ରେଙ୍ଗାଲ ପାଲି ଗ୍ରାମ ପଞ୍ଚାୟତରେ ଅଭିଯୋଗ ଶୁଣାଣୀ ଓ ସମାଧାନ ଶିବିର 

ଓଡ଼ିଆ ବାର୍ତ୍ତା/ ଜୟପାଟଣା (ଧନେଶ୍ଵର ପୁଞ୍ଜି): କଳାହାଣ୍ଡି ଜିଲ୍ଲା ଜୟପାଟଣା ବ୍ଲକ ଅନ୍ତର୍ଗତ ରେଙ୍ଗାଲ ପାଲି ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟରେ ଅଭିଯୋଗ ଶୁଣାଣୀ ଓ ସମାଧାନ ଶିବିର ଅନୁଷ୍ଠିତ ହୋଇଯାଇଅଛି। ରେଙ୍ଗାଲ ପାଲି ଗ୍ରାମ ପଞ୍ଚାୟତ ସରପଞ୍ଚ ଐଶ୍ୱର୍ଯ୍ୟ କୁମାର ଦାସ ଅଧ୍ୟକ୍ଷତାରେ ଆୟୋଜିତ ସମାଧାନ ଶିବିରରେ ଜୟପାଟଣା ବିଡ଼ିଓ ସ୍ନିଗ୍ଧା ରାଣୀ ପ୍ରଧାନ, ଜୟପାଟଣା ଜୟପାଟଣା ତହସିଲଦାର ଦ୍ରୋପଦୀ ମଣ୍ଡିକା, ବ୍ଳକର ସାମାଜିକ ଅଧିକାରୀ ସିଦ୍ଧାନ୍ତ କୁମାର ମୁଣ୍ଡ, ଯୋଗାଣ ନୀରିକ୍ଷକ ପ୍ରିୟରଞ୍ଜନ ନାୟକ ଏବଂ ବ୍ଳକର ସମସ୍ତ ବିଭାଗର ଅଧିକାରୀ ଉପସ୍ଥିତ ରହି ହିତାଧିକାରୀ ମାନଙ୍କ ଅଭିଯୋଗ ଗ୍ରହଣ କରିଥିଲେ। ଗ୍ରାମୀଣ ଆବାସ ଯୋଜନାରେ ୮୦ ଜଣ ହିତାଧିକରୀ ଅଭିଯୋଗ କରିଥିବାବେଳେ ଘରଡିହ ଜମିପଟ୍ଟା ବାବଦରେ ୫୦ ଜଣ ହିତାଧିକାରୀ ଅଭିଯୋଗ କରିଥିଲେ। ସେହିଭଳି ବିଧବା, ବାର୍ଦ୍ଧକ୍ୟ ଭତ୍ତାରେ ୧୫ ଜଣ ହିତାଧିକାରୀ ଅଭିଯୋଗ କରିଥିବାବେଳେ ବିଭିନ୍ନ ଯୋଜନାରେ ସାମୁହିକ ଭାବରେ ୧୪ଜଣ ଏବଂ ଯୋଗାଣ ବିଭାଗରେ ରେସନ କାର୍ଡ ପାଇଁ ୦୬ ଜଣ ଅଭିଯୋଗ କରିଛନ୍ତି। ଏହି ଅଭିଯୋଗ ଶୁଣାଣୀ ଓ ସମାଧାନ ଶିବିରରେ ସର୍ବମୋଟ ୧୬୫ ଜଣ ହିତାଧିକାରୀ ମାନଙ୍କର ଅଭିଯୋଗ ଗ୍ରହଣ କରି ସମାଧାନ କରାଯାଇ ଥିଲା ।ଏହି ସମାଧାନ ଶିବିରରେ ଗ୍ରାମ ରୋଜଗାର ସେବକ ପୂର୍ଣ୍ଣ ଚନ୍ଦ୍ର ମାଝୀ ଏବଂ ଯୋଗାଣ ସହାୟକ ସୁରେଶ ଚନ୍ଦ୍ର ସାହୁ ସହଯୋଗ କରିଥିଲେ ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.