ଏସ୍ଆରକେ ପବ୍ଲିକ ସ୍କୁଲ ପକ୍ଷରୁ ୭୭ତମ ସ୍ବାଧିନତା ଦିବସ ପାଳନ

ଓଡ଼ିଆ ବାର୍ତ୍ତା/ ରାୟଗଡା (ଶିବ ନାରାୟଣ ଗୈାଡ) : ରାୟଗଡ ଜିଲ୍ଲା କୋଲନରା ବ୍ଲକ ଅନ୍ତର୍ଗତ ଥେରୁବାଲି (ଡି.ପି.କ୍ଯାମ୍ପ) ଠାରେ ନୂତନ ଭାବେ ଗଢିଉଠିଥିବା ଏସ୍ଆରକେ ପବ୍ଲିକ ସ୍କୁଲ୍, ଇଂରାଜୀ ମାଧ୍ଯମ ବିଦ୍ଯାଳୟ ଅଧ୍ଯକ୍ଷ ଶ୍ରୀ ରାମଦାସ ଲିମାଙ୍କ ଆହ୍ବାନ କ୍ରମେ ୭୭ ତମ ସ୍ବାଧିନତା ଦିବସ ବିଦ୍ଯାଳୟ ପ୍ରାଙ୍ଗଣରେ ପାଳନ କରାଯାଇଛି | ଏହି ଅବସରରେ ଇମ୍ଫା କ୍ଯାମ୍ପସ ହାଇସ୍କୁଲର ଅବସରପ୍ରାପ୍ତ ଶିକ୍ଷକ ଶ୍ରୀ ଅଭିମନ୍ଯୁ ହୋତା ମୁଖ୍ଯ ଅତିଥି ଭାବେ ଯୋଗଦେଇ ସକାଳ ଘ ୭.୪୦ମି.ସମୟରେ ଜାତୀୟ ପତାକା ଉତ୍ତୋଳନ କରିଥିଲେ | ଥେରୁବାଲି ଅଂଚଳ ବାସୀନ୍ଧାଙ୍କ ଶିକ୍ଷାର ବିକାଶ ପାଇଁ ଏହି ବିଦ୍ଯାଳୟ ଖୋଲାଯାଇଥିବାରୁ ସମସ୍ତଙ୍କ ମନରେ ଖୁସିର ଲହରି ଖେଳିବା ସହ ଅଂଚଳବାସୀନ୍ଧା ବିଦ୍ଯାଳୟର ଉତ୍ତରତ୍ତୋର କାମନା କରିଛନ୍ତି ଏବଂ ପ୍ରତିଷ୍ଠାତା ଶ୍ରୀ ଲିମାଙ୍କୁ ସାଧୁବାଦ ଜଣାଇଛନ୍ତି | ଚଳିତ ବର୍ଷ ପ୍ଲେ ସ୍କୁଲ ରୁ ୟୁକେଜି ପର୍ଯ୍ଯନ୍ତ ଖୋଲାଯାଇଛି | ପରବର୍ତ୍ତି ବର୍ଷ ମାନଙ୍କରେ ଅନ୍ଯାନ୍ଯ କ୍ଲାସ ଖୋଲାଯିବା ସାଙ୍ଗକୁ ପିଲାଙ୍କ ଋଚି ଅନୁଯାୟୀ ଶିକ୍ଷାଦାନ କରାଯିବ ଏବଂ ବିଭିନ୍ନ ସମୟରେ ବିଭିନ୍ନ ପ୍ରତିଯୋଗିତା ମାନ କରାଯିବ ବୋଲି ଅଧ୍ଯକ୍ଷ ନିଜ ବକ୍ତବ୍ଯରେ କହିଥିଲେ | ସ୍ବାଧିନତା ଦିବସ ପାଳନ ଅବସରରେ ସ୍ଥାନୀୟ ବୁଦ୍ଧିଜୀବୀ, ନେତା ଓ ସମାଜସେବୀ ମାନଙ୍କ ମଧ୍ଯରେ ରଘୁନାଥ କାମ୍ବା, ଅଭି ଗାଣ୍ଟା, କେଶବ ଲିମା, ସୁଲଚନା, ରମେଶ ନାଇଡୁ, ନିର୍ମଳ ସାହୁକାର, ସାମ୍ବାଦିକ ଗୌରୀ ଶଙ୍କର ପଟ୍ଟନାୟକ, ପ୍ରଦୀପ କୁମାର ସାହୁ ପ୍ରମୁଖ ଯୋଗଦେଇଥିବା ବେଳେ ବିଦ୍ଯାଳୟର ଶିକ୍ଷୟିତ୍ରୀ ରସ୍ମୀତା ହିକକା , ଅନିତା ହିକକା ଏବଂ ଅନ୍ଯମାନେ ସହଯୋଗ କରିଥିଲେ |

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.