କୃଷି ଓ କୃଷକ ସମସ୍ୟା ସମାଧାନ ଦାବୀରେ ଭବାନୀପାଟଣାରେ ଗର୍ଜିଲା କଂଗ୍ରେସ ଦଳ

ଓଡିଆ ବାର୍ତ୍ତା/ କଳାହାଣ୍ଡି (ସୁଶାନ୍ତ କୁମାର ଦଳେଇ): କୃଷି ଓ କୃଷକଙ୍କ ବିଭିନ୍ନ ସମସ୍ୟା ସମାଧାନ ଦାବୀରେ ଆଜି ଭବାନୀପାଟଣାରେ କଂଗ୍ରେସ ଦଳ ଗର୍ଜନ କରିଛି । କଳାହାଣ୍ଡି ଜିଲ୍ଲା କିଷାନ କଂଗ୍ରେସ ସଭାପତି ତୁଲେଶ୍ୱର ନାଏକଙ୍କ ନେତୃତ୍ୱରେ, ଜିଲ୍ଲା କଂଗ୍ରେସ ସଭାପତି ଭାରତ ଭୁଷଣ ବେମାଲ ଓ ଜିଲ୍ଲା ଯୁବ କଂଗ୍ରେସ ସଭାପତି ମହମ୍ମଦ ସାହେବଙ୍କ ଉପସ୍ଥିିତିରେ ଜିଲ୍ଲାର ସମସ୍ତ ବ୍ଲକରୁ ଆସିଥିବା କଂଗ୍ରେସ କର୍ମୀ ଏକଜୁଟ ହୋଇ କଂଗ୍ରେସ ଭବନରୁ ର‌୍ୟାଲି କରି ଜିଲ୍ଲାପାଳ ଅଫିସ ସମ୍ମୁଖ ପର୍ଯ୍ୟନ୍ତ ଯାଇଥିଲା । ସେଠାରେ ଜିଲ୍ଲାପାଳ ପି. ଅନ୍ୱେସା ରେଡ୍ଡିଙ୍କୁ ୨୩ ଦଫା ସମ୍ପର୍କିିତ ଏକ ଦାବୀ ପତ୍ର ପ୍ରଦାନ କରାଯାଇଥିଲା । ୨୩ ଦଫା ଦାବୀପତ୍ରରେ ଗୋଲାମୁଣ୍ଡା ଓ ଜୁନାଗଡ ଠାରେ ଚିନି କାରଖାନା ପ୍ରତିଷ୍ଠା । ମାଛ ଚାଷୀଙ୍କୁ ୧୦ ଲକ୍ଷ ଟଙ୍କାର ବିନା ସୁଧରେ ଋଣ ପ୍ରଦାନ । ଚାଷୀଙ୍କୁ ଗାଈ ଗୁହାଳ ନିର୍ମାଣ ପାଇଁ ଅର୍ଥ ପ୍ରଦାନ କରାଯାଉ । ଜିଲ୍ଲାର ସମସ୍ତ ବ୍ଲକରେ ପିଆଜ ଓ ଟମାଟୋ ପାଇଁ ଶିତଳ ଭଣ୍ଡାର ନିର୍ମାଣ କରାଯାଉ । ଉନ୍ନତ ବିହନ ଓ ତଳି ଶତକଡା ୭୫ ଭାଗ ରିହାତିରେ ଯୋଗାଇ ଦିଆଯାଉ । ବିଭିନ୍ନ ସାର ନିର୍ଦ୍ଧାରିତ ମୁଲ୍ୟରେ ଠିକ ସମୟରେ ଯୋଗାଇବା ସହିତ କଳାବଜାରି ରୋକାଯାଉ । ଫସଲବୀମା ସମୟ ସୀମା ଆଗାମୀ ୧୫ ତାରିଖ ପର୍ଯ୍ୟନ୍ତ ବଢାଯାଉ । ଖରିଫ ଧାନ ସଂଗ୍ରହ ପାଇଁ ପଞ୍ଜିକରଣ ସମୟ ସୀମା ଆଗାମୀ ୩୧ ତାରିଖ ପର୍ଯ୍ୟନ୍ତ ବଢାଯାଉ । ପ୍ରତି ଗ୍ରାମପଞ୍ଚାୟତ ପରିବର୍ତ୍ତେ ପ୍ରତି ରାଜସ୍ୱ ଗ୍ରାମକୁ ଏକକ ଫସଲ ବୀମା ୟୁନିଟ ଭାବେ ଗ୍ରହଣ ଓ ପ୍ରଚଳିତ ରିଲିଫ କୋର୍ଡର ସଂଶୋଧନ କରାଯାଉ । ନୂତନ ଉଠାଜଳସେଚନ ପ୍ରକଳ୍ପ ସ୍ଥାପନ ସାଙ୍ଗକୁ ଅଚଳ ଗୁଡିକୁ ତୁରନ୍ତ ମରାମତି କରାଯାଉ । ଚାଷୀ କାର୍ଯ୍ୟ ପାଇଁ ମାଗଣା ବିଜୁଳି ଓ ବିଜୁଳି ନଥିବା ସ୍ଥାନରେ ସୋଲାର ବ୍ୟବସ୍ଥା କରାଯାଉ । ଭାଗଚାଷୀଙ୍କୁ ସଠିକ ଭାବରେ ଚିହ୍ନଟ ଓ ତାଙ୍କୁ ବିଭିନ୍ନ ରିହାତି ସହାୟତା ତଥା ବିଭିନ୍ନ ଯୋଜନାରେ ଅର୍ନ୍ତଭୁକ୍ତ କରାଯାଉ । ଜିଲ୍ଲାରେ କୃଷି ସମ୍ବଳ ଓ କଞ୍ଚାମାଲକୁ ପାଥେୟ କରି କୃଷି ଭିତ୍ତିକ ଶିଳ୍ପ ସଂସ୍ଥା ପ୍ରତିଷ୍ଠା କରାଯାଉ । ଚାଷୀଙ୍କୁ ଟୋକାନ ପ୍ରଦାନ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା ସାଙ୍ଗକୁ ଧାନ ବିକ୍ରି ସୁଗମ କରାଯାଉ । ଧାନ ବିକ୍ରି ଦାୟୀତ୍ୱ ଆରଏମସି ଓ ପେକ୍ସ କାର୍ଯ୍ୟ ସଂମ୍ପାଦନ ପରେ ମିଲର୍ସ ଧାନ ଉଠାଉ । ଧାନ ବିକ୍ରି ପାଇଁ ଚାଷୀଙ୍କୁ ପୂର୍ଣ୍ଣ ସ୍ୱାଧିନତା ଦିଆଯାଉ, ଯେମିତି କଟନି ଛଟନିରେ ଚାଷୀ ପେଶୀ ନହେଉ । ଚାଷୀଙ୍କ ଟୋକନର ଧାର୍ଯ୍ୟ ତାରିଖରୁ ୭ ଦିନ ପୂର୍ବରୁ ଅଖା ବସ୍ତା ପ୍ରଦାନ କରାଯାଉ । ଏହି ଅଖା ବସ୍ତାକୁ ମିଲର୍ସ ଓ ଏଜେଣ୍ଟକୁ ଦାୟୀତ୍ୱ ହସ୍ତାନ୍ତର ନକରି ଏହାର ଦାୟୀତ୍ୱ ପେକ୍ସକୁ ପ୍ରଦାନ କରାଯାଉ ନଚେତ ଚାଷୀଙ୍କୁ ଅଖା ବ୍ୟାଗ୍ ପିଛା ୩୫ ଟଙ୍କା ସିଧାସଳଖ ଚାଷୀଙ୍କ ଜମା ଖାତାରେ ପ୍ରଦାନ କରାଯାଉ ଭଳି ଦାବୀ ଗୁଡିକ ରହିଛି । ଏହି କାର୍ଯ୍ୟକ୍ରମରେ ବିଭିନ୍ନ ନିର୍ବାଚନ ମଣ୍ଡଳୀର ସଭାପତି, ଯୁବ ସଭାପତି, ବ୍ଲକ ସଭାପତି, ସଭାନେତ୍ରୀ ଓ ଅନେକ ବରିଷ୍ଠ ତଥା ଯୁବ କଂଗ୍ରେସ ନେତାମାନେ ଉପସ୍ଥିତ ଥିଲେ ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.