ପାଖରୁ ଜହ୍ନ : ଫଟୋ ପଠାଇଲା ବିକ୍ରମ

ଓଡ଼ିଆ ବାର୍ତ୍ତା/ ବେଙ୍ଗାଲୁରୁ: ଭରତର ଚନ୍ଦ୍ରଯାନ-୩ ଚନ୍ଦ୍ରପୃଷ୍ଠରେ ଅବତରଣ କରିବା ପରେ ଏବେ ଜହ୍ନ ରାଇଜର ପ୍ରତି ମୁହୁର୍ତ୍ତର ଖବର ଜାଣିବାକୁ ଲୋକେ ବ୍ୟଗ୍ର ଥିବା ବେଳେ ଇସ୍ରୋ ସେୟାର କରିଛି ଫଟୋ। ଅବତରଣର ଦୁଇ ଘଣ୍ଟା ପରେ ଲ୍ୟାଣ୍ଡର ବିକ୍ରମ ଚନ୍ଦ୍ରପୃଷ୍ଠର ପ୍ରଥମ ଫଟୋକୁ ସେୟାର କରିଛି। Ch-3 ଲ୍ୟାଣ୍ଡର ଏବଂ MOX-ISTRAC ଜରିଆରେ ଫଟୋ ସେୟାର ହୋଇଛି। ଲ୍ୟାଣ୍ଡର ହରାଇଜଣ୍ଟାଲ ଭେଲୋସିଟି କ୍ୟାମେରାରୁ ଲ୍ୟାଣ୍ଡିଂ ସମୟରେ ନିଆଯାଇଥିବା ଫଟୋ ଇସ୍ରୋ ସେୟାର କରିଛି। ଫଟୋରେ ଚନ୍ଦ୍ରପୃଷ୍ଠରେ କିଭଳି ଛୋଟ ଛୋଟ ଗାତ ରହିଛି ତାହା ଦେଖିବାକୁ ମିଳିଛି। ମାଟିର ରଙ୍ଗ ପାଉଁଶ ବା ଧୂଷର ଭଳି ରହିଛି। ଉଲ୍ଲେଖ ରହିଛି କି ଚନ୍ଦ୍ରରେ ପର୍ଯ୍ୟାପ୍ତ ବାୟୁ ନାହିଁ। ଅତ୍ଯଧିକ ଧୂଳି ରହିଛି। ଚନ୍ଦ୍ରପୃଷ୍ଠକୁ ରେଗୋଲିଅ ନାମକ ଏକ ସାମଗ୍ରୀ ଘୋଡାଇ ହୋଇ ରହିଛି। ଐତିହାସିକ ଚନ୍ଦ୍ରଯାନ-୩ ଅଭିଯାନର ସଫଳତାକୁ ଦେଶବାସୀ ପାଳନ କରିବା ପରେ ଏବେ ସମସ୍ତଙ୍କ ନଜର ପ୍ରଜ୍ଞାନ ରୋଭରର ନିୟୋଜନ ଉପରେ ରହିଛି।

Omkar Vasthu
Omkar Vasthu

 

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.