ ଦେବା ପରେ ଦୀର୍ଘ ୫ ଘଣ୍ଟା ପରେ ରାସ୍ତା ଅବରୋଧ ହଟିଥିଲା। ଅପରପକ୍ଷରେ ଶବଟିକୁ ପୋଲିସ ଜବତ କରି ବ୍ୟବଛେଦ ପାଇଁ ଧର୍ମଗଡ଼ ଉପଖଣ୍ଡ ଚିକିତ୍ସାଳୟକୁ ପଠାଇଥିବା ଜଣାପଡିଛି। ଏସଂକ୍ରାନ୍ତରେ କେଗାଁ ଥାନା କେସ ନମ୍ବର ୧୩୯/୨୦୨୩ ରେ ଏକ ମାମଲା ରୁଜୁ କରି ଦୁର୍ଘଟଣା ଘଟାଇ ଥିବା ବିହାରୀ କର୍ମଚାରୀ ବୁଦ୍ଧନ ରାଏଙ୍କୁ ଗିରଫ କରିଥିବା ତଦନ୍ତକାରୀ ଅଧିକାରୀ ଏମ ହାଁସଦା ପ୍ରକାଶ କରିଛନ୍ତି।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.