ଅଜଣା ଗାଡ଼ି ଧକ୍କାରେ ଯୁବକ ମୃତ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ହେମନ୍ତ ସାହୁ): କଳାହାଣ୍ଡି ଜିଲ୍ଲା  ମ.ରାମପୁର – ଭବାନୀପାଟଣା ରାସ୍ତାର ବୁରାଟ ନିକଟରେ ଆଜି ଶୁକ୍ରବାର ସନ୍ଧ୍ୟାରେ ଏକ ଅଜଣା ଗାଡ଼ି ଧକ୍କାରେ ଜଣେ ଯୁବକଙ୍କ ମୃତ୍ୟୁ ହୋଇଥିବା ଜଣା ପଡିଛି। ପ୍ରାପ୍ତ ସୂଚନା ମୁତାବକ ମ.ରାମପୁର ଥାନା ଅନ୍ତର୍ଗତ ପଣ୍ଡାକାମାଳ ପଞ୍ଚାୟତ ଆମ୍ବ ଗାଆଁ ବାବୁ ପଡାର ପ୍ରତାପ ମହାଖୁଡଙ୍କ ପୁତ୍ର ବଣ୍ଟି ମହାଖୁଡ (୨୨) କୌଣସି ଏକ କାମରେ ବାଇକ ଯୋଗେ ବୁରାଟ ଆଡ଼କୁ ଯାଇଥିବା ବେଳେ କୌଣସି ଏକ ଅଜଣା ଗାଡ଼ି ଧକ୍କା ଦେଇ ଘଟଣା ସ୍ଥଳରୁ ଫେରାର ହୋଇଥିବା ଜଣାଯାଇଛି। ରାସ୍ତା କଡରେ ବାଇକ୍ ପଡି ଥିବା ବେଳେ ମୃତକ ଜଣକ ରାସ୍ତା ଉପରେ ପଡ଼ିଥିଲେ । ପରେ କିଛି ଲୋକେ ଏହା ଦେଖି ମ.ରାମପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ଆଣିଥିଲେ ହେଁ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ। ମ.ରାମପୁର ଥାନାରେ ଏକ ଅପମୃତ୍ୟୁ ମାମଲା ରୁଜୁ ସହ ଶବ ମେଡିକାଲରେ ରଖା ଯାଇଛି । ଆସନ୍ତାକାଲି ଶବ ବ୍ୟବଚ୍ଛେଦ ପରେ ପରିବାର ବର୍ଗଙ୍କୁ ହସ୍ତାନ୍ତର କରା ଯିବା ନେଇ ଜଣା ପଡିଛି ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.