ଗ୍ରେଡପେ ବୃଦ୍ଧି ମୁଖ୍ୟ ଦାବି
ଓଡ଼ିଆ ବାର୍ତ୍ତା/ ରାୟଗଡା (ଶିବ ନାରାୟଣ ଗୈାଡ): ସ୍ନାତକ ଛାତ୍ରଛାତ୍ରୀଙ୍କୁ ଶିକ୍ଷାଦାନ କରୁଥିବା ଏସ୍ଏସ୍ବି ଅଧ୍ୟାପକମାନେ ଆଜି ପ୍ରତିକାତ୍ମକ ଭାବେ ଆନ୍ଦୋଳନ କରିଛନ୍ତି । ଗ୍ରେଡପେ ବୃଦ୍ଧି ପାଇଁ ସରକାରଙ୍କ ନିକଟରେ ଦୀର୍ଘ ଦିନ ହେଲା ଦାବି କରିଥିବା ସତ୍ତ୍ୱେ କୌଣସି ପଦକ୍ଷେପ ଗ୍ରହଣ କରାନଯିବାରୁ ଅଧ୍ୟାପକଅଧ୍ୟାପିକା ମାନେ ଆଜି କଳାବ୍ୟାଚ ପରିଧାନ ପୂର୍ବକ ନିଜ ଦାବି ପୁଣି ଦୋହରାଇଛନ୍ତି । ଓଡିଶା ଏସ୍ଏସ୍ବି ଅଧ୍ୟାପକ ସଙ୍ଘ ସଭାପତି ସରୋଜକାନ୍ତ ନାୟକଙ୍କ ଆହ୍ୱାନକ୍ରମେ ରାୟଗଡା ଜିଲ୍ଲାର ସରକାରୀ ମହାବିଦ୍ୟାଳୟରେ କାର୍ଯ୍ୟରତ ୬୭ ଜଣ ଅଧ୍ୟାପକ ଓ ଅଧ୍ୟାପିକାମାନେ ଆଜି କଳା ବ୍ୟାଚ୍ ପରିଧାନ କରି ପ୍ରତିକାତ୍ମକ ଆନ୍ଦୋଳନ କରିଛନ୍ତି । ଏହି ପରିପ୍ରେକ୍ଷୀରେ ସ୍ଥାନୀୟ ରାୟଗଡା ସ୍ୱୟଂ ଶାସିତ ମହାବିଦ୍ୟାଳୟରେ ୩୪ଜଣ ଏସ୍ଏସ୍ବି ଅଧ୍ୟାପକମାନେ ଅନୁରୂପ କଳବ୍ୟାଚ୍ ପିନ୍ଧି ଛାତ୍ରଛାତ୍ରୀଙ୍କୁ ଶିକ୍ଷାଦାନ କରିଥିବା ଦେଖିବାକୁ ମିଳିଛି । ସଙ୍ଘ ତରଫରୁ ଦୀର୍ଘ ୮ ବର୍ଷରୁ ରାଜ୍ୟ ସରକାରଙ୍କ ନିକଟରେ ଗ୍ରେଡପେ ବାବଦକୁ ୪,୬୦୦ରୁ ୫,୪୦୦କୁ ବୃଦ୍ଧି କରାଯିବା ନେଇ ଦାବି ଉପସ୍ଥାପନା କରାଯାଇଛି । ସମ୍ପ୍ରତି ରାଜ୍ୟ ସରକାର ସଙ୍ଘର ଦାବି ପୂରଣ ନକରିବାରୁ ଆଧ୍ୟାପକମାନେ ଏଭଳି ପ୍ରତିକାତ୍ମକ ଆନ୍ଦୋଳନ ପନ୍ଥା ଆପଣାଇଥିବା ଜଣାଯାଇଛି । ତେବେ ଆଗାମୀ ୭ ଦିନରେ ସରକାର ଏସ୍ଏସ୍ବି ଅଧ୍ୟାପକଙ୍କ ଦାବି ପୂରଣ ନ କଲେ ରାଜ୍ୟ ସଭାପତିଙ୍କ ନିଷ୍ପତି ଆନୁଯାୟୀ ଆନ୍ଦୋଳନକୁ ଆହୁରି ବ୍ୟାପକ କରାଯିବା ନେଇ ଅଧ୍ୟାପକ ଭାବେଶ୍ ମହାନ୍ତି ସୂଚନା ଦେଇଛନ୍ତି ।