ଓଡ଼ିଆ ବାର୍ତ୍ତା/ ଜୟପାଟଣା (ଧନେଶ୍ଵର ପୁଞ୍ଜି): ସ୍ଵାମୀ ବିବେକାନନ୍ଦ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ପ୍ରେମ ନାରାୟଣ ପଣ୍ଡା ଆଜି ପୂର୍ବାହ୍ନରେ ଜୟପାଟଣା ଗୋଷ୍ଠୀ ଶିକ୍ଷା ଅଧିକାରୀ ଭାବରେ ଯୋଗଦାନ କରିଛନ୍ତି। ପ୍ରାଥମିକ ଶିକ୍ଷକ ସଂଘ ଜୟପାଟଣା ତରଫରୁ ସଭାପତି ବିଜୟ କୁମାର ଯୋଶୀ, ଜିଲ୍ଲା ସଭାପତି ସୁରେନ୍ଦ୍ର ମୋହନ ଯୋଶୀ, ବ୍ଲକ ସମ୍ପାଦକ ଲଳିତ କୁମାର ନାଏକ, ଉପସଭାପତି ସଞ୍ଜୟ କୁମାର ପଣ୍ଡା, ଯୁଗ୍ମ ସମ୍ପାଦକ ନବ କିଶୋର ନାଏକ, ଅନିଲ ପଟ୍ଟନାୟକ, ଦେବେନ୍ଦ୍ର ରାଉତ, ଅଭିଷେକ ପଣ୍ଡା, ଶିକ୍ଷକ ଗୋପାଗଞ୍ଜନ ବେଣୁପାଣି, ଉପେନ୍ଦ୍ର ଯୋଶୀ ପ୍ରମୁଖ ଉପସ୍ଥିତ ରହି ନୂତନ ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କୁ ଭବ୍ୟ ସ୍ଵାଗତ କରିଥିଲେ। ଶ୍ରୀଯୁକ୍ତ ପଣ୍ଡା ନିୟମିତ ଅଧିକାରୀ ଭାବେ ଯୋଗଦାନ କରିଥିବା ହେତୁ ଶିକ୍ଷକ ମହଲରେ ଖୁସିର ଲହରୀ ଖେଳିଯାଇଛି। ଶିକ୍ଷକ ମାନଙ୍କ ବିଭିନ୍ନ ସମସ୍ୟା କିପରି ପୂରଣ ହୋଇପାରିବ ସେ ସଂପର୍କରେ ଧ୍ୟାନ ଦିଆଯିବ ବୋଲି ନୂତନ ଗୋଷ୍ଠୀ ଶିକ୍ଷା ଅଧିକାରୀ ମତ ପ୍ରକାଶ କରିଛନ୍ତି।