କର୍ଲାମୁଣ୍ଡାରେ ଆୟୋଜିତ ତୁଳସୀ ରାମାୟଣ ପାରାୟଣ ଉଦଯାପିତ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନବୀନ କିଶୋର ସାହୁ): କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକ ସଦର ଆଖଣ୍ଡଳମଣି ଵୋଲବମ ସଂଘ ଡୁକେରମାଲ ପକ୍ଷରୁ ପାରାୟଣ ପାଇଁ ଶନିବାର କଳସଯାତ୍ରା ହେବା ପରେ ଭକ୍ତମାନେ ଶୋଭାଯାତ୍ରାରେରେ ବାହାରି ନିକଟସ୍ଥ ସରବରା ଜୋର ଠାରୁ କଳସରେ ଜଳ ଆଣି ପୂଜା ମଣ୍ଡପରେ ପହଞ୍ଚିଥିଲେ। ରବିବାର, ସୋମବାର, ମଙ୍ଗଳବାର ୩ ଦିନ ଧରି ତୁଳସୀ ରାମାୟଣ ପାରାୟଣ ମଙ୍ଗଳବାର ଦିନ ଉଦଯାପିତ ହୋଇଯାଇଛି। ପାରାୟଣ କର୍ତ୍ତା ଭାବେ ଭବାନୀ ଶଙ୍କର ସାହୁଙ୍କ ସଂପତ୍ନୀ ଚିନ୍ମୟୀ ସାହୁ ରହିଥିବା ବେଳେ ପୂଜକ ନୃସିଂହ ଚରଣ ତ୍ରିପାଠୀ, ପାଟଣାଗଡର ପାରାୟଣ ଗାୟିକା ସୁଶ୍ରୀ ବର୍ଷା ରାଣୀ ତ୍ରିପାଠୀ ପଠନ କରୁଥିଲେ। ପାରାୟଣ କାର୍ଯ୍ୟ ସୁପରିଚାଳନା ନିମନ୍ତେ ସଭାପତି ଚନ୍ଦ୍ରଭାନୁ ସାହୁ, ସମ୍ପାଦକ କୁଞ୍ଜ ସାହୁ, ଜନ୍ମ ସାହୁ, କାହ୍ନୁ ଚରଣ ସାହୁ, ରିଣ୍ଟୁସାହୁ, ମନ୍ଦିର ସାହୁ, ଉଦ୍ଧବ ସାହୁ, ଆକାଶ ସାହୁ, ବିକ୍ରମ ମାଝି, ସୁନାଧାର ସାହୁ, କଳ୍ପ ସାହୁ, ଜଗଦୀଶ ଭୋଇଙ୍କ ସମେତ ଅନ୍ୟମାନେ ଦାୟିତ୍ଵ ଅର୍ପଣ କରିଥିଲେ। କମିଟି ପକ୍ଷରୁ ତିନି ଦିନଧରି ପାରାୟଣ ପଠନ ଶେଷ ହେବା ପରେ ଶ୍ରଦ୍ଧାଳୁମାନଙ୍କ ପାଇଁ ଅନ୍ନପ୍ରସାଦ ଆଖଣ୍ଡଳମଣି ଵୋଲବମ ସଂଘ ପକ୍ଷରୁ ବ୍ୟବସ୍ଥା କରିଥିଲେ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.