ସୁବର୍ଣ୍ଣପୁର ସିନିୟର ଫୂଟବଲ ଲିଗ

ସୁବର୍ଣ୍ଣପୁର ମୁନିସିପାଲଟି ଜୋନ ଖେଳର ପ୍ରଥମ ରିଜର୍ଭ ପୋଲିସ ଟିମ ବିଜୟୀ

ଓଡ଼ିଆ ବାର୍ତ୍ତା/ ସୁବର୍ଣ୍ଣପୁର (ରାଜ କିଶୋର ତ୍ରିପାଠୀ) ଜିଲ୍ଲା କ୍ରୀଡା ସଂଘ ଦ୍ୱାରା ଆୟୋଜିତ ସୋନପୁର ମୁନିସିପାଲିଟି ଜୋନ ଫୁଟବଲ ଲିଗର ଆଜି ପ୍ରଥମ ଦିବସ ମ୍ୟାଚ କଲେଜ ପଡିଆରେ ସୁବର୍ଣ୍ଣପୁର ରିଜର୍ଭ ପୋଲିସ ଓ ସୁବର୍ଣ୍ଣପୁର ଭେଟରେନ ମଧ୍ୟରେ ଅତି ସଙ୍ଘର୍ଷ ପୂର୍ଣ୍ଣ ଖେଳ ହୋଇଥିଲା, l ପେନାଲଟି ସୁଟ ରେ ସୁବର୍ଣ୍ଣପୁର ରିଜର୍ଭ ପୋଲିସ ଟିମ ୨-୧ ଗୋଲ ରେ ବିଜୟୀ ହୋଇଛନ୍ତି l ଆଜି ର ଏହି ସଭାରେ ମୁଖ୍ୟ ଅତିଥି ଭାବରେ ଜ଼ିଲ୍ଲାପାଳ ବିମଲେନ୍ଦୁ ରାୟ, ସମ୍ମାନିତ ଅତିଥି ଭାବରେ ଏସ. ପି ଅମରେଶ ପଣ୍ଡା, ସମାଜ ସେବୀ ଶ୍ରୀବତ୍ସ ମଲ୍ଲିକ ଯୋଗ ଦେଇ ଖେଳାଳି ଓ ଦର୍ଶକ ଙ୍କୁ ଉତ୍ସାହିତ କରିଥିଲେ l ଜ଼ିଲ୍ଲା କ୍ରୀଡା ସଂଘ ସମ୍ପାଦକ ପିୟୁଷ କୁମାର ପଣ୍ଡା , ପୋଲିସ ଆର ଆଇ କାଁହୁ ଚରଣ ମାରାଣ୍ଡି, , ସୋନପୁର ଜ଼ିଲ୍ଲା କ୍ରିକେଟ ସଂଘ ସମ୍ପାଦକ ପ୍ରଦୀପ କୁମାର ସେଠି,ଜ଼ିଲ୍ଲା କ୍ରୀଡା ସଂଘ ର ଫୂଟବଲ ସମ୍ପାଦକ ରାଜୀବ କୁମାର ସାହୁ, କ୍ରୀଡ଼ାପ୍ରେମୀ ସତ୍ୟ ନାରାୟଣ ରାଓ, ଦିଲୀପ ଗୁରୁ, ଗୋବିନ୍ଦ ତରେଇ, ଗୌରୀଶ୍ୟାମ ପଣ୍ଡା, ଜିତେନ୍ଦ୍ର ସାହୁ, କଇରୁ ସ୍ୱାଇଁ, ଜନ୍ମଜୟ ପାତ୍ର, ଶାଶ୍ୱତ କୁମାର ମିଶ୍ର, ନନ୍ଦ କିଶୋର ତ୍ରିପାଠୀ, ସନତ ହୋତା, ଦୀନେଶ ମିଶ୍ର, ସୁଦଂlଶୁ ମେଣ୍ଡଳୀ, ପୁରୋଶୋତ୍ତମ ପାଣିଗ୍ରାହୀ, ବଳରାମ ପଟ୍ଟନାୟକ, ଜଳନ୍ଧର ଦୀପ ଉପସ୍ଥିତ ରହି ଉତ୍ସାହିତ କରିଥିଲେ l ରେଫରୀ ଭାବରେ, ସଂଜୀବ ସାହୁ, ପ୍ରଶାନ୍ତ ସେଠି, ବିକାଶ ପଣ୍ଡା, ରାଜେଶ ଥନା ପତି, ସୁଶାନ୍ତ ନାୟକ, ଖେଳ ପରିଚାଳନା କରିଥିଲେ l ଏବଂ ଜ଼ିଲ୍ଲା କ୍ରୀଡା ସଂଘ ର ସମସ୍ତ ସଭ୍ୟ ଉପସ୍ଥିତ ଥିଲେ l ସାମ୍ବାଦିକ ମନୋରଞ୍ଜନ ତ୍ରିପାଠୀ ଅତିଥି ଙ୍କୁ ସ୍ୱାଗତ କରି ଖେଳ ପରିଚାଳନା କରିଥିବା ବେଳେ ବେଷ୍ଟ ପ୍ଲେୟାର ଭାବେ ସୁମିତ କୁମାର ଓ ବେଷ୍ଟ ଗୋଲ କିପର ଭାବେ ଅମିତ ପଟ୍ଟନାୟକ ଙ୍କୁ ଅତିଥି ଙ୍କ ଦ୍ୱାରା ପୁରସ୍କୃତ କରାଯାଇଥିଲା l

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.