ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ହେମନ୍ତ ସାହୁ): କଳାହାଣ୍ଡି ଜିଲା ମ.ରାମପୁର ବ୍ଲକ ଡମ କର୍ଲାଖୁଣ୍ଟା ପଞ୍ଚାୟତର ଦୁଲେନ, ଉଳିମୁଣ୍ଡା, ପାଞ୍ଜିକୁପା, ଶ୍ରୀଗୁନ ସର୍ଗିପଲା ଗ୍ରାମର ସମସ୍ତେ ମହିଳାଙ୍କୁ ନେଇ ଫାୟାର କ୍ଲାଇମେଟ ଫଣ୍ଡ ଇଣ୍ଡିଆ ସଂସ୍ଥା ଦ୍ୱାରା ଉନ୍ନତ ମାନର ଚୂଳା ଉପରେ ଏକ ସଚେତନତା ପଦଯାତ୍ରା ଉଳିମୁଣ୍ଡା ଠାରୁ ଦୁଲେନ ଗ୍ରାମ ଯାଏଁ ଅନୁଷ୍ଠିତ ହୋଇଥିଲାl ପଦଯାତ୍ରା ପରେ ପେଞ୍ଜିକୁପା ଗ୍ରାମରେ ସଚେତନ ସଭା ଅନୁଷ୍ଠିତ ହୋଇଥିଲାl ଉକ୍ତ ସଭାରେ ଫାୟାର କ୍ଲାଇମେଟ ଫଣ୍ଡ ଇଣ୍ଡିଆ ସଂସ୍ଥାର ସିଆରପି ଉଦିତ ପାତ୍ର ଓ ସହଯୋଗୀ ସିଆରପି ତପସ୍ୱିନୀ ଜେନା ଉନ୍ନତ ମାନର ଚୂଳା ଜମ୍ବୋ ଗ୍ରୀନ ୱେୟ ଏବଂ ପାରମ୍ପରିକ ଚୂଳା ମଧ୍ୟରେ ଥିବା ପାର୍ଥ୍ୟକ ବିଷୟରେ ମହିଳା ମାନଙ୍କୁ ବୁଝାଇ ଥିଲେl ଜମ୍ବୋ ଗ୍ରୀନ ୱେୟ ଚୂଳରେ ରୋଷେଇ କରିବା ଦ୍ୱାରା କମ କାଠ ଏବଂ କମ ସମୟରେ ରୋଷେଇ ହୋଇଥାଏ ଓ ଧୂଆଁ ମଧ୍ୟ ବହୁତ କମ ନିର୍ଗତ ହୋଇଥାଏl ପାରମ୍ପରିକ ଚୂଳାରେ ରୋଷେଇକରିବା ଦ୍ୱାରା ବହୁତ ଧୂଆଁ ନିର୍ଗତ ହୋଇଥାଏ ଯାହା ଫଳରେ ମାଁ ମାନଙ୍କୁ ବିଭିନ୍ନ ପ୍ରକାରର ଶ୍ୱାସ ଗତ ରୋଗ ହେଇଥାଏl ଜୁମ୍ବୋ ଗ୍ରୀନୱେୟ ଚୂଳା ବ୍ୟବହାର ଦ୍ଵାରା ମାଁ ମାନଙ୍କର ଶ୍ୱାସ ରୋଗଗତ ସମସ୍ୟାରୁ ମୁକ୍ତି ପାଇପାରିବେl ଗ୍ରୀନ ୱେୟ ଚୂଳା ଆମ ପାଇଁ ବରଦାନ ସାଜିବ ବୋଲି ମହିଳା ମାନେ ମତବ୍ୟକ୍ତ କରିଛନ୍ତି l