ରୁପ୍ରାରୋଡ ପଞ୍ଚାୟତରେ ଉଡିଲା ତ୍ରିରଙ୍ଗା: ପତାକା ଉତ୍ତୋଳନ କଲେ ସରପଞ୍ଚ ହେମନ୍ତ ଭୋଇ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ୭୭ତମ ସ୍ବାଧୀନତା ଦିବସକୁ ନେଇ ସାରା ଦେଶରେ ଦେଖାଦେଇଛି ଉତ୍ସବର ମାହୋଲ। ଲାଲକିଲ୍ଲାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପତାକା ଉତ୍ତୋଳନ କରି ଦେଶକୁ ଉଦବୋଧନ ଦେଇଛନ୍ତି। କଳାହାଣ୍ଡି ଜିଲ୍ଲାରେ ମଧ୍ୟ ଏନେଇ ପ୍ରବଳ ଉତ୍ସାହ ଉଦ୍ଦୀପନା ଦେଖାଯାଇଛି। ନର୍ଲା ବ୍ଲକ ରୁପ୍ରାରୋଡ ପଞ୍ଚାୟତରେ ଆୟୋଜିତ ୭୭ତମ ସ୍ବାଧିନତା ଦିବସରେ ସରପଞ୍ଚ ହେମନ୍ତ ଭୋଇ ପତାକା ଉତ୍ତୋଳନ କରିଛନ୍ତି। ଏଥିରେ ପଞ୍ଚାୟତର ନାଏବ ସରପଞ୍ଚ, ଓ୍ବାର୍ଡ ସଭ୍ୟ/ସଭ୍ୟା, ପିଇଓ, ଜିଆରଏସ, ଯୋଗାଣ ସହାୟକ, ସେବକ ପ୍ରମୁଖ ଉପସ୍ଥିତ ଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.