ଏସିଆନ ଚାମ୍ପିୟନ୍ସ ଟ୍ରଫି ହକି: ଭାରତ-ମାଲେସିଆ ଫାଇନାଲ

ଓଡ଼ିଆ ବାର୍ତ୍ତା/ ମାଡ୍ରାସ: ସ୍ଥାନୀୟ ମେୟର ରାଧାକ୍ରିଷ୍ଣ ଷ୍ଟାଡିୟମରେ ଅନୁଷ୍ଠିତ ଏସିଆନ ଚାମ୍ପିୟନ୍ସ ଟ୍ରଫି ହକିରେ ଭାରତ ତାର ଅପରାଜେୟ ଧାରା ବଜାୟ ରଖି ଫାଇନାଲରେ ପ୍ରବେଶ କରିଛି । ଟାଇଟଲ ମୁକାବିଲାରେ ଭାରତ ଓ ମାଲେସିଆ ପରସ୍ପରକୁ ଭେଟିବେ । ଶୁକ୍ରବାର ଅନୁଷ୍ଠିତ ସେମିଫାଇନାଲରେ ଭାରତ ୫-୦ ଗୋଲରେ ଜାପାନକୁ ପରାସ୍ତ କରି ଫାଇନାଲରେ ପ୍ରବେଶ କରିଛି । ଆକାଶଦୀପ ସିଂ, ହରମନପ୍ରୀତ ସିଂ, ମନପ୍ରୀତ ସିଂ, ସୁମିତ ଓ କାରତି ସେଲଭମ ଭାରତ ପକ୍ଷରୁ ଗୋଲ ସ୍କୋର କରିଥିଲେ । ଜାପାନ କୌଣସି ଗୋଲ କରିପାରି ନ ଥିଲା । ରାଉଣ୍ଡ ରବିନ ପର୍ଯ୍ୟାୟରେ ଭାରତ ଶୀର୍ଷ ସ୍ଥାନରେ ରହିଥିଲା । ଟିମ ଇଣ୍ଡିଆ ଲିଗ ପର୍ଯ୍ୟାୟରେ ଜାପାନ ସହ ମ୍ୟାଚ ଡ୍ର ରଖିଥିବା ବେଳେ ଅନ୍ୟ ସମସ୍ତ ମୁକାବିଲାରେ ବିଜୟୀ ହୋଇଥିଲା । ଭାରତ ୫ ମ୍ୟାଚରୁ ୧୩ ପଂଏଟ ହାସଲ କରି ସେମିରେ ପ୍ରବେଶ କରିଥିଲା । ନବମ ଭାରତୀୟ ଭାବେ ପିଆର ଶ୍ରୀଜେଶ ୩୦୦ ମ୍ୟାଚ ଖେଳିବା ଗୌରବ ଅର୍ଜନ କରିଛନ୍ତି । ଦ୍ୱିତୀୟ ସେମିଫାଇନାଲରେ ମାଲେସିଆ ୬-୨ ଗୋଲରେ ଦକ୍ଷିଣ କୋରିଆକୁ ପରାସ୍ତ କରି ଫାଇନାଲକୁ ଉନ୍ନୀତ ହୋଇଛି । ପ୍ରଭାବୀ ପ୍ରଦର୍ଶନ ସହ ଭାରତ ୫ମ ଥର ପାଇଁ ଏହି ଚାମ୍ପିୟନଶିପର ଫାଇନାଲରେ ପ୍ରବେଶ କରିଛି ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.