ସୁଜ୍ଞାନୀଙ୍କ ୮୬ତମ ଜୟନ୍ତୀରେ ୧୦୫୯ ୟୁନିଟ ରକ୍ତ ସଂଗ୍ରହ

ଓଡ଼ିଆ ବାର୍ତ୍ତା/ ଖଲ୍ଲିକୋଟ (ମାଧବ ବେହେରା): ଖଲ୍ଲିକୋଟ ରାଣୀ ଓ କବିସୂର୍ଯ୍ୟନଗର ଓ ଖଲ୍ଲିକୋଟ ନର୍ବାଚନ ମଣ୍ଡଳୀର ୧୦ ଥର ବିଧାୟିକା ଭାବେ ନିର୍ବାଚିତ ହୋଇଥିବା ଭି ସୁଜ୍ଞାନୀ କୁମାରୀ ଦେଓଙ୍କ ୮୬ତମ ଜୟନ୍ତୀ ଉପଲକ୍ଷେ ଆୟୋଜିତ ରକ୍ତଦାନ ଶିବିରରେ ରେକର୍ଡ ପରିମାଣର ରକ୍ତ ସଂଗ୍ରହ ହୋଇଥିବା ଜଣାପଡିଛି। ଖଲ୍ଲିକୋଟ ଏନଏସିରେ ଆୟୋଜିତ ରକ୍ତଦାନ ଶିବିରରେ ୪୩୧ ୟୁନିଟ ରକ୍ତ ସଂଗ୍ରହ ହୋଇଥିବା ବେଳେ ୧୨ ନମ୍ବର ଜିଲ୍ଲା ପରିଷଦ ଜୋନ ବଣିଆ ଠାରେ ୧୫୧ ୟୁନିଟ ଓ ୧୩ ନମ୍ବର ଜୋନ ଲଙ୍ଗଳେଶ୍ୱରଠାରେ ଆୟୋଜିତ ରକ୍ତଦାନ ଶିବିରରେ ୨୬୨ ୟୁନିଟ ଓ ୧୧ ନମ୍ବର ଜୋନର କହେଁଇଇପୁର ଠାରେ ଆୟୋଜିତ ରକ୍ତ ଦାନ ଶିବିରରେ ୨୧୫ ୟୁନିଟ ରକ୍ତ ସଂଗ୍ରହ ହୋଇଥିଲା। ରାଣୀଙ୍କର ଜନ୍ମଦିନରେ ମୋଟ ୧୦୫୯ ୟୁନିଟ ରକ୍ତ ସଂଗ୍ରହ ହୋଇଥିଲା। ସ୍ଥାନୀୟ ବିଧାୟିକା ସୂର୍ଯ୍ୟମଣୀ ବୈଦ୍ୟ ସମସ୍ତ ଶିବିରକୁ ଅନୁଷ୍ଠାନିକ ଭାବେ ଉଦଘାଟନ କାରି ଯୁବକମାନଙ୍କୁ ରକ୍ତଦାନ ପାଇଁ ଉତ୍ସାହିତ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଦୈତାରୀ ବେହେରା, ସାଂସଦ ପ୍ରତିନିଧି ରତ୍ନାକର ସାହୁ, କାଜୁ ନିଗମ ଅଧକ୍ଷ ସୁବାଷ ମହାରଣା, ବିଜେଡି ଉପ ସଭାପତି ଜଗନାଥ ସାବତ, ବ୍ଲକ ବିଜେଡି ସଭାପତି ଗଙ୍ଗାଧର ଖୁଣ୍ଟିଆ, ବ୍ଲକ ଉପାଧ୍ୟାଖ୍ୟା ଭାରତୀ ବେହେରା, ଏନଏସି ଅଧକ୍ଷ ଇଂ ନିରଞ୍ଜନ ବେହେରା, ନିର୍ବାଚନ ମଣ୍ଡଳୀ ଯୁବ ସଭାପତି ଭିକାରି ପାଣ୍ଡୀଙ୍କ ସମେତ ଜିଲ୍ଲା ପରିଷଦ ସଭ୍ୟା ସୋନମ ପଳାଇ, ବିନାୟକ ଜାଲ୍ଲୀ, ସମସ୍ତ ସରପଞ୍ଚ ଓ ସମିତି ସଭ୍ୟମାନେ ଅଂଶଗ୍ରହଣ କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.