ରକ୍ତଦାନ ଶିବିର ପାଇଁ ପ୍ରସ୍ତୁତି ବୈଠକ

ଓଡ଼ିଆ ବାର୍ତ୍ତା/ ଜଗତସିଂହପୁର: ଆଜି ତିର୍ତ୍ତୋଲ ବ୍ଲକ ମଣିଜଙ୍ଗାସ୍ଥିତ ବୁଢୀ କେନ୍ଦୁଳେଇ ମନ୍ଦିର ପ୍ରାଙ୍ଗଣରେ ତିର୍ତ୍ତୋଲ ଅଞ୍ଚଳର ପ୍ରତିଷ୍ଠିତ ଯୁବ ସମାଜସେବୀ ହିମାଂଶୁ ଭୂଷଣ ମଲ୍ଲିକଙ୍କ ପ୍ରତିଷ୍ଠିତ ଆଫିନ ଏବଂ ଓଆଇଜି ସ୍ବେଚ୍ଛାସେବୀ ସଙ୍ଗଠନ ତରଫରୁ ଏକ ମେଗା ରକ୍ତଦାନ ଶିବିର ନିମନ୍ତେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲା ରକ୍ତ ଭଣ୍ଡାରରେ ରକ୍ତର ଅଭାବ ପରିଲକ୍ଷିତ କରି ଆଗାମୀ ଅଗଷ୍ଟ ୧୮ ତାରିଖ ଯୁବ ସ୍ବାଭିମାନ ଦିବସରେ ମଣିଜଙ୍ଗା ପଞ୍ଚାୟତର କଲ୍ଯାଣ ମଣ୍ଡପରେ ଏକ ବ୍ଲକସ୍ତରୀୟ ରକ୍ତଦାନ ଶିବିର ଅନୁଷ୍ଠିତ କରିବାକୁ ସ୍ଥିର କରାଯାଇଛି। ଏହି ସ୍ୱେଚ୍ଛାସେବୀ ସଙ୍ଗଠନ ପରାମର୍ଶଦାତା ଦେବ ପ୍ରସାଦ ନାୟକ ଏହି ବୈଠକରେ ସଭାପତିତ୍ୱ କରି ଗତବର୍ଷ ଏହି ସଂଗଠନ ତରଫରୁ ରଘୁନାଥପୁର ଠାରେ ୩୫୦ ୟୁନିଟ୍ ରକ୍ତ ସଂଗ୍ରହ କରାଯାଇଥିଲା । ଏବେ ରକ୍ତଅଭାବ ସମୟରେ କିପରି ରକ୍ତ ସଂଗ୍ରହ କରାଯିବ ସେ ବିଷୟରେ ଉପସ୍ଥିତ ବ୍ଯକ୍ତିମାନଙ୍କ ସହ ଆଲୋଚନା କରିଥିଲେ। ପ୍ରତିଷ୍ଠାତା ହିମାଂଶୁ ଭୂଷଣ ମଲ୍ଲିକ ନିଜେ ସୁସ୍ଥ ରହିବା ସହିତ ଅନ୍ଯ ଜଣଙ୍କ ଜୀବନ ବଞ୍ଚାଇବା ପାଇଁ ରକ୍ତଦାନ କରନ୍ତୁ ବୋଲି ଆହ୍ବାନ ଦେଇଥିଲେ। ରକ୍ତଦାନର ଉପକାରିତା ଉପରେ ବିସ୍ତୃତ ଆଲୋଚନା କରି ବହୁ ସଂଖ୍ଯାରେ ସାମିଲ ହେବକୁ ଯୁବ ପିଢିଙ୍କୁ ନିବେଦନ କରିଥିଲେ। ଏହି ବୈଠକରେ ଉକ୍ତ ସଙ୍ଗଠନର ସହ – ସମ୍ପାଦକ ସୁନୀଲ କୁମାର ରାଣା, ପ୍ରଶାନ୍ତ ଦାସ, ଆର୍ତ୍ତତ୍ରାଣ ପଣ୍ଡା, ଜିତେନ୍ଦ୍ର ମହାନ୍ତି,ଅଶ୍ୱିନ ସ୍ବାଇଁ, ଗରାମ ସରପଞ୍ଚ ପ୍ରଦ୍ଯୁମ୍ନ କିଶୋର ଚୟନୀ, ମୂଳିସିଂହ ସରପଞ୍ଚ ସଫି ଆଜମ୍, ଆମ୍ବେରି ସମିତିସଭ୍ୟ ଅରୁଣ ମଲ୍ଲିକ,ତେନ୍ତୁଳିପଦା ସରପଞ୍ଚ ସରୋଜିନୀ ପରିଜା, ତୁଳଙ୍ଗ ସମିତିସଭ୍ୟ ଦେବୀ ପ୍ରସାଦ ପାଳ, ମୂଳିସିଂହ ସମିତି ସଭ୍ଯ ରଞ୍ଜନ କୁମାର ସାହୁ, କୃଷ୍ଣଚନ୍ଦ୍ର ସ୍ବାଇଁ, ବ୍ରଜ କିଶୋର ମଲ୍ଲିକ, ରଞ୍ଜିତ ମହାନ୍ତି, ଦୀପକ ମହାନ୍ତି, ସମୀର କୁମାର କର, ମଳୟ ବାରିକ, ପର୍ଶୁରାମ ବାରିକ, ଲକ୍ଷ୍ମୀଧର ମନ୍ତ୍ରୀ, ଜ୍ଯୋତି ରଞ୍ଜନ ମଲ୍ଲିକ, ରିଙ୍କୁ ପାଲ, ବୁଦ୍ଧେଶ୍ବର ବେହେରା, ଶୈଳେନ୍ଦ୍ର ମଲ୍ଲ, ସୁଶୀଲ କୁମାର ଦାଶ, ସାଇ ପ୍ରଭଞ୍ଜନ ମହାପାତ୍ର,ଜିତେନ୍ଦ୍ର ସେଠୀ ପ୍ରମୁଖ ଉପସ୍ଥିତ ରହିଥିଲେ। ଏହି ରକ୍ତଦାନ ଶିବିର ସକାଳ ୮ ଘଟିକାରୁ ଆରମ୍ଭ ହେବ ଏହି ବୈଠକରେ ସ୍ଥିର କରାଯାଇଥିଲା।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.