ଲଳିତ ନାୟକ ଫାଉଣ୍ଡେସନ ପକ୍ଷରୁ ଶ୍ରମିକଙ୍କ ପାଇଁ ଚକ୍ଷୁ ଚିକତ୍ସା ଶିବିର ଅନୁଷ୍ଠିତ

ଲଳିତ ନାୟକଙ୍କ ବଚନ ଓ ଆଚରଣ ସମାନ ଥିଲା -ଏଡିଏମ

ଓଡ଼ିଆ ବାର୍ତ୍ତା/ ସୁବର୍ଣ୍ଣପୁର (ରାଜ କିଶୋର ତ୍ରିପାଠୀ): ଆଜି ଓଡିଶା ରାଜ୍ୟ ପଣ୍ୟାଗାର ନିଗମ ସୋନପୁର ଠାରେ ଲଳିତ ନାଏକ ଫାଉଣ୍ଡେସନ ବାଲାଙ୍ଗୀର ପକ୍ଷ ରୁ ଶ୍ରମିକ ମାନଙ୍କ ପାଇଁ ଏକ ମାଗଣା ଚକ୍ଷୁ ପରୀକ୍ଷା ଶିବିର ଅନୁଷ୍ଠିତ ହୋଇ ଯାଇଛି l ମହାନଦୀ ନେତ୍ର ଚିକିତ୍ସାଳୟ ପଣ୍ଡାପାଲି ବୀରମହାରାଜପୁର ର ମିଳିତ ଆନୁକୂଲ୍ୟ ରେ ଅନୁଷ୍ଠିତ ଏହି ଶିବିର କୁ ସୁବର୍ଣ୍ଣପୁର ଅତିରିକ୍ତ ଜ଼ିଲ୍ଲାପାଳ ସୂର୍ଯ୍ୟ ନାରାୟଣ ଦାଶ ଉଦଘାଟନ କରିଥିଲେ l ଏବଂ ତୁଳସୀ ର ବାସ୍ନା ଭଳି ଛାତ୍ର ଜୀବନ ରୁ ଲଳିତ ନାଏକ ଙ୍କ ସେବା ଓ ପ୍ରତିଭା ସ୍ପଷ୍ଟ ବାରି ହୋଇ ପଡୁଥିଲା ବୋଲି ମତ ରଖି ସବୁବେଳେ ଶ୍ରୀ ନାଏକ ଙ୍କ ବଚନ ଓ ଆଚରଣ ସମାନ ଥିଲା ବୋଲି ଏଡିଏମ ଶ୍ରୀ ଦାଶ କହିଥିଲେ l ସମ୍ମାନିତ ଅତିଥି ଭାବେ ନୂତନ ଏସଡିପିଓ ଶ୍ରୀ ରାଜ କିଶୋର ମିଶ୍ର ଯୋଗ ଦେଇ ଦୁର୍ଗତ ମାନଙ୍କ ର ବନ୍ଧୁ ଲଳିତ ନାଏକ ବୋଲି ମତ ରଖି ଏ ଅଞ୍ଚଳ ର ଶିକ୍ଷା ସ୍ୱାସ୍ଥ୍ୟ ଦିଗରୁ ତାଙ୍କ ଏକ ଭିନ୍ନ ଭିଜନ ଥିଲା ବୋଲି କହିଥିଲେ l ସଭାରେ ସମାଜସେବୀ ମନୋରଞ୍ଜନ ତ୍ରିପାଠୀ ଓ ଲଳିତ ଫାଉଣ୍ଡେସନ ର ଅଧ୍ୟକ୍ଷ ଦୀପକ ନାଏକ (ବବୁଲୁ ) ଅତିଥି ଭାବେ ଯୋଗ ଦେଇ ସୋନପୁର ଅଞ୍ଚଳ ରେ ବିଭିନ୍ନ କ୍ଷେତ୍ର ରେ ଥିବା ଫାଉଣ୍ଡେସନ ର ସେବା କାର୍ଯ୍ୟ ଓ ଅବଦାନ ଉପରେ ଆଲୋକପାତ କରି ସଂଗଠନ ର ଉଜ୍ବଳ ଭବିଷ୍ୟତ ପାଇଁ ସମସ୍ତ ଙ୍କ ସହଯୋଗ କାମନା କରିଥିଲେ l ଓ ଶ୍ରମିକ ଙ୍କ ସ୍ୱାସ୍ଥ୍ୟ ସୁଧାର ଓ ଏକତl ହିଁ ଏହାର ଲକ୍ଷ୍ୟ ବୋଲି କହିଥିଲେ l ସଂଗଠନ ସଦସ୍ୟ ଅଙ୍କୁଶ ପାଣ୍ଡିଆ ସଭା ସଂଯୋଜନା କରିଥିବା ବେଳେ ଅଙ୍କିତ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ l ଏମ ଏନ ସି ପଣ୍ଡାପାଲି ର ଛଅ ଜଣ ଟେକନିସିଆନ ସୁଜିତ ଥlପା, ଶିବ ଶଙ୍କର ଭୋଇ, ଦିବ୍ୟା ମେହେର, ଲିପିକା ବେହେରା, ଚନ୍ଦ୍ର ଶେଖର ନନ୍ଦ, ମନୋଜ ସାହୁ, ପ୍ରମୁଖ ଶତାଧିକ ଶ୍ରମିକ ଙ୍କ ଚକ୍ଷୁ ପରୀକ୍ଷା କରି ପାଞ୍ଚ ଜଣ ଶ୍ରମିକ ଙ୍କୁ ମାଗଣା ଅପରେସନ କରିବେ ବୋଲି ସୂଚନା ମିଳିଛି l ଫାଉଣ୍ଡେସନ ସଦସ୍ୟ ଅଙ୍କୁଶ ପାଣ୍ଡିଆ, ତାପସ ମହାନ୍ତି, ବିବେକା ନନ୍ଦ ପଟେଲ, ଅଙ୍କିତ ସାହୁ, ସୌମ୍ୟ ରଞ୍ଜନ ମିଶ୍ର, ଆଶିଷ ବାରିକ, ଦେବାଶିଷ ପାଣ୍ଡିଆ, ଚନ୍ଦନ ବରାଇ, କଶ୍ୟପ ସେଠ, ଲଳିତ ବଂଚୋର, ମାଗଶିର ବାଗ, ଭୀମ ସେନ ନାୟକ, ପଞ୍ଚାନନ ଭୋଇ, ଶ୍ରୀ କୁମାର ମହନ୍ତ, ସ୍ୱଚ୍ଛ ଭାରତ ସୋନପୁର ର ବୈକୁଣ୍ଠ ଶତପଥୀ, ମନୋଜ ପଣ୍ଡା, ଲଡ଼ୁ କିଶୋର ମଲ୍ଲିକ, ଜୟନ୍ତ ବେହେରା ପ୍ରମୁଖ ସହଯୋଗ କରିଥିଲେ l ଉପଦେଷ୍ଟା ରତନ ମହାରଣl, ପ୍ରଭାକର ମିଶ୍ର ଙ୍କ ନିର୍ଦ୍ଦେଶ କ୍ରମେ ଏ କାର୍ଯ୍ୟକ୍ରମ କୁ ସୁଚାରୁ ପାଳନ କରାଯାଇଛି l

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.