ଅଙ୍ଗନୱାଡି ହେଲପର ନିଯୁକ୍ତିକୁ ନେଇ ୨ ଗୋଷ୍ଠୀ ମଧ୍ୟରେ ମାରପିଟ, ଥାନାରେ ଏତଲା

ଓଡ଼ିଆ ବାର୍ତ୍ତା/ ବଲାଙ୍ଗୀର (ପ୍ରମୋଦ ସେଲମା): ବଲାଙ୍ଗୀର ଜିଲ୍ଲା ସଇଁତଲା ଥାନା କନ୍ଦକେଲଗାଁ ପଞ୍ଚାୟତ ଅଧୀନ ଜଳିଆ ଗାଁରେ ଅଙ୍ଗେନୱାଡି ହେଲପର ନିଯୁକ୍ତିରେ ଅନିୟମିତତାକୁ ନେଇ ଉଭୟ ଗୋଷ୍ଠୀ ମଧ୍ୟରେ ମାରପିଟ ହୋଇ ଉଭୟ ପକ୍ଷ ସଇଁତଲା ଥାନାରେ ଏତଲା ଦେଇଥିବା ଜଣାପଡିଛି l ପ୍ରକାଶ ଯେ, କନ୍ଦକେଲଗାଁ ପଞ୍ଚାୟତର ଜଲିଆ ଗାଁରେ ଦୀର୍ଘ ବର୍ଷ ହେଲା ହେଲପର ପଦବୀ ଖାଲି ହୋଇପଡିଥିଲା l ଏ ନେଇ ସମନ୍ୱିତ ଶିଶୁ ବିକାଶ ପ୍ରକଳ୍ପ ସଇଁତଲା ତରଫରୁ ଗତ ୧୮ ମାର୍ଚ୍ଚ ୨୦୨୩ରେ ବିଜ୍ଞାପନ ସଂଖ୍ୟା ୧୬୮ ରେ ପ୍ରକାଶ ପାଇଥିଲା l ଏଥିରେ ଗାଁ ୩ ଜଣ ପ୍ରାର୍ଥୀ ଅନ୍ୟ ଗାଁର ୨ ଜଣ ସମୁଦାୟ ୫ ପ୍ରାର୍ଥୀ ଆବେଦନ କରିଥିଲେ l ୩ ଜଣ ପ୍ରାର୍ଥୀଙ୍କ ଖାରଜ ହୋଇଥିବା ବେଳେ ଲିଲି ସାହୁ ଓ କ୍ଷୀରବତି ସାହୁଙ୍କ ଆବେଦନ ପତ୍ର କାଏମ ରହିଥିଲା l ଏଥିରେ ଲିଲି ଯୁକ୍ତ ୨ ପାସ କରିଥିବା ବେଳେ କ୍ଷୀରବତୀ ବିଏ ପାସ କରିଥିବା ଜଣାଯାଇଛି l ହେଲେ ସିଡିପିଓ ଗତ ୨୦.୦୭.୨୦୨୩ ଦିନ ଲିଲିଙ୍କୁ ନିଯୁକ୍ତି ପତ୍ର ଦେବା ପରେ ସେ ନିୟମିତ କେନ୍ଦ୍ରକୁ ଯାଇ ଛୁଆମାନଙ୍କୁ ରନ୍ଧା ଖାଦ୍ୟ ତିଆରି କରି ବଣ୍ଟନ କରୁଥିବା ଦେଖାଦେଇଛି l ଅନ୍ୟପଟେ ସିଡିପିଓ ମନମୁଖୀ ନିଯୁକ୍ତି କରି ହେଲପର ପଦବୀରୁ ମୋତେ କାଟି ଦେଇଥିବା କ୍ଷୀରବତୀ ଅଭିଯୋଗ ଉଠାଇଛନ୍ତି l ଏହାପରେ ଲିଲି କେନ୍ଦ୍ରକୁ ନିୟମିତ ଯାଉଥିବା ବେଳେ କାହିଁକି ଯାଉଛ କହି ମନା କରିବା ଫଳରେ ଉଭୟ ଗୋଷ୍ଠୀଙ୍କ ମଧ୍ୟରେ ଗତ ରବିବାର ସନ୍ଧ୍ୟା ଗଣ୍ଡଗୋଳ ସହ ମାରପିଟ ହୋଇଥିବା ନେଇ ସଇଁତଲା ଥାନାରେ ପୃଥକ ପୃଥକ ଏତଲା ଦେଇଥିବା ଜଣାପଡିଛି l ଆଜି ପୁଣି ୨ ଗୋଷ୍ଠୀ ସଇଁତଲା ସିଡିପିଓଙ୍କୁ ଅଲଗା ଅଲଗା ଭେଟି ଲିଖିତ ଅଭିଯୋଗ କରିଛନ୍ତି l ଏଥିରେ ଲିଲି ନିଯୁକ୍ତି ପାଇବା ପରେ ନିୟମିତ କେନ୍ଦ୍ରକୁ ଯାଉଛି l ତେଣୁ ତା ଛଡା ଅନ୍ୟ କାହାକୁ ନିଯୁକ୍ତି କଲେ ଗାଁ ତରଫରୁ ବିରୋଧ କରାଯିବ ବୋଲି ସମିତି ସଭ୍ୟା ବନିତା ସାହୁ, ୱାର୍ଡ ମେମ୍ବର ସୁବର୍ଣ୍ଣ ଭୋଇ, ମହେନ୍ଦ୍ର ସାହୁ, ଗ୍ରାମ୍ୟ କମିଟି ସଭାପତି ହରେକୃଷ୍ଣ ସାହୁ, ସମ୍ପାଦକ ସୁରେଶ ଭୋଇ, ରାଇନୁ ସାହୁ, ଗୋପାଳ ବାଗ, ହେମନ୍ତ ସାହୁ, ସଦାନନ୍ଦ ସାହୁ, ଲିଙ୍ଗରାଜ ସାହୁ ଓ ଅଶୋକ ସାହୁ ପ୍ରମୁଖ ଦାବୀ କରିଥିବା ବେଳେ କ୍ଷୀରବତୀ ପରିବାର ଲୋକେ ମଧ୍ୟ ଶୀଘ୍ର ନିଯୁକ୍ତି ଦେବା ପାଇଁ ଦାବୀ କରିଛନ୍ତି l ଏ ନେଇ ସଇଁତଲା ସିଡିପିଓ ସବିତା ଦାସଙ୍କୁ ପଚାରିବାରୁ ଚୟନରେ ତ୍ରୁଟି ରହିଥିବା ବେଳେ ତଦନ୍ତ ଚାଲିଥିବା ପ୍ରକାଶ କରିଥିଲେ l

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.