ନେହରୁ ସଂଗ୍ରହାଳୟର ନାମ ବଦଳି ହେଲା ପ୍ରଧାନମନ୍ତ୍ରୀ ସଂଗ୍ରହାଳୟ; ତାତିଲା କଂଗ୍ରେସ

ଓଡ଼ିଆ ବାର୍ତ୍ତା/ ନୂଆଦିଲ୍ଲୀ: ସ୍ୱାଧୀନତା ଦିବସ ଅବସରରେ ନେହରୁ ମେମୋରିଆଲ ମ୍ୟୁଜିୟମ ଏବଂ ଲାଇବ୍ରେରୀକୁ ଆନୁଷ୍ଠାନିକ ଭାବେ ପ୍ରଧାନମନ୍ତ୍ରୀଙ୍କ ସଂଗ୍ରହାଳୟ ଏବଂ ଲାଇବ୍ରେରୀ ସୋସାଇଟି ନାମରେ ନାମିତ କରାଯାଇଛି । ବିଜେପି ସରକାରର ଏପରି ଉଦ୍ୟମକୁ ତୀବ୍ର ନିନ୍ଦା କରିଛି କଂଗ୍ରେସ ।ନେହେରୁ ମେମୋରିଆଲ୍ ମ୍ୟୁଜିୟମ୍ ଏବଂ ଲାଇବ୍ରେରୀ (NMML) ବର୍ତ୍ତମାନ ପ୍ରଧାନମନ୍ତ୍ରୀ ସଂଗ୍ରହାଳୟ ଏବଂ ଲାଇବ୍ରେରୀ (PMML) ସୋସାଇଟି ହୋଇଯାଇଛି । ଜୁନ୍ ମଧ୍ୟଭାଗରେ, NMML ସୋସାଇଟିର ଏକ ସ୍ୱତନ୍ତ୍ର ବୈଠକରେ ଏହାର ନାମ PMML ସୋସାଇଟିରେ ପରିବର୍ତ୍ତନ କରିବାକୁ ନିଷ୍ପତ୍ତି ନିଆଗଲା | ତେବେ ଏହାର ନାମ ପରିବର୍ତ୍ତନକୁ ନେଇ କଂଗ୍ରେସ ତୀବ୍ର ସମାଲୋଚନା କରିଥିଲା।

ଏହାକୁ ନେଇ କଂଗ୍ରେସ ନେତା କହିଛନ୍ତି, ବିଜେପି ନେହରୁଙ୍କ ନାମ ନଶାନ ହଟାଇ ଦେବାକୁ ଚାହୁଁଛ । କଂଗ୍ରେସ ନେତା ଜୟରାମ ରମେଶ କହିଛନ୍ତି, ମୋଦି ଭୟଭୀତ ହୋଇପଡିଛନ୍ତି । ତାଙ୍କ ଭତରେ ସମସ୍ୟା ଏବଂ ଅସୁରକ୍ଷା ଭାବ ବଢି ଯାଇଛି । ବିଶେଷ କରି ଯେତେବେଳେ ଦୀର୍ଘ ସମୟ ଧରି ଦେଶ ସେବା କରିଥିବା ଜବାହରଲାଲ ନେହରୁଙ୍କ ପ୍ରସଙ୍ଗ  ଆସେ ମୋଦିଙ୍କର ଏହି ସ୍ପଷ୍ଟ ଦୃଶ୍ୟ ହେଇଥାଏ । ଜୟରାମ ଅଭିଯୋଗ କରିଛନ୍ତି, ବିଜେପିର ଏକମାତ୍ର ଲକ୍ଷ୍ୟ ନେହରୁ ଓ ନେହରୁବାଦୀଙ୍କୁ ଅସ୍ୱୀକାର କରିବା, ବଦନାମ କରିବା ଓ କ୍ଷତିକରିବା ।

ନରେନ୍ଦ୍ର ମୋଦି N କୁ ଲିଭାଇ ଦେଇ ଏବଂ P ରେ ପରିବର୍ତ୍ତିତ କରିଦେଇଛନ୍ତି। କିନ୍ତୁ  ସ୍ୱାଧୀନତା ଆନ୍ଦୋଳନରେ ନେହେରୁଙ୍କ ମହତ୍ୱପୂର୍ଣ ଅବଦାନ ଏବଂ ଭାରତୀୟ ରାଷ୍ଟ୍ରକୁ ଗଣତାନ୍ତ୍ରିକ, ଧର୍ମନିରପେକ୍ଷ, ବୈଜ୍ଞାନିକ ତଥା ଉଦାରବାଦୀ ଭିତ୍ତିଭୂମି ନିର୍ମାଣରେ ତାଙ୍କର ସଫଳତାକୁ ଭ୍ରଷ୍ଟାଚାରୀମାନେ କଦାପି ଛଡ଼ାଇ ନେଇ ପାରିବେ ନାହିଁ ବୋଲି ରମେଶ କହିଛନ୍ତି।

ତେବେ ଏପରି ଅଭିଯୋଗକୁ ବିଜେପି ପକ୍ଷରୁ ଖଣ୍ହନ କରଯାଇଛି । ପିଏମଏମଏଲର କାର୍ଯ୍ୟକାରୀ ପରିଷଦର ଉପାଧ୍ୟକ୍ଷ ସଫେଇ ଦେଇ କହିଛନ୍ତି, କେହି ବି ଯଦି ନେହରୁ ମେମୋରିଆଲ ସଂଗ୍ରହାଳୟ ଏବଂ ପୁସ୍ତକାଳୟକୁ ଆସିବେ ତେବେ ତିନମୂର୍ତ୍ତି ଭବନ ନିଶ୍ଚୟ ଦେଖିବେ । କେମିତି ନହେରୁ, ଆଧୁନିକ ଭାରତରେ ହୀରାକୁଦ ବନ୍ଧ, ନାଗାର୍ଜ୍ଜୁନ ସାଗର ବନ୍ଧ ଓ ଅନ୍ୟାନ୍ୟ କୃତି ସ୍ଥାପିତ କରୁଛନ୍ତି  ସେଠାରେ ଆପଣ ଦେଖି ପାରିବେ । ପ୍ରଧାନମନ୍ତ୍ରୀ ଭାବେ ତାଙ୍କ କାର୍ଯ୍ୟାକାଳ ସମୟରେ ଏହି ଦେଶର ବିଭିନ୍ନ  ପ୍ରସଙ୍ଗ ଉପରେ ଅଭୂତପୂର୍ବ କାମ କରିଯାଇଛନ୍ତି । ସେ ସବୁ ଏଠାରେ ପ୍ରଦର୍ଶିତ ହୋଇଛି ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.