ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ହେମନ୍ତ ସାହୁ): କଳାହାଣ୍ଡି ଜିଲ୍ଲାର ପ୍ରଥମ ସ୍ଵାଧୀନତା ସଂଗ୍ରାମୀ ସହିଦ ରେଣ୍ଡୋ ମାଝୀ ସ୍ମୃତି ପୀଠ ଓ ପ୍ରାଚୀନ ଶୈବ ପୀଠ ସାଙ୍କୁଶ ଶିବ ମନ୍ଦିରର ସୋନ୍ଦର୍ଯ୍ୟକରଣ ପାଇଁ ଭୂମି ପୂଜନ ଅନୁଷ୍ଠିତ ହୋଇଯାଇଛି। କଳାହାଣ୍ଡି ଜିଲ୍ଲା ମ.ରାମପୁର ବ୍ଲକ ଉର୍ଲାଦାନୀ ପଞ୍ଚାୟତ ନିକଟରେ ଥିବା ସହିଦ ସ୍ମୃତି ପୀଠ ଓ ସାଙ୍କୁଷ ଶିବ ମନ୍ଦିରରେ ଆଜି ନର୍ଲା ବିଧାୟକ ଭୂପିନ୍ଦର ସିଂ, ଜିଲ୍ଲା ପରିଷଦ ଅଧ୍ୟକ୍ଷ ପୁଷ୍ପେନ୍ଦ୍ର କୁମାର ସିଂହଦେଓ, ମ.ରାମପୁର ବ୍ଲକ ଅଧ୍ୟକ୍ଷା ମନ୍ଦାକିନୀ ସିଂହଦେଓ , ଜିଲ୍ଲା ପରିଷଦ ସଦସ୍ୟା ମଞ୍ଜୁଲତା ଧରୁଆ, ମ.ରାମପୁର ବିଡ଼ିଓ ବିନୟ କୁମାର ଭୋଇ, ଉର୍ଲାଦାନୀ ସରପଞ୍ଚ ସୁପ୍ରିୟା ମାଝୀ, ମ.ରାମପୁର ବ୍ଲକ୍ ବିଜେଡି ସଭାପତି ଗୋବିନ୍ଦ ପ୍ରସାଦ ଶତପଥୀ ପ୍ରମୁଖ ଉପସ୍ଥିତ ରହି ସହିଦ ରେଣ୍ଡୋମାଝି ପୀଠର ବିକାଶ ନିମନ୍ତେ ପୂଜାର୍ଚ୍ଚନା କରିଥିଲେ।