ଇଣ୍ଡିଗୋ ଏୟାରଲାଇନ୍ସ ଉପରେ ୩୦ ଲକ୍ଷ ଟଙ୍କାର ଜରିମାନା

 

ଓଡ଼ିଆ ବାର୍ତ୍ତା/ ନୂଆଦିଲ୍ଲୀ: ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ ତରଫରୁ ଇଣ୍ଡିଗୋ ଏୟାରଲାଇନ୍ସ ଉପରେ ୩୦ ଲକ୍ଷ ଟଙ୍କାର ଜରିମାନା ଲଗାଇଛି। ଇଣ୍ଡିଗୋ ଏୟାରଲାଇନ୍ସ ୬ ମାସ ମଧ୍ୟରେ ଏ୩୨୧ ବିମାନରେ ୪ଟି ଟେଲ୍ ଷ୍ଟ୍ରାଇକ୍ ଘଟଣାର ସମ୍ମୁଖୀନ ହୋଇଥିଲା। ଏନେଇ ଡିଜିସିଏ ପକ୍ଷରୁ ଇଣ୍ଡିଗୋ ଏୟାରଲାଇନ୍ସ ଉପରେ ଏକ ସ୍ୱତନ୍ତ୍ର ଅଡିଟ୍ କରାଯାଇଥିଲା।

Omkar Vasthu
Omkar Vasthu

ଏହି ଘଟଣାରେ ଇଣ୍ଡିଗୋ ଏୟାରଲାଇନ୍ସ ଉପରେ ୩୦ ଲକ୍ଷ ଟଙ୍କାର ଜରିମାନା ଲଗାଇବା ସହିତ ଡିଜିସିଏ ଆବଶ୍ୟକତା ଓ ଓଇଏମ ଗାଇଡଲାଇନ ଅନୁଯାୟୀ ସେମାନଙ୍କ ଦସ୍ତାବିଜ ଏବଂ ପ୍ରକ୍ରିୟାରେ ସଂଶୋଧନ କରିବାକୁ ନିର୍ଦ୍ଦେଶ ଦେଇଛି। ଗତ କିଛି ମାସ ମଧ୍ୟରେ ଇଣ୍ଡିଗୋ ବିମାନଗୁଡ଼ିକ ଅନେକ ଦୁର୍ଭାଗ୍ୟଜନକ ଘଟଣାର ସମ୍ମୁଖୀନ ହୋଇଥିଲା। ଚଳିତ ବର୍ଷର ପ୍ରଥମ ୬ ମାସ ମଧ୍ୟରେ ଇଣ୍ଡିଗୋର ଏ୩୨୧ ବିମାନ ସହିତ ୪ଟି ଟେଲ୍ ଷ୍ଟ୍ରାଇକ୍ ଘଟିଥିଲା​। ଉପରୋକ୍ତ ଘଟଣା ପରେ ଡିଜିସିଏ ଇଣ୍ଡିଗୋର ଏକ ସ୍ୱତନ୍ତ୍ର ଅଡିଟ୍ କରିଥିଲା।

Pearl dental clinic
Near Ashish Medical Store, Bhawanipatna

ସେହିପରି ପରିଚଳାନା, ପ୍ରଶିକ୍ଷଣ, ଇଞ୍ଜିନିୟରିଂ ଏବଂ ଫ୍ଲାଇଟ୍ ଡାଟା ମନିଟରିଂ କାର୍ଯ୍ୟକ୍ରମ ଉପରେ ସେମାନଙ୍କର ଡୁକ୍ୟମେଣ୍ଟେସନ ଏବଂ ପ୍ରକ୍ରିୟାର ସମୀକ୍ଷା କରାଯାଇଥିଲା। ସ୍ୱତନ୍ତ୍ର ଅଡ଼ିଟ୍ ସମୟରେ ଡିଜିସିଏ ଇଣ୍ଡିଗୋ ଏୟାର ଲାଇନ୍ସର ଅନେକ ତ୍ରୁଟି ପାଇଥିଲା। ଏନେଇ ଡିଜିସିଏ କହିଛି ଯେ କାର୍ଯ୍ୟକ୍ଷମ ଏବଂ ତାଲିମ ପ୍ରଣାଳୀ ବ୍ୟତୀତ ଇଞ୍ଜିନିୟରିଂ ପ୍ରକ୍ରିୟାରେ ମଧ୍ୟ ଅଭାବ ଦେଖାଦେଇଛି। ସମସ୍ତ ତ୍ରୁଟି ଖୋଜି ବାହାର କରିବା ପରେ ହିଁ ଡିଜିସିଏ ଇଣ୍ଡିଗୋ ଏୟାରଲାଇନ୍ସକୁ କାରଣ ଦର୍ଶାଅ ନୋଟିସ୍ ଜାରି କରିଥିଲା, ଯେଉଁଥିରେ କମ୍ପାନୀ ସନ୍ତୋଷଜନକ ଉତ୍ତର ଦେବାରେ ବିଫଳ ହୋଇଥିଲା। ଏହି ସମୀକ୍ଷା ବେଳେ ମିଳିଥିବା ତୃଟି ଆଧାରରେ ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ ଇଣ୍ଡିଗୋ ଏୟାର ଲାଇନ୍ସ ଉପରେ ୩୦ ଲକ୍ଷ ଟଙ୍କାର ଜରିମାନା ଲଗାଇଛି।

Udyog Nursery
Udyogi Nursery

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.