ବିଦ୍ୟୁତ ସଂସ୍ପର୍ଶରେ ଆସି ସ୍ଵାମୀ ମୃତ, ସ୍ତ୍ରୀ ଗୁରୁତର

ବିଦ୍ୟୁତ୍ ବିଭାଗର ୩ ଲକ୍ଷ ଟଙ୍କା କ୍ଷତିପୂରଣ ପ୍ରଦାନ ସହ ପୁଅକୁ ଚାକିରି ପାଇଁ ପ୍ରତିଶ୍ରୁତି

ଓଡ଼ିଆ ବାର୍ତ୍ତା/ ସୁବର୍ଣ୍ଣପୁର (ରାଜ କିଶୋର ତ୍ରିପାଠୀ): ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଲକର ଗଣ୍ଡାବାହାଲ ସ୍ଥିତ ନିଜ ବାସଭବନ ଉପରେ ଉଚ୍ଚ କ୍ଷମତା ସମ୍ପନ୍ନ ୧୧ କେଭି ବିଦ୍ୟୁତ ତାର ଯାଇଥିବା ବେଳେ ଘର ବାଲକନୀରେ ଲାଗିଥିବା ଷ୍ଟିଲ ରାଲିଂ ଓ ଏକ ପାଇପ ବିଦ୍ୟୁତ ସଂସ୍ପର୍ଶରେ ଆସି ସ୍ଵାମୀ ମୃତ୍ୟୁ ବରଣ କରିଥିବା ବେଳେ ସ୍ତ୍ରୀ ଗୁରୁତର ଆହତ ହୋଇ ବୁର୍ଲା ବଡ଼ ମେଡିକାଲରେ ଚିକିତ୍ସିତ ହେଉଛନ୍ତି । ମୃତକ ଜଣକ ହେଲେ ବାଲ୍ମିକ ପୁରୋହିତ ବୋଲି ଜଣା ପଡ଼ିଥିବା ବେଳେ ତାଙ୍କ ସ୍ତ୍ରୀ ସୁଭାଷିନୀ ପୁରୋହିତ ଗୁରୁତର ଆହତ ହୋଇ ପ୍ରଥମେ ଉଲୁଣ୍ଡା ଗୋଷ୍ଠୀ ସ୍ଵାସ୍ଥ୍ୟ କେନ୍ଦ୍ର ଓ ପରେ ବୁର୍ଲା ବଡ଼ ମେଡିକାଲ ଓ ପରେ ଅବସ୍ଥା ଗୁରୁତର ହେବାରୁ ରାୟପୁରର ଏକ ମେଡ଼ିକାଲରେ ଚିକିତ୍ସିତ ହେଉଛନ୍ତି। ସେପଟେ ବାଲ୍ମିକୀଙ୍କ ମୃତଦେହ ବ୍ୟବଚ୍ଛେଦ ପରେ ସୋନପୁରରୁ ଗଣ୍ଡବାହାଲ ପହଞ୍ଚିବା ପରେ ସମାଜସେବୀ ନିରୋଦ ପୁରୋହିତ ଓ ସ୍ଥାନୀୟ ଲୋକେ କ୍ଷତିପୂରଣ ଦାବିରେ ରାସ୍ତାରୋକ ପାଇଁ ପ୍ରସ୍ତୁତ ହେଉଥିବା ବେଳେ ଉଲୁଣ୍ଡା ତହସିଲଦାର ଦିଲିପ ମାଝୀ, ବୀରମହାରାଜପୁର ଏସଡିପି ବାସୁଦେବ ଛତ୍ରିଆ ଓ ବିଦ୍ୟୁତ୍ ବିଭାଗ ଅଧିକାରୀ ପହଞ୍ଚି ତହସିଲଦାରଙ୍କ ଉପସ୍ଥିତିରେ ବିଦ୍ୟୁତ୍ ବିଭାଗ ଅଧିକାରୀ କ୍ଷତିପୂରଣ ବାବଦକୁ ୩ ଲକ୍ଷ ଟଙ୍କା ସହ ମୃତ ବାଲ୍ମିକୀଙ୍କ ପୁଅକୁ ଚାକିରି ଦେବାପାଇଁ ପ୍ରତିଶ୍ରୁତି ଦେଇଥିଲେ l ଘର ଆଗରେ ଥିବା ତାରକୁ ପ୍ଲାଷ୍ଟିକ କଭର ସହ ଆଗକୁ ତାରକୁ ହଟା ଯିବ ବୋଲି ସୁଚନା ଦେଇଥିଲେ। ସେହିପରି ସହରରେ ତଥା ଗ୍ରାମାଞ୍ଚଳରେ ମୁକୁଳା ହୋଇ ପଡିଥିବା ବିଦ୍ୟୁତ ତାର ତଥା ଟ୍ରାନସଫରମରର ରକ୍ଷଣାବେକ୍ଷଣ ପାଇଁ ବୁଦ୍ଧଜୀବୀମାନେ ଦାବି କରିଛନ୍ତି।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.