୩ ଦଫା ଦାବି ନେଇ ପ୍ରାଥମିକ ଶିକ୍ଷକଙ୍କ ବିଇଓଙ୍କୁ ଦାବିପତ୍ର ପ୍ରଦାନ 

ଓଡ଼ିଆ ବାର୍ତ୍ତା/ ଭବାନୀପାଟଣା (ଅଲତାଫ ଅଲ୍ଲୀ ଖାଁ): ପ୍ରାଥମିକ ଶିକ୍ଷକମାନେ ଶିକ୍ଷାର ମେରୁଦଣ୍ଡ। ତେବେ ଓଡ଼ିଶାରେ ସେମାନଙ୍କର ସ୍ଥିତି ଦୟନୀୟ। ଭାରତର ୨୨ଟି ରାଜ୍ୟରେ କେନ୍ଦ୍ରୀୟ ହାରରେ ଶିକ୍ଷକ ମାନେ ଦରମା ପାଉଥିବା ବେଳେ ଓଡ଼ିଶାର ପ୍ରାଥମିକ ଶିକ୍ଷକ ମାନେ ୨୨୦୦ଗ୍ରେଡ ପେ ପାଇବା ଦୁଃଖଦାୟକ। ତେଣୁ ଏହାର ସୁବିଚାର ଓ ପ୍ରତିବାଦରେ ନିଖିଳ ଉତ୍କଳ ପ୍ରାଥମିକ ଶିକ୍ଷକ ଫେଡେରେସନ ଭବାନୀପାଟଣା ବ୍ଲକ ତରଫରୁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଭବାନୀପାଟଣା ବିଇଓଙ୍କୁ ୩ଦଫା ସମ୍ବଳିତ ଦାବିପତ୍ର ପ୍ରଦାନ କରାଯାଇଛି। ସ୍ଥାନୀୟ ଆଇନ କଲେଜ ପରିସରରୁ ବ୍ଲକର ସମସ୍ତ ପ୍ରାଥମିକ ଶିକ୍ଷକ ଏକ ଶୋଭାଯାତ୍ରାରେ ଆସି ଶୃଙ୍ଖଳିତ ଭାବେ ଶକ୍ତିନଗର ପଡା ସ୍ଥିତ ବିଇଓ ଅଫିସରେ ପହଞ୍ଚିଥିଲେ। ଏହି ସମୟରେ ସ୍ଲୋଗାନରେ ନିଜର ଦାବି ସମ୍ପର୍କରେ ସମସ୍ତ ଶିକ୍ଷକ ନାରା ଦେଇଥିଲେ। ୩ଦଫା ମଧ୍ୟରେ ଠିକା ନିଯୁକ୍ତି ଉଚ୍ଛେଦ, କନିଷ୍ଠ ଶିକ୍ଷକ ମାନଙ୍କୁ ନିୟମିତ କରିବା ସହିତ ଶିକ୍ଷା କର୍ମୀ ଓ ଶିକ୍ଷା ସହାୟକଙ୍କ ଠିକା କାର୍ଯ୍ୟକାଳକୁ ନୋସନାଲ ଇନକ୍ରୀମେଣ୍ଟ୍ ପ୍ରଦାନ କରି ମୂଳ ଚାକିରୀରେ ଗଣନା, ଏକ୍ସ କ୍ୟାଡର ଶିକ୍ଷକଙ୍କୁ କ୍ୟାଡରଭୁକ୍ତ କରିବା, ସମସ୍ତ ବର୍ଗର ପ୍ରାଥମିକ ଶିକ୍ଷକ ମାନଙ୍କୁ କେନ୍ଦ୍ରୀୟ ହାରରେ ବେତନ ପ୍ରଦାନ, ନୂତନ ପେନସନ ପ୍ରଥା ଉଚ୍ଛେଦ କରି ପୁରୁଣା ପେନସନ ବ୍ୟବସ୍ଥା ପୁନଃ ପ୍ରଚଳନ ପ୍ରଭୃତି ରହିଛି। ଏହି ଶୋଭାଯାତ୍ରାରେ ସଦର ବ୍ଲକ ପ୍ରାଥମିକ ଶିକ୍ଷକ ସଂଘ ସଭାପତି ବଶିଷ୍ଠ ଭୋଇ, ସଂପାଦକ ପ୍ରଦ୍ୟୁମ୍ନ ହୋତା, ଜିଲ୍ଲା ପ୍ରାଥମିକ ଶିକ୍ଷକ ସଂଘର ସଂପାଦକ ଧୀରେନ୍ଦ୍ର ପଟ୍ଟନାୟକ, ଅମରେନ୍ଦ୍ର ପଟ୍ଟନାୟକ, ଜଗଦିଶ ପାଣି, ପ୍ରମୋଦ ବିଶି, ପ୍ରଫୁଲ୍ଲ ଠାକୁର, ଜାକିର ମହମ୍ମଦ, ସୁବ୍ରତ ଦଣ୍ଡସେନା, ତ୍ରିଲୋଚନ ସାହୁ , ଅଜିତ୍ ଦାସ, ମନୋଜ ପଣ୍ଡା, ସୋମେନ୍ଦ୍ର ମହାନ୍ତି, ବିଜୟ ଦଳାଇ, ଚିନ୍ମୟ ମହାନ୍ତି, କାଳନ୍ଦ୍ରୀ ସ୍ୱାଇଁ, ପ୍ରସାନ୍ତ ମୋଲାନା, ବେଣୁଧର ବିଶ୍ୱାଳ, ସଂଯୁକ୍ତା ବେହେରା , ଦୁଷ୍ମନ୍ତ ମାଝୀ, ସାନ ନାୟକ, ଜୟ ମାଝୀ, ଆଦି ପ୍ରମୁଖ ଉପସ୍ଥିତ ରହି ରାଲି ପରିଚାଳନା କରିଥିଲେ ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.