ଓଡ଼ିଆ ବାର୍ତ୍ତା/ ବଲାଙ୍ଗୀର (ପ୍ରମୋଦ ସେଲମା): ନେହେରୁ ଯୁବ କେନ୍ଦ୍ର ବଲାଙ୍ଗୀର ଓ କପିଳେଶ୍ଵର ଯୁବକ ସଂଘ ଯୁରାବନ୍ଧର ମିଳିତ ଆନୁକୂଲ୍ୟରେ ଯୁରାବନ୍ଧ ଗ୍ରାମରେ ଅମୃତ ବନରେ ବୃକ୍ଷରୋପଣ କାର୍ଯ୍ଯକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ସମସ୍ତେ ମିଶି ଗଛ ଲଗାଇବା ସହିତ ଗଛକୁ ସୁରକ୍ଷିତ ରଖିବୁ ବୋଲି ସପଥ ପାଠ କରିଥିଲେ । ଏଥିରେ ସଂଘର ସଭାପତି ତୁଳାଚନ୍ଦ୍ର ପୋଡ, ସଂପାଦକ ଲିଙ୍ଗରାଜ ପୋଡ, ଘଣ୍ଟେଶ୍ଵର ପୋଡ, ରଞନ ଭାଟି, ନିର୍ମାଲ୍ଯ ବାଗ, ରୁଦ୍ରାକ୍ଷ ବାଗ, ସୋନୁ ଛତ୍ରିଆ, ସୁରୁ ପୋଡ, ମଣ୍ଟୁ ପୋଡଙ୍କ ସମେତ ସଂଘର ସମସ୍ତ ସଦସ୍ଯମାନେ ଉପସ୍ଥିତ ରହି ୭୦ରୁ ଉର୍ଦ୍ଧ୍ବ ବୃକ୍ଷ ରୋପଣ କରିଥିଲେ ।